୧୦୦ରୁ ୯୯ଜଣ ଜାଣିନଥିବେ ARMY ର ଫୁଲ୍ ଫର୍ମ : ଆପଣ ଜାଣିଛନ୍ତି କି?
20/01/2019 at 6:24 PM

ଭାରତୀୟ ସୈନିକମାନେ ଶକ୍ତି ମାମଲାରେ ସବୁଠୁ ଅଗ୍ରଣୀ ସେନାଙ୍କ ତାଲିକାରେ ସାମିଲ ଅଛନ୍ତି। ଏହି ସେନାର ନାଁ ହେଲା ଆର୍ମି। ଯାହା ଶୁଣିବା ମାତ୍ରେ ଭାରତୀୟଙ୍କ ହୃଦୟରେ ଶିହରଣ ଜାତ ହୋଇଥାଏ। ଆଜି ପୂରା ବିଶ୍ବରେ ସବୁଠୁ ବଡ଼ ଆର୍ମି ଚୀନ ପାଖରେ ଅଛି। ଚୀନ ପାଖରେ ୧୬ଲକ୍ଷ ସୈନିକ ଏବଂ ୫ଲକ୍ଷ ୧୦ହଜାର ରିଜର୍ଭ କର୍ମୀଙ୍କ ଏକ ବିଶାଳ ସେନା ରହିଛି। ବିଶ୍ବରେ ଦ୍ବିତୀୟ ବଡ଼ ସେନାବାହିନୀ ଭାରତ ପାଖରେ ଅଛି।

ଆର୍ମି ଶବ୍ଦ କହିବାକୁ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରିଥାଉ। କିନ୍ତୁ ଆପଣ ଏହି ଶବ୍ଦର ଫୁଲ୍ ଫର୍ମ ଜାଣିଛନ୍ତି କି? ଏହି ଆର୍ମି ଶବ୍ଦ ଲାଟିନ୍ ଶବ୍ଦ ଆର୍ମାଟାରୁ ଆସିଛି। ଏହାର ଅର୍ଥ ଆର୍ମଡ ଫୋର୍ସ୍ ଅର୍ଥାତ୍ ବାହୁ ବଳ। ଆର୍ମି ଏକ ଅରଗନାଇଜଡ୍ ଫୋର୍ସ୍ ହୋଇଥାଏ ଯାହା ମାଟିରେ ରହି ଲଢ଼ିଥାଏ।

ଆର୍ମିର ଫୁଲ୍ ଫର୍ମ୍ ହେଉଛି Alert Regular Mobility Young । ଏବେ ଭାରତ ପାଖରେ ପାଖାପାଖି ୧ଲକ୍ଷ ୧୨୯ହଜାର ସୈନିକ ଅଛନ୍ତି ଏବଂ ୯ଲକ୍ଷ ୬୦ହଜାର ରିଜର୍ଭ କର୍ମୀଙ୍କ ଦ୍ବିତୀୟ ବଡ଼ ସେନା ରହିଛି।

ଆର୍ମିର ନାଁ ଶୁଣିଲେ ଆମ ସମସ୍ତଙ୍କ ମନରେ ଦେଶ ଭକ୍ତିର ଭାବନା ଜାଗ୍ରତ ହୋଇଯାଇଥାଏ। ଏହା କେବଳ ଭାରତୀୟ ସେନାଙ୍କ କ୍ଷେତ୍ରରେ ନୁହେଁ ସବୁ ଦେଶର ଲୋକେ ସେନାଙ୍କୁ ଅତ୍ୟନ୍ତ ଭଲ ପାଇବା ସହ ସମ୍ମାନ କରିଥାନ୍ତି।