ମୃତ୍ୟୁର ଦ୍ୱାର ଦେଶରେ ଛିଡା ହୋଇଥିବା 'ନିର୍ଭୟା' ଅପରାଧୀଙ୍କ ଜାଣନ୍ତୁ ବାୟୋ-ଡାଟା

Published By : Prameya-News7 Bureau | December 13, 2019 IST

ନୂଆଦିଲ୍ଲୀ ୧୩।୧୨:  ନିର୍ଭୟା ଅପରାଧୀଙ୍କ ଦଣ୍ଡବିଧାନ ପ୍ରକ୍ରିୟା ଏବେ ତ୍ୱରାନ୍ୱୀତ ହୋଇଛି। ୨୦୧୨ ମସିହା ଡିସେମ୍ବର ୧୬ ତାରିଖ ବିଳମ୍ବିତ ରାତ୍ରିରେ ଘଟିଥିବା ଏହି ଜଘନ୍ୟ ଅପରାଧ ସାରା ଦେଶକୁ ଦୋହଲାଇ ଦେଇଥିଲା। ରାଜଧାନୀ ଦିଲ୍ଲୀର ଏହି କାଣ୍ଡ ଯୌନ ଅପରାଧ ନେଇ ଭାରତୀୟଙ୍କ ବିଚାରଧାରାକୁ ବଦଳାଇ ଦେଇଥିବା ବେଳେ ଫାଷ୍ଟଟ୍ରାକ୍ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ କରିଛନ୍ତି । ଯାହା ସୁପ୍ରିମକୋର୍ଟରେ ମଧ୍ୟ କାୟମ ରହିଛି। ମାମଲାରେ ମୋଟ ୬ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବାଳ ଅପରାଧୀ ଥିଲା। ମୁଖ୍ୟ ଅଭିଯୁକ୍ତ ରାମ ସିଂହ ଜେଲରେ ଆତ୍ମହତ୍ୟା କରିଥିବା ବେଳେ ଏବେ ୪ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ। ତେବେ ଆସନ୍ତୁ ଜାଣିବା ଏହି ଅପରାଧୀମାନେ କିଏ ?

{"id":197181,"width":575,"height":621,"sizeSlug":"large"}

ଅଭିଯୁକ୍ତ ନମ୍ବର-୧-ରାମ ସିଂହ
୧୬ ଡିସେମ୍ବର କାଳ ରାତ୍ରିରେ ନିର୍ଭୟା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଉଠିଥିବା ବସ୍‌ର ଚାଳକ ଥିଲା ରାମ ସିଂହ। ରାଜଧାନୀ ଦିଲ୍ଲୀର ରବିଦାସ ବସ୍ତିରେ ରହୁଥିବା ରାମ ସିଂହଙ୍କ ପିତା ମଙ୍ଗେଲାଲ ସିଂହ ରାଜସ୍ଥାନର ମୂଳ ବାସିନ୍ଦା। ତେବେ ସେ ସପରିବାର ଦିଲ୍ଲୀରେ ବସବାସ କରୁଥିଲେ। ରାମ ସିଂହ ବେଶି ପାଠପଢିନଥିଲା। ମାଇନର ପଡିବା ବେଳେ ପାଠ ଛାଡି ଗାଡି ଚଳାଇବା ଶିଖିଥିଲା। ପରେ ସେ ଡ୍ରାଇଭିଂକୁ ପେସା କରିଥିଲା। ସେ ବିବାହିତ ଥିଲା ତେବେ ତାର ପତ୍ନୀ ବିୟୋଗ ହୋଇଥିଲା। ନିର୍ଭୟା ମାମଲାର ବିଚାର ପ୍ରକ୍ରିୟା ଚାଲିଥିବା ବେଳେ ରାମ ସିଂହ ଜେଲରେ ରହୁଥିବା ସେଲରେ ଆତ୍ମହତ୍ୟା କରିଛି।

{"id":197180,"width":580,"height":627,"sizeSlug":"large"}

ଅଭିଯୁକ୍ତ ନମ୍ବର-୨-ମୁକେଶ ସିଂହ
ବସ୍ ଡ୍ରାଇଭରର ଭାଇ ଥିଲା ମୁକେଶ। ସେ ଭାଇ ଚଳାଉଥିବା ବସ୍ ରେ କ୍ଲିନର ଭାବେ କାମ କରିବା ସହ ବସ୍ ମଧ୍ୟ ଚଳାଏ। ରାମ ସିଂହଙ୍କ ପିତା ମଙ୍ଗିଲାଲଙ୍କ ୫ ପୁଅଙ୍କ ମଧ୍ୟରେ ମୁକେଶ ଥିଲା ସର୍ବ କନିଷ୍ଠ । ନିର୍ଭୟା ଗଣ ଦୁଷ୍କର୍ମରେ ମଧ୍ୟ ସେ ସାମିଲ ଥିବା ବେଳେ କୋର୍ଟରେ ତାର ଅପରାଧ ପ୍ରମାଣିତ ହୋଇଛି। ଏଣୁ ନିମ୍ନ କୋର୍ଟ ତାକୁ ମୃତ୍ୟୁଦଣ୍ଡାଦେଶ କରିଥିବା ବେଳେ ଉଚ୍ଚତମ ନ୍ୟାୟାଳୟ ଦଣ୍ଡ କାୟମ ରଖିଛନ୍ତି। ଦଣ୍ଡାଦେଶ ନେଇ ମୁକେଶ ଏର୍ଯ୍ୟନ୍ତ କୌଣସି ଆପତ୍ତି ମଧ୍ୟ କରିନାହିଁ। ଏଣୁ ଦୁଷ୍କର୍ମର ଅନ୍ୟ ୩ ଅପରାଧୀଙ୍କ ସହ ତାକୁ ମଧ୍ୟ ଦଣ୍ଡିତ କରାଯିବ।

{"id":197177,"sizeSlug":"large"}

ଅଭିଯୁକ୍ତ ନମ୍ବର-୩-ବିନୟ ଶର୍ମା
ନିର୍ଭୟା କାଣ୍ଡର ତୃତୀୟ ଅଭିଯୁକ୍ତ ହେଉଛି ବିନୟ ଶର୍ମା। ରବିଦାସ ବସ୍ତିରେ ରାମ ସିଂହର ଘରଠାରୁ ମାତ୍ର କିଛି ଘର ଛାଡି ବିନୟର ଘର। ରାମ ସିଂହ ସହ ତାର ମିଳାମିସା ଥିବା ବେଳେ ସେ ଫିଟନେସ୍ ଟ୍ରେନର ଭାବେ କାର୍ଯ୍ୟ କରୁଥିଲା। ତେବେ ସବୁ ଅଭିଯୁକ୍ତଙ୍କ ମଧ୍ୟରେ ବିନୟ ପାଠଶାଠ ପଢିଥିଲା। ସେ ଇଂରାଜୀରେ କହି, ଲେଖି ଓ ପଢିପାରେ। ସେ ଚଳିତ ବର୍ଷ ଜେଲରେ ଥାଇ ୟୁନିଭର୍ସିଟି ପରୀକ୍ଷା ବି ଦେଇଛି। ତେବେ  ନିର୍ଭୟା କାଣ୍ଡ ସହ ତାର କୌଣସି ସମ୍ପୃକ୍ତି ନଥିବା ବିନୟ କୋର୍ଟରେ ଯୁକ୍ତି କରିଥିଲେ ହେଁ ଏ ନେଇ ସେ କୌଣସି ମଜଭୁତ ପ୍ରମାଣ ଉପସ୍ଥାପିତ କରିପାରିନଥିଲା।  

{"id":197173,"sizeSlug":"large"}

ଅଭିଯୁକ୍ତ ନମ୍ବର -୪-ଅକ୍ଷୟ ଠାକୁର
ଅକ୍ଷୟ ଠାକୁର ବିହାରର ବାସିନ୍ଦା। ସେ ପେଟପାଟଣା ଅନ୍ୱେଷଣରେ ଦିଲ୍ଲୀ ଚାଲିଆସିଥିବା ବେଳେ ଏଠାରେ ରାମ ସିଂହ, ବିନୟ ଓ ପବନ ସହ ତାର ବନ୍ଧୁତା ଥିଲା। ଏହି ବନ୍ଧୁତାରୁ ଘଟଣା ଦିନ ସେମାନେ ରାମ ସିଂହ ସହ ମିସି ମଦ୍ୟପାନ କରିବା ପରେ ବସ୍‌ ଧରି ମଜା କରିବାକୁ ବାହାରିଥିଲେ। ଏହି ସମୟରେ ମୁନିର୍କାରେ ବସ୍‌କୁ ଅପେକ୍ଷା କରିଥିବା ଯୁବକ ଓ ଯୁବତୀଙ୍କୁ ଦେଖି ବସ୍‌ରେ ଉଠାଇଥିଲେ ଓ ପରେ ଯୁବତୀଙ୍କ ପ୍ରତି ଚଳନ୍ତା ବସ୍‌ରେ ଗଣ ଦୁଷ୍କର୍ମ କରିଥିଲେ। ଘଟଣା ପରେ ପ୍ରମାଣ ନଷ୍ଟ କରିବାକୁ ଅକ୍ଷୟ ବସ୍‌କୁ ଧୋଇଦେଇଥିଲା। ପୋଲିସ ମାମଲାର ତଦନ୍ତ କରି ବିହାରରୁ ଅକ୍ଷୟକୁ ଗିରଫ କରିଥିବା ବେଳେ ସେ ବିବାହିତ ଓ ତାର ଗୋଟିଏ ପୁଅ ଥିବା ଜଣାପଡିଛି। ତେବେ ଅକ୍ଷୟ ଘଟଣାରେ ତାର କୌଣସି ସମ୍ପର୍କ ନଥିବା ବରଂ ସେ ଘଟଣା ବେଳେ ଘରକୁ ଆସିବା ଲାଗି ଟ୍ରେନରେ ଯାତ୍ରା କରୁଥିଲା ବୋଲି କହିଥିଲା। ହେଲେ କୋର୍ଟରେ ସେ ଟ୍ରେନ ଯାତ୍ରାର କୌଣସି ପ୍ରମାଣ ଉପସ୍ଥାପନା କରିପାରିନଥିବା ବେଳେ କୋର୍ଟ ତାକୁ ମୃତ୍ୟୁଦଣ୍ଡାଦେଶ କରିଛନ୍ତି।

{"id":197176,"width":581,"height":628,"sizeSlug":"large"}

ଅଭିଯୁକ୍ତ ନମ୍ବର-୫-ପବନ ଗୁପ୍ତା
ପବନ ଗୁପ୍ତା ଦିଲ୍ଲୀରେ ଫଳ ବ୍ୟବସାୟ କରିବା ସହ ପାଠ ମଧ୍ୟ ପଢୁଥିଲା। ତେବେ ବନ୍ଧୁମାନଙ୍କ ସହ ସେ ମଧ୍ୟ ସେଦିନ ବସ୍‌ରେ ଥିଲା। ଡ୍ରାଇଭିଂ ଲାଇସେନ୍ସ ନଥିଲେ ମଧ୍ୟ ସେ ବସ୍ ଚଳାଇବା ଜାଣେ। ଏଣୁ ବସ୍ ରେ ଡ୍ରାଇଭର ରାମ ସିଂହ ଯୁବତୀ ପ୍ରତି ଦୁଷ୍କର୍ମ କରିବା ବେଳେ ସେ ବସ୍ ଚଳାଉଥିବା ପ୍ରାମାଣିତ ହୋଇଥିଲା। ଏଣୁ କୋର୍ଟ ତାକୁ ମୃତ୍ୟୁଦଣ୍ଡାଦେଶ କରିଛନ୍ତି। 

{"id":197171,"width":580,"height":627,"sizeSlug":"large"}

ଅଭିଯୁକ୍ତ ନମ୍ବର-୬-ବାଳ ଅପରାଧୀ
ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ବାଳ ଅପରାଧୀ ହିଁ ଥିଲା ମୁଖ୍ୟ କାର୍ପଟଦାର । ରାସ୍ତାରେ ବସ୍‌ ଅପେକ୍ଷାରେ ଥିବା ଯୁବକ ଓ ଯୁବତୀଙ୍କୁ ଏହି ଛୋଟ ପିଲାଟି ଦେଖି ବସ୍‌ କୁ ଅଟକାଇଥିଲା ଓ ସେମାନେ କୁଆଡେ ଯିବେ ବୋଲି ପଚାରିଥିଲା। ଯୁବକ,ଯୁବତୀ ଦ୍ୱାରକା ଯିବେକି ବୋଲି ପଚାରିବାରୁ ପିଲାଟି ହଁ କରି ସେମାନଙ୍କୁ ବସ୍‌ ରେ ଉଠାଇଥିଲା। ତେବେ ଯୁବକଯୁବତୀଙ୍କୁ ବସ୍‌ରେ ଉଠାଇବା ପୂର୍ବରୁ ୬ ଜଣ ମିସି ଜଣେ ବଢେଇକୁ ବସ୍‌ରେ ଉଠାଇ ତା ଠାରୁ ନଗଦ ଟଙ୍କା ଓ ମୋବାଇଲ ଫୋନ ଛଡାଇନେଇଥିଲେ। ସେ ହିଁ ବସ୍ କର୍ମଚାରୀଙ୍କ ଦ୍ୱାରା ଲୁଟ ହୋଇଥିବାର ପ୍ରଥମେ ପୋଲିସକୁ ଜଣାଇବା ସହ ପରେ ବସ୍‌ କୁ ଚିହ୍ନଟ କରିଥିଲା। ତେବେ ବାଳ ଅପରାଧୀକୁ ଆଇନର କ୍ଷମା ମିଳିଯାଇଥିବା ବେଳେ ତାକୁ ଜୀବନ ନୂଆ କରି ବଞ୍ଚିବା ଲାଗି କୋର୍ଟ ମୁକ୍ତ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.