Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ସାଇରସ ମିସ୍ତ୍ରୀଙ୍କ ବିୟୋଗ: ଜାଣନ୍ତୁ ଦେଶର ଉଦ୍ୟୋଗ ଜଗତରେ କ’ଣ ରହିଛି ତାଙ୍କ ଯୋଗଦାନ

4/09/2022 at 6:38 PM

ନୂଆଦିଲ୍ଲୀ: ଟାଟା ସାନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ରବିବାର ଅପରାହ୍ଣରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ବିଶିଷ୍ଟ ଶିଳ୍ପପତି ସାପରୋଜୀ ପାଲୋନଜୀଙ୍କ ସାନ ପୁଅ ଥିଲେ। ସାଇରସ ମିସ୍ତ୍ରୀଙ୍କ ବିୟୋଗରେ ଉଦ୍ୟୋଗ ଜଗତକୁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି।

୫୪ ବର୍ଷୀୟ ମିସ୍ତ୍ରୀ ଉଦ୍ୟୋଗ ଜଗତ ଉପରେ ବ୍ୟାପକ ଅନୁଭବ ରଖିଥିଲେ। ଭନୁଭବୀ, ଦୂରଦୃଷ୍ଟି, ବ୍ୟବସାୟୀକ କୌଶଳକୁ ଦେଖି ତାଙ୍କୁ ଟାଟା ସାନ୍ସର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା । ତେବେ ସେ ଏହି ପଦରେ କେବଳ ଚାରି ବର୍ଷ ରହିଥିଲେ । ପରେ ବିବାଦ ଯୋଗୁଁ ସେ ଏହି ପଦ ଛାଡିଥିଲେ।

ସାପୋରଜୀ ପାଲୋନଜୀ ଗ୍ରୁପର କନଷ୍ଟ୍ରକସନ ବିଜନେସ ସହ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ ୧୯୯୧ରେ ସାପୋରଜୀ ପାଲୋନଜୀ ଆଣ୍ଡ କମ୍ପାନିର ନିର୍ଦ୍ଦେଶକ ହୋଇଥିଲେ । ପୂର୍ବରୁ ସେ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଥିଲେ। ପ୍ରସିଦ୍ଧ ପତ୍ରିକା ଇକୋନମିଷ୍ଟ ସାଇରସ ମିସ୍ତ୍ରୀଙ୍କୁ ଭାରତ ଏବଂ ବ୍ରିଟେନର ସବୁଠୁ ପ୍ରଭାବଶାଳୀ ଉଦ୍ୟୋଗପତି କହିଥିଲା।

ସାପୋରଜୀ ପାଲୋନଜୀ ଭାରତର ସବୁଠୁ ପୁରୁଣା ଏବଂ ବଡ ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏ। ଏହାର ପ୍ରତିଷ୍ଠା ପ୍ରାୟ ୧୫୭ ବର୍ଷ ପୂର୍ବେ ହୋଇଥିଲା । ଏହି ଗ୍ରୁପର ଅନେକ ବ୍ୟବସାୟ ରହିଛି । ଏହାର ବ୍ୟବସାୟ ୬ଟି ବଡ଼ ସେଗମେଣ୍ଟ ରହିଛି । ଏଥିରେ ଇଞ୍ଜିନିୟରିଂ, ନିର୍ମାଣ, ଇନଫ୍ରାଷ୍ଟ୍ରକ୍ଚର, ରିୟଲ ଇଷ୍ଟେଟ, ୱାଟର ଏନର୍ଜୀ ଆଣ୍ଡ ଫାଇନାନ୍ସସିଆଲ ସର୍ଭିସେସ ସାମିଲ ରହିଛି । ଏହି ଗ୍ରୁପରେ ୧୮ଟି ବଡ କମ୍ପାନି ରହିଛି । ୟୁରେକା ଫୋର୍ବସ୍ ଏବଂ ଆକ୍ୱାଗାର୍ଡ ଏହାର ପରିଚିତ ବ୍ରାଣ୍ଡ୍ସ ।

ସାପୋରଜୀ ପାଲୋନଜୀ ଗ୍ରୁପର ବ୍ୟବସାୟ ୫୦ରୁ ଅଧିକ ଦେଶରେ ରହିଛି । ଏଥିରେ ପ୍ରାୟ ୫୦ ହଜାର କର୍ମଚାରୀ କାମ କରନ୍ତି । ଟାଟା ସନ୍ସରେ ଏହି ଗ୍ରୁପର ୧୮.୩୭ ପ୍ରତିଶତ ଅଂଶଧନ ରହିଛି।

   Related Posts