ଜଣାପଡିଲା କରୋନାରେ ଅଚାନକ ମୃତ୍ୟୁର କାରଣ, ପାଖରେ ଅକ୍ସି ମିଟର ରଖିବା ଏବେ ଜରୁରି

Published By : Prameya-News7 Bureau | June 22, 2020 IST

ନୂଆଦିଲ୍ଲୀ ୨୨।୬:  ଗତ ବର୍ଷ ଚୀନ୍‌ ଉହାନରେ ନୂଆ ନୂଆ କରୋନା ସଂକ୍ରମଣ ବେଳେ ଲୋକେ ରାସ୍ତା ଘାଟରେ ମରିପଡୁଥିବାର ଚିତ୍ର ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେତେବେଳେ ଏହାକୁ ବିଭ୍ରାନ୍ତିକର କୁହାଯାଉଥିବା ବେଳେ ଏବେ ଏହାର ସତ୍ୟତା ଜଣାପଡିଛି। କରୋନା ସଂକ୍ରମିତ ହୋଇଥିଲେ ବି ଲକ୍ଷଣ ଜଣାପଡୁନଥିବା ଲୋକେ ଏପରି ମୃତ୍ୟୁର ଶିକାର ହୋଇଛନ୍ତି। ଏହାର କାରଣ ସାଇଲେଣ୍ଟ ହାଇପୋକ୍ସିଆ ବୋଲି ଡାକ୍ତରମାନେ କହିଛନ୍ତି। ତେବେସାଙ୍ଗରେ ଅକ୍ସି ମିଟର ଥିଲେ ଏଭଳି ପରିସ୍ଥିତିର ମୁକାବିଲା ସମ୍ଭବ। ଫଳରେ ସମୟ ପୂର୍ବରୁ ବ୍ୟକ୍ତି ହସ୍ପିଟାଲରେ ପହଞ୍ଚି ଚିକିତ୍ସକୀୟ ସହାୟତା ନେଇ ପାରିବେ।

ଦିଲ୍ଲୀ ସମେତ ସାରା ଦେଶରେ କରୋନା ସଂକ୍ରମିତ ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କୁ ଅକ୍ସିଜେନ ସପୋର୍ଟରେ ରଖା ଯାଉଛି। କାରଣ ଅକ୍ସିଜେନ ହ୍ରାସ ଯୋଗୁ ସେମାନଙ୍କ ଲାଗି ହସ୍ପିଟାଲରେ ଭର୍ତ୍ତି ହେବାର ପରିସ୍ଥିତି ଉପୁଜିଥିଲା। ତେବେ ପ୍ରଥମେ ଜାଣିବା ଦରକାର ଅକ୍ସି ମିଟର କାହାକୁ ଦରକାର । ପ୍ରଥମତଃ କରୋନା ସଂକ୍ରମିତ ରୋଗୀ, ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି, କିଡନୀ, ଲିଭର,ବ୍ଲଡ ପ୍ରେସର ଓ ହୃଦ ରୋଗ ଆକ୍ରାନ୍ତ ଲୋକଙ୍କ ଲାଗି ଏହି ମିଟର ଅତ୍ୟନ୍ତ ଜରୁରି।

ଏଣୁ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଘରେ ହୋମ କ୍ୱାରେଣ୍ଟାଇନରେ ଥିବା ଲୋକଙ୍କୁ ସରକାର ଅକ୍ସି ମିଟର ଦେବାକୁ ବିଚାର କରିଛନ୍ତି। ଦିଲ୍ଲୀରେ ଏବେ ଏପରି ମୃତ୍ୟୁ ସଂଖ୍ୟା ବଢୁଥିବା ସନ୍ଦେହରେ ସରକାର ଏହି ପଦକ୍ଷେପ ନେବେ ବୋଲି ଘୋଷଣା କରିଛନ୍ତି। ଫଳରେ ଲୋକ ସାଇଲେଣ୍ଟ ହାଇପୋକ୍ସିଆ ଅନୁଭ କରିବା ମାତ୍ରେ ମିଟର ଦେଖି ସ୍ପଷ୍ଟ ହେବା ସହ ସମୟ ପୂର୍ବରୁ ହସ୍ପିଟାଲରେ ପହଞ୍ଚିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.