LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କନ୍ୟାର ଭବିଷ୍ୟତ ସୁରକ୍ଷିତ କରିବାକୁ ଆଜି ହିଁ ଖୋଲନ୍ତୁ ଏହି ଖାତା: ୨୧ ବର୍ଷ ବୟସରେ ଆକାଉଣ୍ଟରେ ମିଳିବ ୬୪ ଲକ୍ଷ ଟଙ୍କା

27/09/2020 at 2:55 PM

ନୂଆଦିଲ୍ଲୀ ୨୭/୦୯ : କନ୍ୟାଙ୍କ ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ସରକାର ସୁକନ୍ୟା ସମୃଦ୍ଧି ଯୋଜନା ବହୁତ ଲାଭଦାୟୀ । ସୁକନ୍ୟା ସମୃଦ୍ଧି ଯୋଜନାରେ ବିନିଯୋଗ କରି ଆପଣ ନିଜ କନ୍ୟାର ଶିକ୍ଷା ଓ ବିବାହ ଖର୍ଚ୍ଚ ସହଜରେ ଉଠାଇ ପାରିବେ । ଯଦି କମ ବୟସରେ ଏହି ଯୋଜନାରେ ବିନିଯୋଗ କରନ୍ତି ତାହେଲେ ୧୫ ବର୍ଷ ଯାଏଁ ବିନିଯୋଗ କରିପାରିବେ । ଜାଣନ୍ତୁ କିପରି ନିଜ କନ୍ୟା ପାଇଁ ସଞ୍ଚୟ କରିବେ ୬୪ ଲକ୍ଷ ଟଙ୍କା ।

ଏକ ଆର୍ଥିବ ବର୍ଷ ସମୟରେ କୌଣସି ଏକ ଆକାଉଣ୍ଟରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରିପାରିବେ । ଠିକ ସେହିଭଳି ଏକ ଆର୍ଥିକ ବର୍ଷରେ ସର୍ବନିମ୍ନ ଜମା ରାଶି ୨୫୦ ଟଙ୍କା । ଅର୍ଥାତ ଆପଣ ଯେକୌଣସି ଗୋଟିଏ ଆକାଉଣ୍ଟରେ ସର୍ବାଧିକ ଦେଢ଼ ଲକ୍ଷ ଓ ସର୍ବନିମ୍ନ ୨୫୦ ଟଙ୍କା ଜମା କରିପାରିବେ । ଯଦି ଭୁଲ ବଶତଃ ଏହି ଖାତାରେ ଦେଢ଼ ଲକ୍ଷରୁ ଅଧିକ ଜମା କରିଦିଅନ୍ତି ତାହେଲେ ଏହି ରାଶି ସୁଧ ପାଇଁ ଗଣତି ହେବନାହିଁ । ଏହାସହ ଏହି ରାଶିକୁ ଜମାକାରୀଙ୍କ ଖାତାକୁ ଫେରସ୍ତ କରିଦିଆଯିବ । ଏହି ଖାତାରେ ୧୫ ବର୍ଷ ଯାଏଁ ରାଶି ଜମା କରିପାରିବେ ।

ସୁକନ୍ୟା ସମୃଦ୍ଧି ଯୋଜନାରେ ବର୍ତ୍ତମାନ ୭.୬ ପ୍ରତିଶତ ସୁଧ ମିଳୁଛି । ଏହି ଯୋଜନାରେ ଖାତା ଖୋଲିବା ସମୟରେ ସୁଧ ଯାହା ରହିଥାଏ ସେହି ଦରରେ ହିଁ ପୁରା ବିନିଯୋଗ ସମୟରେ ସୁଧ ମିଳିଥାଏ । ସରକାର ପୋଷ୍ଟ ଅଫିସ ଶେଭିଂ କାଉଣ୍ଟ ସମେତ ସମସ୍ତ ଛୋଟ ସଞ୍ଚୟ ଯୋଜନାରେ ବିନିଯୋଗ ଉପରେ ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକ ପାଇଁ ମିଳୁଥିବା ସୁଧରେ କୌଣସି ପରିବର୍ତ୍ତନ କରିନାହାଁନ୍ତି ।

ବର୍ତ୍ତମାନର ସୁଧ ହାର ଅନୁଯାୟୀ ଯଦି ପ୍ରତ୍ୟେକ ଆର୍ଥିକ ବର୍ଷରେ ଦେଢ଼ ଲକ୍ଷ ଟଙ୍କା ୧୫ ବର୍ଷ ଯାଏଁ ଜମା କରାଯାଏ ତେବେ ଆପଣ ଜମା କରିଥିବା ସମୁଦାୟ ପରିମାଣ ୨୨ ଲକ୍ଷ ୫୦ ହଜାର ଟଙ୍କା ହେବ ଏବଂ ଏହା ଉପରେ ସୁଧ ୪୧ ଲକ୍ଷ ୩୬ ହଜାର ୫୪୩ ଟଙ୍କା ହେବ ।

ଏହି ଆକାଉଣ୍ଟ ୨୧ ବର୍ଷ ପୁରା ହେବାପରେ ମେଚ୍ୟୁର ହୋଇଥାଏ । ସେହି ସମୟ ମଧ୍ୟରେ ଖାତାରେ ଜମା ହୋଇଥିବା ଟଙ୍କାରେ ସୁଧ ମିଳିବ । ୨୧ ବର୍ଷରେ ଏହି ରାଶି ଦୁଃଶା ସହ ମିଶି ୬୪ ଲକ୍ଷ ଟଙ୍କା ହୋଇଯିବ ।

ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲିବା ପାଇଁ କନ୍ୟାର ଜନ୍ମ ପ୍ରମାଣପତ୍ର, ଜମାକାରୀଙ୍କ ପ୍ରମାଣପତ୍ର, ରାସନ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ପାସପୋର୍ଟ ଆଦି ଆବଶ୍ୟକ । ଟଙ୍କା ଜମା କରିବାକୁ ନେଟ-ବ୍ୟାଙ୍କିଙ୍ଗ ମଧ୍ୟ ବ୍ୟବହାର କରିପାରିବେ । ଖାତା ଖୋଲିବା ପରେ ପାସବୁକ୍ ମଧ୍ୟ ମିଳିଥାଏ ।

ଯଦି ଆପଣ କନ୍ୟାର ପ୍ରାକୃତିକ କିମ୍ବା ଆଇନଗତ ଅଭିଭାବକ ହୋଇଥିବେ ତାହେଲେ ହିଁ ଖାତା ଖୋଲି ପାରିବେ । ଜଣେ କନ୍ୟା ନାଁରେ ଆପଣ ଗୋଟିଏ ହିଁ ଖାତା ଖୋଲି ପାରିବେ । ଆପଣ ଦୁଇଟି ଝିଅ ପାଇଁ ଖାତା ଖୋଲି ପାରିବେ ।

   Related Posts