suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ବଢିଥାଏ ସ୍ମରଣ ଶକ୍ତି, ନିୟନ୍ତ୍ରିତ ହୋଇଥାଏ ରକ୍ତଚାପ: ଜାଣନ୍ତୁ ଏହାର କିଛି ବିଶେଷ ଗୁଣ

25/05/2019 at 4:15 PM

ଭୁବନେଶ୍ୱର ୨୫/୫ : ଭାରତୀୟ ସଂସ୍କୃତିରେ ରୁଦ୍ରାକ୍ଷର ଅନେକ ମହତ୍ୱ ରହିଛି । ରୁଦ୍ରାକ୍ଷ ମନୁଷ୍ୟକୁ ସବୁ ପ୍ରକାର ହାନିକାରକ ଶକ୍ତିରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି । ରୁଦ୍ରାକ୍ଷ କେବଳ ତପସ୍ୱୀ ହିଁ ବ୍ୟବହାର କରନ୍ତିନି । ସାଂସାରିକ ଜୀବନରେ ମଧ୍ୟ ଲୋକେ ରୁଦ୍ରାକ୍ଷ ବ୍ୟବହାର କରନ୍ତି । ରୁଦ୍ରାକ୍ଷ ମାଳା ପିନ୍ଧିବା ଧାର୍ମିକ ମହତ୍ୱ ରଖିବା ସହ ବୈଜ୍ଞାନିକ ତଥ୍ୟ ଅନୁସାରେ ଲାଭପ୍ରଦ ହୋଇଥାଏ । ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଶରୀରରେ ସକାରାତ୍ମକ ପ୍ରଭାବ ପଡିଥାଏ ।

ରୁଦ୍ର ଅର୍ଥ ଶିବ ଏବଂ ଅକ୍ଷ ଅର୍ଥ ଆଖି କିମ୍ବା ଆତ୍ମା । ତ୍ରିପୁରାସୁରକୁ ପୋଡି ଭସ୍ମ କରିବା ପରେ ଭଗବାନ ରୁଦ୍ରଙ୍କ ହୃଦୟ ତରଳି ଯାଇଥିଲା । ଦୁଃଖରେ ମ୍ରିୟମାଣ ହୋଇ ସେ କାନ୍ଦି ପକାଇଥିଲେ । ଶିବଙ୍କ ଆଖିରୁ ଝରିଥିବା ଲୁହ ଯେଉଁ ସ୍ଥାନରେ ପଡିଥିଲା ସେଠାରେ ରୁଦ୍ରାକ୍ଷ ବୃକ୍ଷ ଉଠିଥିଲା । ହିନ୍ଦୁ ଧର୍ମରେ ରୁଦ୍ରାକ୍ଷକୁ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ୱାସ କରାଯାଏ । ବିଶେଷକରି ଶିବ ଭକ୍ତ ଏହାକୁ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ୱାସ କରନ୍ତି । ଉପନିଷଦରେ ରୁଦ୍ରାକ୍ଷକୁ ଭଗବାନ ଶିବଙ୍କ ନେତ୍ର ବୋଲି କୁହାଯାଇଛି । ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ପାପ ନଷ୍ଟ ହୋଇଥାଏ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଏଥିରେ ହୃଦୟ ସମ୍ବନ୍ଧୀୟ ବିକାର ଦୂର କରିବା ଭଳି ଅଦ୍ଭୁତ ଶକ୍ତି ରହିଛି ।  

ବୈଜ୍ଞାନିକଙ୍କ ଅନୁଯାୟୀ, ରୁଦ୍ରାକ୍ଷରେ ଇଲେକ୍ଟ୍ରୋ ମ୍ୟାଗନେଟିକ ଗୁଣ ରହିଛି । ଯେଉଁଥିପାଇଁ ଏଥିରେ ଅଦ୍ଭୁତ ଶକ୍ତି ରହିଛି । ଏହାର ଔଷଧୀୟ କ୍ଷମତା ବିଦ୍ୟୁତ ଚୁମ୍ବକୀୟ ପ୍ରଭାବରୁ ଉତ୍ପନ୍ନ ହୋଇଥାଏ ।

ଇନ୍ଟରନ୍ୟାଶନାଲ ୟୁନିଭର୍ସିଟି ଫ୍ଲୋରିଡାର ବୈଜ୍ଞାନିକ ଡାକ୍ତର ଡେଭିଡ ଲିଙ୍କ ଅନୁସନ୍ଧାନରେ ଜଣାପଡିଛି ଯେ, ରୁଦ୍ରାକ୍ଷ ବିଦ୍ୟୁତ ଶକ୍ତିର ଆବେଗକୁ ସଂଚିତ କରିଥାଏ । ଯାହାଫଳରେ ଏଥିରେ ଚୁମ୍ବକୀୟ ଗୁଣ ବିକଶିତ ହୋଇଥାଏ ।

ରୁଦ୍ରାକ୍ଷ ବୌଦ୍ଧିକ କ୍ଷମତା ଏବଂ ସ୍ମରଣ ଶକ୍ତିକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ । ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଚିନ୍ତା ଏବଂ ସମସ୍ୟା ଧିରେ ଧିରେ କମି ଯାଇଥାଏ । ମାନସିକ ସ୍ଥରରେ ମଣିଷ ଶାନ୍ତି ପାଇଥାଏ ଏବଂ  ଶକ୍ତି ବୃଦ୍ଧି ହୋଇଥାଏ । ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ । ରୁଦ୍ରାକ୍ଷ ହୃଦୟ ରୋଗ, ରକ୍ତଚାପ ନିୟନ୍ତ୍ରଣ କରିବାରେ ପ୍ରଭାବଶାଳୀ ବୋଲି ବିଚାର କରାଯାଏ ।

   Related Posts