ବାଲାକୋଟ ଏୟାରଷ୍ଟ୍ରାଇକ ପରେ ପାକ୍ ବିମାନଙ୍କୁ ଏମିତି ମୁକାବିଲା କରିଥିଲା ଭାରତ, ଫ୍ଲାଇଟ୍ କଣ୍ଟ୍ରୋଲର ମିଣ୍ଟିଙ୍କ ମୁହଁରୁ ଶୁଣନ୍ତୁ ଅଙ୍ଗେନିଭା କଥା

Published By : Prameya-News7 Bureau | August 16, 2019 IST

ବାଲାକୋଟ ଏୟାର ଷ୍ଟ୍ରାଇକ୍  ସମ୍ପର୍କରେ ଗଣମାଧ୍ୟମକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଫ୍ଲାଇଟ୍ କଣ୍ଟ୍ରୋଲର ତଥା ସ୍କ୍ୱାଡ୍ରନ ଲିଡର ମିଣ୍ଟି ଅଗ୍ରୱାଲ। ସେ କହିଛନ୍ତି ଆତଙ୍କବାଦୀଙ୍କ ଶିବିର ଉପରେ ଫେବୃଆରୀ ୨୬ ତାରିଖରେ ଆମେ ସଫଳତା ପୂର୍ବକ ଏୟାର ଷ୍ଟ୍ରାଇକ୍  କରିଥିଲୁ। ଏହି ଆକ୍ରମଣ ପଛେପଛେ ପାକିସ୍ତାନ ଜବାବ ଦେବାର ଅନେକ ଆଶଙ୍କା ଥିଲା। ଏଣୁ ସୀମାରେ ଯୁଦ୍ଧ୍ୟ ବିମାନଙ୍କୁ ପ୍ରସ୍ତୁତ ରଖାଯାଇଥିଲା। ହେଲେ ପାକିସ୍ତାନ ପଟରୁ ସେଭଳି କିଛି ପ୍ରତିକ୍ରିୟା ପ୍ରକାଶ ପାଇନଥିଲା ।

{"id":145010}

ହେଲେ ପାକ୍ ସୀମାରୁ ଫେରୁଥିବା ଆଇଏଫ ବିମାନଙ୍କୁ କିଛି ପାକ୍ ଫାଇଟର ଜେଟ୍ ପିଛା କରିଥିଲେ। ତେବେ ସୀମାରେ ଭାରତର ପ୍ରସ୍ତୁତି ଦେଖି ସେମାନେ ଫେରିଯାଇଥିଲେ। ଆଇଏଫ  ପାଇଲଟ, କଣ୍ଟ୍ରୋଲର ଓ ଟିମର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁ ସେଦିନ ପାକ୍ କୁ ଚକମା ଦିଆଯାଇଥିଲା। 

{"id":145011,"width":581,"height":436}

ସେ ଉଭୟ ୨୬ ଓ ୨୭ ଫେବୃଆରୀ ମିସନରେ ମିଣ୍ଟି କାର୍ଯ୍ୟ କରିଥିବା କହିଛନ୍ତି । ଘଟଣାର ୨୪ ଘଣ୍ଟାରୁ ଅଧିକ ସମୟ ପରେ ଅର୍ଥାତ ଫେବୃଆରୀ ୨୭ ତାରିଖ  ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ କିଛି ପାକ୍ ଏଫ-୧୬ ବିମାନ ଭାରତୀୟ ସୀମା ସଲଗ୍ନ ଆକାଶ ଉପରେ ଉଡୁଥିବା ଦେଖି ଏହାର ତୁରନ୍ତ ଜବାବ ଦିଆଯାଇଥିଲା। ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ମିଗ୍-୨୧ ବାଇସନରେ ସେମାନଙ୍କ ମୁକାବିଲା ଲାଗି ଆକାସକୁ ଉଠିଥିଲେ।

{"id":145012,"width":583,"height":333}

ସେତେବେଳେ ମିଣ୍ଟି ନିଜେ ଏୟାର କଣ୍ଚ୍ରୋଲରରେ ରହି ତାଙ୍କୁ ମାର୍ଗ ଦର୍ଶନ କରୁଥିଲେ। ଏହା ଏକ ଅଚାନକ ଓ ସମ୍ବେଦନଶୀଳ ପରିସ୍ଥିତି ଥିଲା ବୋଲି କହିଛନ୍ତି ମିଣ୍ଟି। ପାକ୍ ବାୟୁସେନାର ଅନେକ ବିମାନ ଥିଲେ। ଏଣୁ ଏଠାରେ ଆମେ ନିଜକୁ ରକ୍ଷା କରିବା ଜରୁରି ହୋଇପଡିଥିଲା। ହେଲେ ଭାରତୀୟ ମିଗ୍ କୁ ଆକାଶରେ ଦେଖି ପାକ୍ ଏଫ-୧୬ ଛତ୍ରଭଙ୍ଗ ଦେଇଥିଲେ। କିନ୍ତୁ ମିଗ୍-୨୧ ବାଇସନର ପାଇଲଟ ସେମାନଙ୍କ ପିଛା ଛାଡିନଥିଲେ। ହେଲେ ମିଗ୍ ରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ମଝି ଆକାଶରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପାକ୍ ଅଧିକୃତ କାଶ୍ମୀରରେ ଖସିପଡିଥିଲା । ତେବେ ତା ପୂର୍ବରୁ ଅଭିନନ୍ଦନ ପାକିସ୍ତାନର ଏକ ଲଢୁଆ ବିମାନକୁ ଖସାଇ ସାରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.