ସାନିଆ-ଶୋଏବ ବିବାହ ବିଚ୍ଛେଦ: କାହାର ରହିଛି କେତେ ସମ୍ପତ୍ତି ?

Published By : Prameya-News7 Bureau | November 29, 2022 IST

ନୂଆଦିଲ୍ଳୀ, ୨୯/୧୧: ପାକିସ୍ତାନର କ୍ରିକେଟ୍ ଟିମ୍‌ର ପୂର୍ବତନ କ୍ୟାପ୍ଟେନ ଶୋଏବ ମଲିକ ଏବଂ ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦକୁ ନେଇ ଏବେବି ଚର୍ଚ୍ଚା ଜାରି ରହିଛି। ଦମ୍ପତ୍ତି ଏପର୍ଯ୍ୟନ୍ତ ବିଚ୍ଛେଦକୁ ବିଷୟରେ ଜନସାଧାରଣରେ ପ୍ରକାଶ କରିନାହାଁନ୍ତି ।

ସାନିଆ ମିର୍ଜା ୧୯୮୬ ରେ ମୁମ୍ବାଇରେ ଜନ୍ମ ନେଇଥିଲେ। ସେ ତାଙ୍କର ଶିକ୍ଷା ହାଇଦ୍ରବାଦରୁ ସଂପୂର୍ଣ୍ଣ କରିଥିଲେ। ୧୮ ବର୍ଷ ବେଳକୁ ସେ ଜଣେ ପ୍ରତିଭାବାନ୍ ଟେନିସ୍ ଖେଳାଳି ଭାବରେ ଉଭା ହୋଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ୍ ଏବଂ ସାନିଆ ମିର୍ଜାଙ୍କ ଉଭୟଙ୍କ ୨୦୦୩ ରେ ପରସ୍ପରର ନିକଟତର ଏବଂ ସେମାନଙ୍କ ମଧ୍ୟରେ ଗଢ଼ିଉଠିଥିଲା ସଂପର୍କ। ୧୨ ଏପ୍ରିଲ ୨୦୧୦ ରେ ଉଭୟଙ୍କ ବିବାହ କରିଥିଲେ। ତେବେ ଆଜି ଉଭୟଙ୍କର ସମ୍ପତ୍ତି, ଜୀବନଶୈଳୀ ଏବଂ ମୋଟ ସମ୍ପତ୍ତି ବିଷୟରେ ଜାଣିବା।

ସାନିଆ ମିର୍ଜାଙ୍କ ସମ୍ପତ୍ତି:

ସାନିଆ ମିର୍ଜା ଭାରତର ଟପ୍ ଟେନିସ୍ ଖେଳାଳିଙ୍କ ମଧ୍ୟରେ ପରିଚିତ। ଫ୍ୟାନମାନେ ମଧ୍ୟ ତାଙ୍କର ଖେଳକୁ ଖୁବ୍ ପସନ୍ଦ କରିଥାନ୍ତି, ଖାଲି ସେତିକି ନୁହେଁ ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ। ସାନିଆ ମିର୍ଜାଙ୍କ ମୋଟ ସମ୍ପତ୍ତି ୨୫ ମିଲିୟନ ଡଲାର ବା ପ୍ରାୟ ୨୦୦ କୋଟି  ରହିଛି। ଖେଳ ବ୍ୟତୀତ ସାନିଆ ବିଭିନ୍ନ ବିଜ୍ଞାପନରୁ ମଧ୍ୟ ମୋଟା ଆୟ କରିଥାନ୍ତି।

ସ୍ପୋର୍ଟ୍ସରୁ ସାନିଆ ମିର୍ଜା ବାର୍ଷିକ ୩ ମିଲିୟନ ଡଲାର ଆୟ କରିଥାନ୍ତି। ଏହସହ ବିଭିନ୍ନ କମ୍ପାନୀର ବିଜ୍ଞାପନରୁ ସେ ବାର୍ଷିକ ୨୫ କୋଟି ଟଙ୍କା ଆୟ କରିଥାନ୍ତି। ବିଭିନ୍ନ ବଡ଼ ବଡ଼ କମ୍ପାନୀ ଯେମିତିକି ସ୍ପ୍ରାଇଟ୍, ଆଦିଦସ ଭଳି କମ୍ପାନୀ ସହ ସେ ଜଡ଼ିତ ଅଛନ୍ତି। ତାଙ୍କର ନିଜର ଟେନିସ୍ ଏକାଡେମୀ ମଧ୍ୟ ରହିଛି।

ସାନିଆ ମିର୍ଜା ତେଲଙ୍ଗାନା ବ୍ରାଣ୍ଡ୍ ଆମ୍ବାସଡର ଏବଂ ୟୁଏନର ଗୁଡଓ୍ବିଲ ଆମ୍ବାସଡର ଭାବରେ ମଧ୍ୟ କାମ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦରେ ସାନିଆଙ୍କ ଏକ ବିଳାସପୂର୍ଣ୍ଣ ଘର ରହିଛି, ଯାହାର ମୂଲ୍ୟ ପ୍ରାୟ ୧୩ କୋଟି ରହିଛି। ସେହିପରି ତାଙ୍କ ନିକଟରେ BMW, Audi, Range rover, Mercedes ଭଳି କାର୍ ରହିଛି।

ସେହିପରି ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ସମ୍ପତ୍ତି ମଧ୍ୟ ପ୍ରାୟ ପାଖାପାଖି। ଶୋଏବଙ୍କ ମୋଟ ସମ୍ପତ୍ତି ୨୮ ମିଲିୟନ ଡଲାର ରହିଛି। ସ୍ପୋର୍ଟ୍ସ ଶୋଏବଙ୍କ ମୁଖ୍ୟ ଆୟର ଉତ୍ସ। ଏହା ସହ ଶୋଏବ ବିଭିନ୍ନ ବ୍ରାଣ୍ଡରୁ ମଧ୍ୟ ଆୟ କରିଥାନ୍ତି। ଶୋଏବଙ୍କର ମଧ୍ୟ ଲକଜୁରୀ କାର୍‌ର କଲେକ୍ସନ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.