Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗତବର୍ଷ ତୁଳନାରେ ଚଳିତବର୍ଷ ଖାଦ୍ୟ ସାମଗ୍ରୀଗୁଡିକର ଦର ବଢିଛି : ଜାଣନ୍ତୁ ଥିଲା କେତେ ହୋଇଛି କେତେ

6/06/2019 at 4:11 PM

କଟକ ୬|୬: ଗତବର୍ଷ ତୁଳନାରେ ଚଳିତବର୍ଷ ଖାଦ୍ୟ ସାମଗ୍ରୀଗୁଡିକର ଦର ବଢିଛି ।  ଅଟା, ଡାଲି, ତେଲ ଓ ଚାଉଳ ଭଳି ନିତ୍ୟାବଶକ ସାମଗ୍ରୀ ପାଇଁ ସାଧାରଣ ଲୋକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି ।  କଟକ ଜିଲ୍ଲା ପ୍ରଶାସନ ତରଫରୁ ଏନେଇ ରାଜ୍ୟ ଯୋଗାଣ ବିଭାଗକୁ ଦିଆଯାଇଥିବା ବାର୍ଷିକ ରିପୋର୍ଟରେ ସାମ୍ନାକୁ ଆସିଛି ତଥ୍ୟ । ତେବେ ବ୍ୟବସାୟୀଙ୍କ କହିବା କଥା ବାହାରୁ ଜିନିଷ ଆମଦାନୀ ଉପରେ କେନ୍ଦ୍ର ସରକାରଙ୍କ କଟକଣା ଯୋଗୁଁ ବଢ଼ିଛି ଦର । ସେପଟେ ସମାଧାନର ବାଟ ଖୋଜୁଛି ଜିଲ୍ଲା ପ୍ରଶାସନ ।

ଗତବର୍ଷ ତୁଳନାରେ ଚଳିତ ବର୍ଷ ମହଙ୍ଗା ହୋଇଛି ନିତ୍ୟାବଶ୍ୟକ ସାମଗ୍ରୀ । ଚାଉଳ ଆଉ ଅଟା ଦର ୮ ପ୍ରତିଶତ ବଢ଼ିଛି । ଶୋରିଷ ତେଲ ୬ ପ୍ରତିଶତ ଓ ମୁଗଡାଲି ୨୫ ପ୍ରତିଶତ ଦର ବୃଦ୍ଧି ପାଇଛି। ଗତବର୍ଷ ମେ ୩୦ ସୁଦ୍ଧା ଯେଉଁ ଉସୁନା ଚାଉଳ କିଲୋ  ପିଚ୍ଛା ୨୫ ଟଙ୍କାରେ ବିକ୍ରୀ ହେଉଥିଲା ତାହା ଆଜି ୨୮ ଟଙ୍କା ହୋଇଛି । ହରଡ ଡାଲି ଗତବର୍ଷ ଏହି ସମୟରେ କିଲୋପିଛା ୬୫ ଟଙ୍କାରେ ଥିଲା, ହେଲେ ଏବର୍ଷ ଦର ୯୦ ଛୁଇଁଛି। ବୁଟଡାଲି କିଲୋ ପିଛା ହାରାହାରି ୧୦ ଟଙ୍କା ବଢ଼ିଛି।  କଟକ ଜିଲ୍ଲା ପ୍ରଶାସନ ତରଫରୁ ଏନେଇ ରାଜ୍ୟ ଯୋଗାଣ ବିଭାଗକୁ ଦିଆଯାଇଥିବା ବାର୍ଷିକ ରିପୋର୍ଟରେ ସାମ୍ନାକୁ ଆସିଛି ତଥ୍ୟ । ତେବେ ବ୍ୟବସାୟୀଙ୍କ କହିବା କଥା ବାହାରୁ ଜିନିଷ ଆମଦାନୀ ଉପରେ କେନ୍ଦ୍ର ସରକାରଙ୍କ କଟକଣା ଯୋଗୁଁ ବଢ଼ିଛି ଦର।

ଶୋରିଷ ତେଲ ଓ ଚିନି ଦର ମଧ୍ୟ ବଢ଼ିଛି । ଗତବର୍ଷ ମେ ମାସରେ ଶୋରିଷ ତେଲ ଲିଟର ପିଛା ୯୮ ଟଙ୍କାରୁ ୧୦୨ ଟଙ୍କା ମଧ୍ୟରେ ବିକ୍ରୀ ହେଉଥିଲା। ଏବେ ତା’ର ଦର ୧୦୬ରୁ ୧୦୮ ଟଙ୍କା ହୋଇଛି ।  ଚିନି କିଲୋ ୩୬ ଟଙ୍କାରୁ ବଢ଼ି ୪୦ରେ ପହଞ୍ଚିଛି। ଗୁଡ କିଲୋ ୩୯ ଟଙ୍କା ଯାଗାରେ ୪୫ ଟଙ୍କା ହେଲାଣି ।   ତେବେ ନିତ୍ୟାବଶ୍ୟକ ସାମଗ୍ରୀର ଏଭଳି ଦରବୃଦ୍ଧିକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ ଚିନ୍ତା କରୁଛି କଟକ ଜିଲ୍ଲାପ୍ରଶାସନ ।

ଫନି ପରେ ଆଳୁ ଦର ସାମାନ୍ୟ ବଢ଼ିଥିଲେ ମଧ୍ୟ ଏବେ ୧୬ଟଙ୍କାରେ ସ୍ଥିର ରହିଛି । ହେଲେ ପିଆଜ ଦର କିନ୍ତୁ ଗତ ବର୍ଷ ତୁଳନାରେ ପାଖାପାଖି ୬ଟଙ୍କା ବଢ଼ିଛି । ଗତବର୍ଷ ୧୪ଟଙ୍କାରେ ବିକ୍ରି ହେଉଥିବା ପିଆଜ, ଏବେ ୧୮ରୁ ୨୦ରେ ବିକ୍ରି ହେଉଛି । ରାଜ୍ୟରେ ଅମଳ ହେଉଥିବା ଶସ୍ୟ ସାମଗ୍ରୀର ସଂରକ୍ଷଣ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ନଥିବାରୁ ଅନ୍ୟ ରାଜ୍ୟରୁ ଆମଦାନୀ ଉପରେ ଆମକୁ ନିର୍ଭର କରିବାକୁ ପଡ଼ୁଛି । ତାହା ମଧ୍ୟ ଦରବୃଦ୍ଧି ଏକ ପ୍ରମୁଖ କାରଣ ।  

   Related Posts