vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଇମ୍ରାନଙ୍କୁ ମୋଦିଙ୍କ ମନ୍ତ୍ରୀ ଦେଲେ କଡା ଜବାବ, କହିଲେ ହେଇ ଯାଉ ଲଢେଇ ନେଇଯିବୁ ପିଓକେ

9/08/2019 at 6:29 PM

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରଠାରୁ ଭାରତକୁ ନେଇ ପଡୋସୀ ପାକିସ୍ତାନ ସବୁ ଦିନ ନୂଆ ନୂଆ ନୀତି ବଦଳଉଛି। ପାକିସ୍ତାନର ଶିଆଳ ଧମକରେ ବିରକ୍ତ ମୋଦିଙ୍କ ମନ୍ତ୍ରୀମଣ୍ଡଳର ରାମଦାସ ଅଠାବଲେ ଇମ୍ରାନଙ୍କୁ କଡା ଚେତାବନୀ ଦେଇଛନ୍ତି। କହିଛନ୍ତି ଯଦି ପାକିସ୍ତାନ ଆରପାରର ଲଢେଇ ଚାହୁଁଛି ତେବେ ଏଥିରୁ ଭାରତ ବି ପଛକୁ ହଟିବନି ଓ ପିଓକେକୁ  ନେଇକି ରହିବ।

ଉତ୍ତରପ୍ରଦେଶ ମଥୁରାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଅଠାବଲେ କହିଥିଲେ ଯେ ଯଦି ପାକିସ୍ତାନ ଆମ ସହ ଶତୃତା କରିବାକୁ ଚାହୁଁଛି  ତେବେ ଆଉଥରେ ଆରପାର ଲଢେଇ ହୋଇ ଯାଉ। ଆଉ ଯଦି ଏପରି ହୁଏ ତେବେ ଆମେ ପିଓକେ ନେଇକରି ହିଁ ରହିବୁ। ଅଠାବଲେ ପାକିସ୍ତାନକୁ ଏକ ବିଲେଇ ସହ ସମାନ ଦେଶ ବୋଲି କହିଥିବା ବେଳେ ଭାରତକୁ ସିଂହ ବୋଲି କହିଛନ୍ତି। ତେବେ ଇମ୍ରାନ ଯାହା କହୁଛନ୍ତି ଓ କରୁଛନ୍ତି ତା ଉପରେ ଭାରତ କଡା ନଜର ରଖିଛି ବୋଲି ସତର୍କ କରାଇଦେଇଛନ୍ତି ଅଠାବଲେ। ଯଦି ପାକିସ୍ତାନ ପଟରୁ ସାମାନ୍ୟ ହଲଚଲ ବି ହେଲା ଏହାର ଦଣ୍ଡ ତାକୁ ନିଶ୍ଚିତ ଭୋଗିବାକୁ ପଡିବ ହିଁ ପଡିବ ବୋଲି କହିଛନ୍ତି ଅଠାବଲେ।

କେନ୍ଦ୍ରମନ୍ତ୍ରୀ ମଥୁରାର ନୟତୀ ହସ୍ପିଟାଲ ଓ ମରୋଟରୀ କ୍ଲବ ପକ୍ଷରୁ ଅନୁଷ୍ଠିତ ଏକ ଅଙ୍ଗଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବାକୁ ଯାଇଥିବା ବେଳେ  ଲୋକଙ୍କୁ ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ବୁଝାଇଥିଲେ। କାର୍ଯ୍ୟକ୍ରମ ପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପାକ୍ ପ୍ରସଙ୍ଗ ଉଠିବାରୁ ସେ କହିଛନ୍ତି ଯେ ଏଥର ପାକର କୌଣସି ହରକତକୁ ସାମାନ୍ୟ ବୋଲି ଗ୍ରହଣ କରାଯିବନି। ପ୍ରତ୍ୟେକ ସ୍ତରରେ ତାକୁ କଡା ଜବାବ ମିଳିବ ବୋଲି ଚେତାଇ ଦେଇଛନ୍ତି ଅଠାବଲେ।

   Related Posts