oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେଉଁ ଆଇନରେ ଚିଦାମ୍ବରମଙ୍କୁ ଅଭିଯୁକ୍ତ କରିଛି ସିବିଆଇ, ଜାଣନ୍ତୁ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ କ’ଣ ମିଳିବ ଦଣ୍ଡ

23/08/2019 at 4:48 PM

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଅଭିଯୁକ୍ତ କରିଛି। ଏଥିଲାଗି ବୁଧବାର ରାତିରେ ସିବିଆଇ ଚିଦାମ୍ବରମଙ୍କୁ ତାଙ୍କ ଦିଲ୍ଲୀସ୍ଥିତି ବାସଭବନରୁ ଗିରଫ କରିଥିବା ବେଳେ ଗୁରୁବାର ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରିଥିଲା। କୋର୍ଟ ଚିଦାମ୍ବରମଙ୍କୁ ୫ ଦିନିଆ ସିବିଆଇ ରିମାଣ୍ଡ ମଞ୍ଜୁର କରିଛନ୍ତି। ତେବେ ଏଠାରେ ଏବେ ପ୍ରଶ୍ନ ଉଠୁଛି ଆଇନର କେଉଁ କେଉଁ ଧାରାରେ ଚିଦାମ୍ବରମଙ୍କୁ ଅଭିଯୁକ୍ତ କରିଛି ସିବିଆଇ । ଯଦି ଏହି ସବୁ ଅଭିଯୋଗ ପ୍ରମାଣିତ ହୁଏ ତେବେ ଆସନ୍ତୁ ଜାଣିବା ତାଙ୍କପ୍ରତି ଆଇନର କେଉଁ ଧାରାରେ କିଭଳି ଦଣ୍ଡ ବିଧାନ ହେବ ।

ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ଚିଦାମ୍ବରମଙ୍କୁ  ପ୍ରିଭେନସନ ଅଫ କରପସନ ଆକ୍ଟ ୧୯୮୮ର ଧାରା ୮ ଓ ୧୩(୨) ସହିତ ୧୩(୧)ର (ଡି) ଏବଂ ଭାରତୀୟ ଦଣ୍ଡିବିଧି ଆଇନର ଧାରା ୪୨୦ ଓ ୧୨୦ (ବି) ଧାରାରେ ଅଭିଯୁକ୍ତ କରିଛି। ଏଥିରେ ପ୍ରିଭେସନ ଅଫ କରପସନ ଆକ୍ଟର ଧାରା ୮ର ଏଠାରେ ଅର୍ଥ ହେଉଛି ଟଙ୍କା ନେଇ ଭ୍ରଷ୍ଟ ଓ ବେଆଇନ ବ୍ୟବସ୍ଥାରେ ଲୋକ ସେବକଙ୍କ ଉପରେ ଚାପ ପକାଇବାର ଅପରାଧକୁ ବୁଝା ଯାଉଛି।  ଏଥିଲାଗି ତାଙ୍କୁ ୬ ମାସରୁ ଆରମ୍ଭ ରି ୫ ବର୍ଷ ପର୍ଯ୍ୟନ୍ତ ଜେଲ ସହ କୋର୍ଟ ଜରିମାନା ମଧ୍ୟ ଦଣ୍ଡାଦେଶ କରିପାରନ୍ତି।

ସେହିପରି ପ୍ରିଭେନସନ ଅଫ କରପସନ ଆଇନର ଧାରା ୧୩(୧) (ଡି) ଅର୍ଥାତ ନିଜ ଅଥବା ଅନ୍ୟକୁ ଲାଭ ଦେବା ଲାଗି ପଦପଦବୀର ଦୂରଯୋଗକୁ ବୁଝାଉଛି। ଏହା ଛଡା ଧାରା ୧୩(୨)ରେ ଲୋକସେବକ ପଦରେ ଥାଇ ଅପରାଧିକ ଗତିବିଧି ଲାଗି କୋର୍ଟ ତାଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ସମେତ ଜରିମାନା ଦଣ୍ଡାଦେଶ ମଧ୍ୟ କରିପାରିବେ। ଆଇପିସିର ଧାରା ୪୨୦ ଠକେଇ ଓ ବେଇମାନୀରେ ସମ୍ପତ୍ତି ହଡପ ଆଦି ଅଭିଯୋଗରେ ଲାଗୁ ହେଉଥିବା ବେଳେ ଏଥି ପାଇଁ ୭ ବର୍ଷ ଜେଲ ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ବି ରହିଛି।

ଏହି ସବୁ ଧାରାରେ ଯଦି ଚିଦାମ୍ବରମ ଦୋଷୀ ସାବ୍ୟସ୍ତ ହୁଅନ୍ତି ସିବିଆଇ ତାଙ୍କ ବିରୋଧରେ ଆଇପିସିର ଆଉ ଏକ ଧାରା ବି ଲାଗୁ କରିଛି। ତାହା ହେଉଛି ୧୨୦(ବି)। ଅପରାଧିକ ଷଡଯନ୍ତ୍ର ଲାଗି ସାଧାରଣତଃ ଉପଯୋଗ ହେଉଥିବା ପିଙ୍ଗଳଆଇନର ଏହି ଧାରାରେ ଚିଦାମ୍ବରମଙ୍କୁ ୪୨୦ ଧାରାର ଷଡଯନ୍ତ୍ର ଲାଗି ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇପାରିବ।  ଦୋଷ ପ୍ରମାଣିତ ହେଲେ ଉଭୟ ଧାରାରେ କୋର୍ଟ ତାଙ୍କୁ ଲାଗାତାର ୭ ବର୍ଷ ଜେଲ ସାଙ୍ଗକୁ ଜରିମାନା ଦଣ୍ଡାଦେଶ ମଧ୍ୟ କରିପାରନ୍ତି।

   Related Posts