କ୍ରୁଜ ଡ୍ରଗ ପାର୍ଟି ମାମଲା: ଜାଣନ୍ତୁ ମୁନମୁନ ଧମେଚା କିଏ? କାହିଁକି ଫଶିଲେ NCB ପଞ୍ଜାରେ

Published By : Prameya-News7 Bureau | October 05, 2021 IST

ମୁମ୍ବାଇ ୫।୧୦:  କ୍ରୁଜ ଡ୍ରଗ କେସ୍‌ରେ ନାରକୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶାହରୁଖଙ୍କ ପୁଅ ସହ ଯେଉଁ ୮ଜଣଙ୍କୁ ଗିରଫ କରିଥିଲେ ସେଥିରେ ସମସ୍ତଙ୍କ ନଜର ଏବେ ମୁନମୁନ୍‌ ଧମେଚାଙ୍କ ଉପରେ। ଆର୍ୟନଙ୍କ ସହ ଷ୍ଟାରକିଡ ଗିରଫ ନେଇ ଆଲୋଚନା ଜୋର ଧରିଥିଲା। ତେବେ ମୁନମୁନ ଷ୍ଟାରକିଡ ନୁହନ୍ତି ବୋଲି ଜଣାପଡିଛି। ସେ ଜଣେ ଫ୍ୟାସନ ମଡେଲ ଓ ମଧ୍ୟପ୍ରଦେଶର ଏକ ବ୍ୟବସାୟୀ ପରିବାରରୁ ଆସିଥିବା କୁହାଯାଇଛି।

{"id":522854,"width":840,"height":474,"sizeSlug":"full","linkDestination":"none"}

ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ରେଭପାର୍ଟି ଚାଲିଥିବା ବେଳେ ଏନସିବି ଚଢଉ କରିଥିଲା। ଏଥିରେ ଶାହରୁଖଙ୍କ ପୁଅ ଆର୍ୟନ ଖାନଙ୍କ ସହ ଏନସିବି ମୁନମୁନ ଧମେଚା, ଅର୍ବାଜ ମର୍ଚ୍ଚେଣ୍ଟ, ଇସ୍ମିତ ସିଂହ, ମୋହକ ଜୈସ୍ୱାଲ, ଗୋମିତ ଚୋପ୍ରା, ନୂପୁର ସାରିକା ଓ ବିକ୍ରାନ୍ତ ଛୋକରଙ୍କୁ ମଧ୍ୟ ଗିରଫ କରିଥିଲା। କ୍ରୁଜ ଚଢ଼ଉ କାଳରେ ଏନସିବି ମୁନମୁନଠାରୁ ୫ ଗ୍ରାମ ଚରସ୍‌ ଜବତ କରିଥିଲା। ସେ ଏହି ଚରସ୍ ବିମାନବନ୍ଦର ଓ ଏକ ପଞ୍ଚତାରକା ହୋଟେଲ ମଧ୍ୟସ୍ଥଳରୁ ସେ କାହାଠାରୁ କିଣିଥିବାର କହିଥିଲେ।

{"id":522855,"width":839,"height":1051,"sizeSlug":"full","linkDestination":"none"}

ମୁନମୁନ୍‌ ମଧ୍ୟପ୍ରଦେଶ ସାଗରର ବୋଲି ତାଙ୍କ ଇଂଷ୍ଟା ପୋଷ୍ଟରୁ ଜଣାପଡିଛି। ତାଙ୍କ ଉଚ୍ଚ ଶିକ୍ଷା ଲାଗି ମୁନମୁନଙ୍କ ପରିବାର ସାଗରରୁ ଭୋପାଲ ସିଫ୍ଟ ହୋଇଯାଇଥିଲେ। ଏବେ ସାଗରରେ ତାଙ୍କ ପରିବାରର କେହି ରହୁନାହାନ୍ତି। ପିତାମାତାଙ୍କର ମଧ୍ୟ ବିୟୋଗ ହୋଇସାରିଛି। ମୁନମୁନଙ୍କ ଭାଇ ପ୍ରିନ୍ସ ଧମେଚା ଦିଲ୍ଲୀରେ ରହନ୍ତି। ମୁନମୁନ ମଧ୍ୟ ତାଙ୍କ ସହ ରହନ୍ତି। ମୁନମୁନ ଦିଲ୍ଲୀର କୌଣସି ଏକ ଘୋରଇ କମ୍ପାନୀରେ ଜବ କରୁଥିବା ବେଳେ ମଡେଲିଂ, ଫ୍ୟାସନ ଫଟୋଗ୍ରାଫିରେ ସୌକିନ୍‌।

{"id":522856,"width":841,"height":732,"sizeSlug":"full","linkDestination":"none"}

ତେବେ ବଲିଉଡ ସେଲିବ୍ରିଟିମାନେ ନିଜଜୀବନକୁ ନିଜ ଷ୍ଟାଇଲରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି। ଯାହା ସେମାନଙ୍କ ପିଲାଙ୍କ ଜୀବନ ଉପରେ ମଧ୍ୟ ଅନେକାଂଶରେ ପ୍ରଭାବ ପକାଇଥାଏ। ସେମାନଙ୍କ ଲାଗି କାଲି ମାନେ କିଛି ନାହିଁ। ଏଣୁ ଛୁଟି କଟାଇବାକୁ ବିଦେଶ ଯାଆନ୍ତୁ କି ପାର୍ଟି କରନ୍ତୁ ସେମାନେ ଜାଣନ୍ତି ମୁଣ୍ଡର ଚୁଟି କିପରି ତଳକୁ ଝୁଲିବ। ତେବେ ସେମାନଙ୍କ ବ୍ୟକ୍ତିଗତ ଜୀବନର ଏହି ଛବିଗୁଡିକୁ ଯଦିଓ ଗୋପନ ରଖନ୍ତି ତେବେ ସେମାନଙ୍କ ବିବାହ ଫୋଟ ସବୁ ଭାଇରାଲ କରାନ୍ତି। ସେମାନେ ପାର୍ଟି ଲାଗି କିପରି ଆତୁର ତାହା ଏହି ଘଟଣା ସ୍ପଷ୍ଟ କରୁଛି।

{"id":522857,"width":839,"height":1044,"sizeSlug":"full","linkDestination":"none"}

ଏବେ ଏନସିବି ମାମଲାର ତଦନ୍ତରେ କ୍ରୁଜ ଓ ଇଭେଣ୍ଟ ଆୟୋଜକଙ୍କୁ ମଧ୍ୟ ସାମିଲ କରିବେ ବୋଲି ବିଚାର କରୁଛନ୍ତି। ଏଣୁ ଆଗାମୀ ଭବିଷ୍ୟତରେ ଏନସିବି କ୍ରୁଡ ଓ ଇଭେଣ୍ଟ କମ୍ପାନୀଙ୍କୁ ସମନ କରିପାରନ୍ତି। ତେବେ କ୍ରୁଜ କମ୍ପାନୀ ପ୍ରସଙ୍ଗରେ ଆଗତୁରା ବୟାନ ଜାରି କରିଦେଇଛନ୍ତି। ଏପରି ଘଟଣାରେ ସେମାନେ କିଛି କରିପାରିବେନି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.