ବନ୍ଦ ପିପିଏଫ ଆକାଉଣ୍ଟକୁ ପୁଣି ଚାଲୁକରିବା ଲାଗି ଏହା ହେଉଛି ଉପାୟ, ନିଶ୍ଚିତ ପଡିବ ପେନାଲ୍ଟି

Published By : Prameya-News7 Bureau | October 05, 2019 IST

ନୂଆଦିଲ୍ଲୀ : ପିପିଏଫ ଅର୍ଥାତ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ କେବଳ ଅବସର ଲାଗି ସଞ୍ଚୟର ଏକ ମାଧ୍ୟମ ନୁହେଁ ଆୟକର ସଞ୍ଚୟ ଲାଗି ମଧ୍ୟ ବେଶ ସହାୟକ। ଏଥିରେ ଯେ କେହିବି ବାର୍ଷିକ ସର୍ବନିମ୍ନ ୫ଶହ ଟଙ୍କା ବି ସଞ୍ଚୟ କରି ନିଜର ବାର୍ଦ୍ଧକ୍ୟ ସୁରକ୍ଷିତ କରିପାରିବେ। ଏହି ଆକାଉଣ୍ଟରେ ବାର୍ଷିକ ୧ଲକ୍ଷ ୫୦ ହଜାର ଟଙ୍କା ସଞ୍ଚୟ କରି ଆୟକର ଅଧିନିୟମ ଧାରା ୮୦ ସି ଆଧାରରେ ରିହାତି ବି ପାଇପାରିବେ। ଅନୁନ୍ୟ ୫ଶହ ଟଙ୍କା ଜମା କରି କେହି ବି ଆକାଉଣ୍ଟକୁ ଚାଲୁ ରଖି ପାରିବେ। ଏହା ସତ୍ତ୍ୱେ ଯଦି କେହି ୧ଏପ୍ରିଲରୁ ୩୧ ମାର୍ଚ୍ଚ ମଧ୍ୟରେ ଆକାଉଣ୍ଟରେ ୫ଶହ ଟଙ୍କା ଜମା କରି ନ ପାରନ୍ତି ତେବେ ଆକାଉଣ୍ଟ ଆପେ ଆପେ ନିଷ୍କ୍ରିୟ ହୋଇଯାଏ।

{"id":166634}

ପିପିଏଫ ଆକାଉଣ୍ଟ ଥରେ ନିଷ୍କ୍ରିୟ ହୋଇଗଲେ ୧୫ ବର୍ଷ ପରେ  ଜମା ରାଶି ସୁଧ ସମେତ ଫେରସ୍ତ ମିଳିବ। ତେବେ ସବୁଠୁ ଗୁରୁତ୍ୱପୂ୍ର୍ଣ୍ଣ କଥା ହେଉଛି ପିପିଏଫ ଆକାଉଣ୍ଟ ଯଦି ଥରେ ବନ୍ଦ ହୋଇଯାଏ ତେବେ ମାଚ୍ୟୁରିଟି ସମୟ ପୂର୍ବରୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ। ଏଣୁ ଆପଣ ଯଦି ଆପଣଙ୍କର ବନ୍ଦ ପିପିଏଫ ଆକାଉଣ୍ଟ କୁ ସକ୍ରିୟ କରିବାକୁ ଚାହୁଁଛନ୍ତି ତେବେ ମାଚ୍ୟୁରିଟି ତାରିଖ ପୂର୍ବରୁ ଆପଣ ଏପରି କରିପାରନ୍ତି।

{"id":166635}

ମାଚ୍ୟୁରିଟି ତାରିଖ ସମ୍ପର୍କରେ ଆପଣ ଆପଣଙ୍କ ପିପିଏଫ ଖାତାରୁ ଜାଣିପାରିବେ। ଯେଉଁ ବର୍ଷରୁ ଆପଣଙ୍କ ଖାତା ନିଷ୍କ୍ରିୟ ହୋଇଯାଇଛି ସେହି ବର୍ଷରୁ ପେନାଲ୍ଟି ଦେଇ ଆପଣ ଖାତାକୁ ପୁଣି ଅପଡେଟ କରିପାରିବେ। ଏଥିଲାଗି ଆପଣଙ୍କୁ ବାର୍ଷିକ ୫୦ ଟଙ୍କା ହିସାବରେ ପେନାଲ୍ଟି ଦେବାକୁପଡିପାରେ। ସାଙ୍ଗରେ ପୁଣି ଖାତା ଚାଲୁକରିବା ଲାଗି ସେହି ଦିନରୁ ୫ଶହ ଟଙ୍କା ସବସ୍କ୍ରିପସନ ଆକାରରେ ଜମା କରିବେ। ଉଦାହରଣ ସ୍ୱରୂପ ଆପଣଙ୍କ ଆକାଉଣ୍ଟ ୫ ବର୍ଷ ବନ୍ଦ ରହିଛି । ତେବେ ଏଥିଲାଗି ଆପଣଙ୍କ ଜମା ବାବାଦକୁ ୨ହଜାର ୫ଶହ ପେନାଲ୍ଟି ୫୦ ଟଙ୍କା ହିସାବରେ ୨୫୦ ଓ ସବସ୍କ୍ରିପସନ ଫି ଭାବେ ୫ଶହ ଅର୍ଥାତ ୩,୨୫୦ ଟଙ୍କାରେ ଆପଣଙ୍କ ଖାତା ପୁଣି ଚାଲୁ ହୋଇଯିବ।

{"id":166636,"width":580,"height":363}

ଚାଲୁ ପିପିଏଫ ଖାତାରେ ସରକାର ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରୁଛନ୍ତି । ଯେପରି ଝିଅର ବିବାହ, ଗୁରୁତର ରୋଗବ୍ୟାଧିର ଚକିତ୍ସା ଓ ପିଲାମାନଙ୍କର ଉଚ୍ଚ ଶିକ୍ଷା ଲାଗି ମ୍ୟାଚୁରିଟି ପୂର୍ବରୁ ଟଙ୍କା ଉଠାଣ କରିପାରିବେ। ତେବେ ଏଥି ଲାଗି ଆପଣଙ୍କୁ ଲଗାତାର ୫ ବର୍ଷ ପର୍ଯ୍ୟନ୍ତ ଆକାଉଣ୍ଟ ଚାଲୁରଖିବାକୁ ପଡିବ। ଯଦି ପିପିଏଫ ଆକାଉଣ୍ଟ କରି ନାହାନ୍ତି ତେବେ ନିକଟସ୍ଥ ବ୍ୟାଙ୍କ ଅଥବା ଡାକଘରେ ତୁରନ୍ତ ଖୋଲି ନିଜର ବାର୍ଦ୍ଧକ୍ୟ ସୁରକ୍ଷା ନିଶ୍ଚିତ କରନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.