ଥଣ୍ଡାରେ ଅଧିକାଂଶ ଲୋକେ ଗାଧୋଇବାରେ କରୁଛନ୍ତି ଏପରି ଭୁଲ, ବଢୁଛି ହୃଦଘାତର ଆଶଙ୍କା

Published By : Prameya-News7 Bureau | January 11, 2023 IST

ନୂଆଦିଲ୍ଲୀ ୧୧।୧: ଶୀତ ଦିନେ ଗାଧୋଇବା ସବୁଠୁ ବଡ଼ କାମ। ତେବେ ହୁଏତ ଜାଣି ନଥିବେ ଆପଣଙ୍କ ଗାଧୋଇବାର ଉପାୟ ଉପରେ ଆପଣଙ୍କ ହୃଦୟର ସ୍ୱାସ୍ଥ୍ୟ ନିର୍ଭର କରେ ବୋଲି। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଭୀଷଣ ଥଣ୍ଡାରେ ଥାଣ୍ଡା ପାଣିରେ ଗାଧୋଇଥାନ୍ତି। ତେବେ ଏହା ସେମାନଙ୍କ ଲାଗି ବିପଦଜନକ ବୋଲି ସେମାନେ ଜାଣି ନଥାନ୍ତି। ସେହିପରି କେତେକ ଲୋକେ ଥଣ୍ଡା ଯୋଗୁ ଗରମ ପାଣିରେ ଗାଧାନ୍ତି। ଅତ୍ୟାଧିକ ଗରମ ପାଣିରେ ଗାଧୋଇବା ଯୋଗୁ ମଧ୍ୟ ହୃଦ ସମସ୍ୟା ହୋଇପାରେ ବୋଲି ଲୋକେ କମ ଜାଣନ୍ତି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ନା ଗରମ ନା ଥଣ୍ଡା ଶୀତ ଦିନେ ଉଷୁମ ପାଣିରେ ଗାଧୋଇବା ଉଚିତ ବୋଲି କହିଛନ୍ତି। ଶୀତରେ ହାଲୁକା ଉଷୁମ ପାଣି ଆମ ଶରୀରକୁ ଝଟକା ଦେଇ ନଥାଏ ଓ ଶରୀରର ତାପମାତ୍ରା ମଧ୍ୟ କାୟମ ରଖିଥାଏ। ବାସ୍ତବରେ ନଖ ଉଷୁମ ପାଣି ଶରୀରର ତାପମାତ୍ରା ବଢାଇବା ସହିତ ରକ୍ତ ସଞ୍ଚାଳନ ସ୍ୱଭାବିକ କରିଥାଏ।

{"id":731956,"sizeSlug":"full","linkDestination":"none"}

ଶୀତରେ ଥଣ୍ଡା ପାଣି ଗାଧୋଇବା ଦ୍ୱାରା ବଢିଥାଏ ହୃଦଘାତ ଆଶଙ୍କା
ଶୀତ ଦିନ ଯେବେ ଆମେ ଥଣ୍ଡା ପାଣି ସଂସ୍ପର୍ଶରେ ଆସିଥାଏ ପୁରା ଶରୀର କମ୍ପି ଉଠିଥାଏ। ମୋହାଲୀସ୍ଥିତ ଫୋର୍ଟିସ୍ ହସ୍ପିଟାଲର କାର୍ଡିୟୋଲଜିଷ୍ଟ ଡା. କରୁଣ ବହଲ କହନ୍ତି ଯେତେବେଳେ ଆମେ ଥଣ୍ଡା ପାଣି ସଂସ୍ପର୍ସରେ ଆସନ୍ତି ଆମର ଶରୀର ଏପରି ପ୍ରତିକ୍ରିୟା ଦେଇଥାଏ ଯେପରି କୌଣସି ଏମାର୍ଜେନ୍ସୀ। ଶରୀରରେ ରକ୍ତାସଞ୍ଚାଳନ ଅଚାନକ ବଢି ଯାଇଥାଏ। ଏଥିରେ ଆମର ହୃଦୟ ମଧ୍ୟ ବାକି ଅଙ୍ଗର ସୁରକ୍ଷା ଲାଗି ଦ୍ରୁତ ରକ୍ତ ପମ୍ପ କରିବାରେ ଲାଗିଯାଏ। ତେବେ ଏପରି ଜରୁରି କାଳୀନ ପରିସ୍ଥିତିରେ ହୃଦୟ ତ୍ୱଚା ନିକଟକୁ ରକ୍ତ ସଞ୍ଚାଳନ ରୋକି ଦେଇଥାଏ। ଫଳରେ ଥଣ୍ଡାରେ ଆମେ ଥରିବାରେ ଲାଗିଥାଏ। ଏହା ଦ୍ୱାରା ହୃଦୟ ଉପରେ ଅଧିକ ଚାପ ପଡିଥାଏ ବୋଲି ସେ କହିଛନ୍ତି।

ତେବେ କେତେକ ଗବେଷଣାରୁ ଶୀତରେ ଥଣ୍ଡା ପାଣିରେ ଗାଧୋଇବା ଯୋଗୁ ଆମର ମେଟବଲିଜିମ ହେବା ସହିତ ଶରୀରର ରୋଗ ପ୍ରତିଶେଧକ ଶକ୍ତି ବଢିଥାଏ।ଏହାକୁ ଧ୍ୟାନରେ ରଖି ଅନେକ ଫିଟନେସ୍‌ ପ୍ରିୟ ଲୋକେ ଥଣ୍ଡା ପାଣିରେ ଗାଧୋଇ ଥାନ୍ତି। ତେବେ ସେମାନେ ଭୁଲି ଯାଆନ୍ତି ଶରୀର ଉପରେ ଏପରି ପରୀକ୍ଷଣ କେବଳ ଫିଟ୍ ଲୋକେ ହିଁ କରି ପାରନ୍ତି ବୋଲି। ତେବେ ଡା. ବହଲ କହନ୍ତି ଯେତେବେଳେ ଆମେ ଥଣ୍ଡା ପାଣିରେ ଗାଧାନ୍ତି ତେବେ ହୃଦୟ ଉପରେ ଅତିରିକ୍ତ ଚାପ ପଡିଥାଏ। ଏଥିରେ ହୃଦ ସ୍ପନ୍ଦନ ଅନିୟମିତ ହୋଇଥାଏ ଓ ହୃଦଘାତର ଆଶଙ୍କା ବଢି ଯାଇଥାଏ।

{"id":731960,"sizeSlug":"full","linkDestination":"none"}

ସେହିପରି ଏବେ ଯେଉଁ ଥଣ୍ଡା ପଡିଛି ଏଥିରେ ଲୋକେ ଅଧିକ ଗରମ ପାଣିରେ ଗାଧୋଇବା ଯୋଗୁ ରକ୍ତଚାପରେ ଦ୍ରୁତ ହ୍ରାସ ହେଉଛି। ଫଳରେ ହୃଦୟ ଉପରେ ଚାପ ବଢି ଯାଉଛି। ଏଣୁ ଶୀତ ଋତୁରେ ଗାଧୋଇବା ପାଇଁ ହଲୁକା ଉଷୁମ ପାଣି ବ୍ୟବହାର କରାଯିବା ଉପରେ ଡା. ବହଲ ଗୁରୁତ୍ୱ ଦେଇଛନ୍ତି। ସେହିପି ଶୀତ ଋତୁରେ ହୃଦଘାତ ଜନିତ ସମସ୍ୟାରୁ ବର୍ତ୍ତିବା ପାଇଁ ହାଲୁକା ଭୋଜନ ଓ ପର୍ଯ୍ୟାପ୍ତ ଉଷୁମ ବସ୍ତ୍ର ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି।

ଡାକ୍ତର ବ୍ୟାୟାମ ଉପରେ ଗୁରୁତ୍ୱ ଦେଇଥିବା ବେଳେ କୌଣସି ପ୍ରକାର ଅସୁସ୍ଥତା ଥିଲେ ନିୟମିତ ଔଷଧ ଖାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏପରି ଋତୁରେ କେବେ କେବେ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଔଷଧର ଅଧିକ ଡୋଜ ନେବାର ଆବଶ୍ୟକତା ପଡିଥାଏ। ଏଣୁ ଏପରି କ୍ଷେତ୍ରରେ ଲୋକଙ୍କୁ ହୃଦ ରୋଗ ଡାକ୍ତରଙ୍କ ପରାମର୍ଶରେ ରହିବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.