ତ୍ରିଶୁର ୨୯।୧୨: ଗୁପ୍ତ ଭଣ୍ଡାରରେ ମୂଲ୍ୟବାନ ସମ୍ପତ୍ତି ଠୁଳ ଲାଗି ଚର୍ଚ୍ଚାରେ ଥିବା କେରଳର ପଦ୍ମନାଭ ସ୍ୱାମୀ ମନ୍ଦିର ପରେ ଅନ୍ୟ ଏକ କୃଷ୍ଣ ମନ୍ଦିର ଏବେ ଚର୍ଚ୍ଚାରେ। ସୂଚନା ଅଧିକାର ଆଇନ (ଆରଟିଆଇ)ରେ ମଗାଯାଇଥିବା କେରଳ ଗୁରବାୟୁର କୃଷ୍ଣମନ୍ଦିରର ସମ୍ପତ୍ତି ସୂଚନାରୁ ଏହା ଜଣାପଡିଛି। ଏଥିରେ ମନ୍ଦିର କେବଳ ଭୂ ସମ୍ପତ୍ତି ଓ ନଗଦ ଜମା ରାଶିର ସୂଚନା ଦେଇଛନ୍ତି। ଏଥିରୁ କର୍ତ୍ତୃପକ୍ଷ ମନ୍ଦିର ୨୭୧.୦୫ ଏକର ଜମିର ମାଲିକ ହୋଇଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ମନ୍ଦିରର ୧,୭୩୭,୦୪,୯୦୯୬୧ ଟଙ୍କା ଜମା ଥିବାର ସୂଚିତ କରିଛନ୍ତି।
ଗୁରବାୟୁର ଦେଭାସୋଅମ ମନ୍ଦିରରେ ସୁନା ଓ ରୂପା ସମେତ ତମାମ ମୂଲ୍ୟବାନ ସାମଗ୍ରୀ ଥିବାର ମଧ୍ୟ ସ୍ୱୀକାର କରିଛନ୍ତି। ତେବେ ସୁରକ୍ଷାଗତ କାରଣ ଯୋଗୁ ମନ୍ଦିର ପ୍ରବନ୍ଧନ ଏ ବାବଦେ ସୂଚନା ଦେବାକୁ ମନା କରି ଦେଇଛନ୍ତି। ଏହା ଏକ ପ୍ରାଚୀନ ମନ୍ଦିର ଯେଉଁଠି ଭଗବାନ ବିଷ୍ଣୁଙ୍କୁ କୃଷ୍ଣଙ୍କ ରୂପେ ପୂଜା କରାଯାଉଛି। ପ୍ରତିବର୍ଷ ସାରା ଦେଶର ହଜାର ହଜାର ଭକ୍ତ ଗୁରବାୟୁରଙ୍କ ଦର୍ଶନ କରୁଥିବା ବେଳେ ଭକ୍ତ ଠାକୁରଙ୍କୁ ଅନେକ ମୂଲ୍ୟବାନ ସାମଗ୍ରୀ ଭେଟ ଚଢଉଛନ୍ତି।
{"id":726922,"sizeSlug":"full","linkDestination":"none"}ଗୁରବାୟୁରର ବାସିନ୍ଦା ତଥା ଏକ ସଂସ୍ଥାର ଅଧ୍ୟକ୍ଷ ଏମ.କେ. ହରିଦାସ ଆରଟିଆଇ ଦାୟର କରି ମନ୍ଦିରର ସମ୍ପତ୍ତି ବିବରଣୀ ମାଗିଥିଲେ। ଦେଭସୋଅମ ଏହି ଆରଟିଆଇର ଜବାବରେ ମନ୍ଦିରର ୨୭୦.୦୫୦୬ ଏକର ଜମି ଥିବା ସୂଚିତ କରିଛନ୍ତି। ତେବେ ପ୍ରବନ୍ଧନ ଏପର୍ଯ୍ୟନ୍ତ ମନ୍ଦିରର ଭୂ-ସମ୍ପତ୍ତି ମୂଲ୍ୟ ଆକଳନ କରିନଥିବା କହିଛନ୍ତି। ସେହିପରି ଦେବସୋଅମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସରକାର ଆସିବା ପରଠାରୁ ମନ୍ଦିର ଲାଗି ୧ ଟଙ୍କାର ବି ସହାୟତା କରିନଥିବା କୁହିଛନ୍ତି। ଅପରପଟେ ୨୦୧୮-୧୯ରେ ଆସିଥିବା ଭୟାନକ ବନ୍ୟା ପରେ ଦେଭସୋଅମ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କାର ନଗଦ ସହାୟତା କରିଥିବା ସୂଚିତ କରିଛନ୍ତି।
ତେବେ ଦେଭସୋଅମ ନିକଟରେ ବ୍ୟାଙ୍କ ଜମା ଓ ଅନ୍ୟ ସମ୍ପତ୍ତି ଥିଲେ ମଧ୍ୟ ଭକ୍ତଙ୍କ ନିମନ୍ତେ କିଛି କରୁନଥିବାର ହରିଦାସ ଅଭିଯୋଗ କରିଛନ୍ତି। ଦେଭସୋଅମ ଏକ ହସ୍ପିଟାଲ ପରିଚାଳନା କରୁଛନ୍ତି। ହେଲେ ଏହାର ରକ୍ଷଣାବକ୍ଷଣା ଓ ଏହାର ପରିସ୍ଥିତି ଅତ୍ୟନ୍ତ ଦୟନିୟ ବୋଲି ହରିଦାସ କହିଛନ୍ତି। ସେହିପରି ମନ୍ଦିରର ପ୍ରସାଦମର ବିତରଣ ମଧ୍ୟ ସଠିକ ହେଉନଥିବା ଅଭିଯୋଗ କରିଛନ୍ତି। ଏହା ଛଡା ମନ୍ଦିରର ଦୈନିକ ଅନୁଷ୍ଠାନ ଓ ପୁଷ୍ପ ଆବଶ୍ୟକତା ଲାଗି ଏକ ଉଦ୍ୟାନର ଅଭାବ ଥିବା ବେଳେ ଦେଭସୋଅମ ତାହା ମଧ୍ୟ କରୁନଥିବା ହରିଦାସ କହିଛନ୍ତି।
{"id":726928,"width":839,"height":560,"sizeSlug":"full","linkDestination":"none"}ଉଲ୍ଲେଖଯୋଗ୍ୟ ଯେ ଅତୀତରେ ତିଅନନ୍ତପୁରମସ୍ଥିତ ପଦ୍ମନାଭ ସ୍ୱାମୀ ମନ୍ଦିରର ଏକ ଗୁପ୍ତ ସ୍ଥାନରୁ ଦୁର୍ଲଭ ରତ୍ନ, ମୂଲ୍ୟବାନ ମୁକୁଟ, ସୁନା ଓ ରୂପା ମୁଦ୍ରାର ଗଦା, ମୂର୍ତ୍ତି, ପିତଳ ଥାଳି ଓ ମୂଲ୍ୟବାନ ଲ୍ୟାମ୍ପର ବିଶାଳ ସଂଗ୍ରହ ମିଳିଥିଲା। ତେବେ ପ୍ରାପ୍ତ ସାମଗ୍ରୀର ବଜାର ଦର ଏପର୍ଯ୍ୟନ୍ତ ସାର୍ବଜନିକ କରାଯାଇ ନାହିଁ। ତେବେ କଥିତ ଭାବେ ଏ ସବୁର ମୂଲ୍ୟ ୧ ଲକ୍ଷ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି।