ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଗୁଜରାଟ ବିଧାନସଭା ନିର୍ବାଚନ: ରବିନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କ ସମ୍ପତ୍ତି କେତେ? ଜାଣନ୍ତୁ ତାଙ୍କ ସତ୍ୟପାଠରୁ

22/11/2022 at 8:26 PM

ଜାମନଗର୨୨।୧୧: ଗୁଜରାଟ ବିଧାନସଭା ନିର୍ବାଚନରେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା କ୍ଷମତାସୀନ ବିଜେପିରୁ ଜାମନଗର ଉତ୍ତର ବିଧାନସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି। ସେ ତାଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଏଥିରେ ତାଙ୍କର ସମ୍ପତ୍ତି ସୂଚୀ ଦେଇଛନ୍ତି। ଯେଉଁଥିରେ ତାଙ୍କ ନିଜର ଫ୍ଲାଟଟିଏ ମଧ୍ୟ ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ଏଥିରେ ରିଭାବା ତାଙ୍କର ଚଳ ଓ ଅଚଳ ସମ୍ପତ୍ତିର ବିବରଣୀ ଦେଇଛନ୍ତି।

ଏ ବାବଦେ ରିଭାବା ଦାଖଲ କରିଥିବା ସତ୍ୟପାଠରେ ତାଙ୍କର କୌଣସି ଅଚଳ ସମ୍ପତ୍ତି ନଥିବା ଉଲ୍ଲେଖ କରିଛନ୍ତି। ଅଚଳ ସମ୍ପତ୍ତିର ଅର୍ଥ ଘର, ଭବନ ଓ ଚାଷ ଉପଯୋଗୀ ଭୂମି ଆଦି ହୋଇଥାଏ। ଏଥିରେ ରିଭାବାଙ୍କ ନାମରେ ନିଜର ଫ୍ଲାଟଟିଏ ମଧ୍ୟ ନାହିଁ। ତେବେ ଚଳନ୍ତି ସମ୍ପତ୍ତିରେ ତାଙ୍କର ମୋଟ ୬୨ଲକ୍ଷ ୩୫ ହଜାର ଟଙ୍କା ଥିବା ବେଳେ ତାଙ୍କ ନିକଟରେ ନଗଦ ୪ଲକ୍ଷ ୭୦ ହଜାର ଟଙ୍କା ଥିବାର ସୂଚିତ କରିଛନ୍ତି।

ବାକି ସମ୍ପତ୍ତିରେ ତାଙ୍କର ୩୪ଲକ୍ଷ ୮୦ ହଜାର ଟଙ୍କାର ସୁନା ଥିବା ବେଳେ ୧୪ଲକ୍ଷ ୮୦ ହଜାର ଟଙ୍କାର ସ୍ୱର୍ଣ୍ଣାଳଙ୍କାର  ରହିଛି। ଏଥିରେ ତାଙ୍କ ପାଖରେ ୮ ଲକ୍ଷ ଟଙ୍କାର ରୂପା ଅଳଙ୍କାର ଥିବାର ସୂଚିତ କରିଛନ୍ତି। ରିଭାବାଙ୍କ ଅନୁସାରେ ଦେଖିବାକୁ ଗଲେ ତାଙ୍କ ପତି ତଥା କ୍ରିକେଟର ରବିନ୍ଦର ଜାଡେଜାଙ୍କର ୩୭.୪୩ କୋଟିର ଚଳତ ସମ୍ପତ୍ତି ଥିବା ବେଳେ ୩୩.୫କୋଟି ଟଙ୍କାର ଅଚଳ ସମ୍ପତ୍ତି ରହିଛି।

ଗୁଜରାଟ ବିଧାନସଭା ଲାଗି ୨ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧ ଡିସେମ୍ବରରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଡିସେମ୍ବର ୫ ତାରିଖରେ ହେବ। ଏଥିଲାଗି ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ଆମଆଦମୀ ପାର୍ଟି ପକ୍ଷରୁ ଅରବିନ୍ଦ କେଜରିୱାଲ ଯୁଦ୍ଧକାଳୀନ ଭିତ୍ତିରେ ଏବେ ପ୍ରଚାର କରୁଛନ୍ତି। ତେବେ ରାହୁଲ ଗାନ୍ଧି ଭାରତ ଯୋଡୋ ଯାତ୍ରା ଚଳାଇଥିବାରୁ ଏପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରରେ ଭାଗନେଇ ପାରିନାହାନ୍ତି।

   Related Posts