ଦୀପାବଳିରେ ଆତସବାଜୀ ଯୋଗୁ ବ୍ୟାପୁଛି ପ୍ରଦୂଷଣ, ଗୋଟିଏ ସାପ ଗୋଲିରୁ ବାହାରୁଛି ୨୯୩୨ ସିଗାରେଟର ଧୂଆଁ

Published By : Prameya-News7 Bureau | October 23, 2022 IST

ନୂଆଦିଲ୍ଲୀ ୨୩।୧୦: ଆତସବାଜୀରୁ ହେଉଥିବା ପ୍ରଦୂଷଣକୁ ଯଦି ଆପଣ ହାଲୁକା ଭାବେ ଗ୍ରହଣ କରୁଥାନ୍ତି, ତେବେ ଭୁଲ କରୁଛନ୍ତି। ଏଠାରେ କେଉଁ ଫୋଟକାରୁ କେତେ ପରିମାଣରେ ପ୍ରଦୂଷଣ ବାହାରୁଛି ଦେଖି ରଖନ୍ତୁ। ଏହା ପରେ ବି ଯଦି ଆପଣ ଘର କି ଆଖପାଖରେ ଦୀପାବଳି ପାଳନ ପାଇଁ ଫୋଟକା ଫୁଟେଇବାକୁ ଇଚ୍ଛା କରୁଥାନ୍ତି, ତେବେ ଏହା ଆପଣଙ୍କ ଇଚ୍ଛା।

{"id":699676,"width":841,"height":617,"sizeSlug":"full","linkDestination":"none"}

ଦୀପାବଳିରେ ପିଲାମାନେ ସାପ ବାଣ ରେ ନିଆଁ ଲଗାଇ ଧୂଆଁ ଓ ଆଲୋକ ଦେଖି ଖୁସି ହୋଇଥାନ୍ତି। ଏଥିରୁ ଅଙ୍ଗାରର ଦୀର୍ଘ କୁଣ୍ଡଳୀ ବାହାରିଥାଏ। ତେବେ ଆପଣ ଜଣନ୍ତିକି ଏହି ଗୋଟିଏ ସାପ ଗୋଲି ଜଳିଲେ କେତେ ସିଗାରେଟର ଧୂଆଁ ବାହାରୁଛି। ୨ହଜାର ୯୩୨ଟି ସିଗାରେଟ ଜଳିଲେ ଯେତିକି ପ୍ରଦୂଷିତ ଧୂଆଁ ବାହାରେ ସେତିକି ପ୍ରଦୂଷଣ ବାହାରିଥାଏ। ଏହି ଗୋଟିଏ ଗୋଲି ଜଳିଲେ ୬୪,୫୦୦ ମାଇକ୍ରୋଗ୍ରାମ ପାର୍ଟିକ୍ଲ ବାହାରିଥାଏ ଯାହା ପିଲାଙ୍କ ହୃତପିଣ୍ଡକୁ ମଧ୍ୟ ପ୍ରଭାବିତ କରିପାରେ।

{"id":699677,"width":840,"height":553,"sizeSlug":"full","linkDestination":"none"}

ଚାଇନା କ୍ରାକର ଫୁଟେଇଲେ ୩୮,୫୪୦ ମାଇକ୍ରୋ ଗ୍ରାମ ପାର୍ଟିକ୍ଲ ନିର୍ଗତ ହୋଇଥାଏ। ଏହା ବାୟୁ ସହ ଶବ୍ଦ ପ୍ରଦୂଷଣ ମଧ୍ୟ କରେ। ଫୁଲଝରି ସମସ୍ତଙ୍କ ପ୍ରିୟ । ପିଲାରୁ ଆରମ୍ଭ କରି ବୟସ୍କ ଦୀପାବଳିରେ ଫୁଲଝରି ଜଳାଇଥାନ୍ତି। ଲୋକେ ଭାବନ୍ତି ଏହା ସୁରକ୍ଷିତ। ତେବେ ଏହା ଭାବିବା ଭୁଲ। ଗୋଟିଏ ଫୁଲଝରି ଜଳିଲେ ୧୦,୩୯୦ ମାଇକ୍ରୋଗ୍ରାମ ପାର୍ଟିକ୍ଲ ନିର୍ଗତ ହୋଇଥାଏ। ୪୭୨ଟି ସିଗାରେଟ ଜଳିଲେ ଯେତିକି ପ୍ରଦୂଷଣ ଓ କ୍ଷତି ହୋଇଥାଏ ଗୋଟିଏ ଫୁଲଝରି ଜଳିଲେ ସେତିକି ପ୍ରଦୂଷଣ ହୋଇଥାଏ।

{"id":699679,"sizeSlug":"full","linkDestination":"none"}

ସେହିପରି ଚକ୍ରି ବାଣ ଫୁଟେଇବା ବି ଆମର ଏକ ସୌକ। ଗୋଟିଏ ଚକ୍ରିବାଣ ପୋଡିଲେ ୯,୪୯୦ ମାଇକ୍ରୋଗ୍ରାମ ପାର୍ଟିକ୍ଲ ବାହାରିଥାଏ ଯାହା ୪୭୨ଟି ସିଗାରେଟର ଧୂଆଁ ଭଳି ପ୍ରଦୂଷଣ ସୃଷ୍ଟି କରେ। ଏଇଭଳି ଆଉ ଏକ ଲୋକପ୍ରିୟ ବାଣ ହେଉଛି କୁମ୍ପି। ଏହି ବାଣ ଜଳିଲେ ୪,୮୬୦ ମାଇକ୍ରୋଗ୍ରାମ ପାର୍ଟିକ୍ଲ ବାହାରିଥାଏ। ୨୨୧ ସିଗାରେଟ ଜଳିଲେ ଯେତିକି ଧୂଆଁ ଓ ପ୍ରଦୂଷଣ ହୋଇଥାଏ ସେତିକି ପ୍ରଦୂଷଣ ହୁଏ। ସିଗାରେଟ ଧୂଆଁ ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଏହି ସବୁ ବାଣର ଧୂଆଁ ମଧ୍ୟ ଆମ ସ୍ୱାସ୍ଥ୍ୟ ଲାଗି ସେତିକି କ୍ଷତିର କାରଣ ହୁଏ। ଏଣିକି ଦୀପାବଳି କିପରି ପାଳିବେ ଏହା ଆପଣଙ୍କ ଇଛା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.