ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

୯ ଦିନ କଟେ କେବଳ ଫଳାହାର ଓ ଲେମ୍ବୁ ପାଣିରେ, ଜାଣନ୍ତୁ ପ୍ରଧାନମନ୍ତ୍ରୀ କିପରି ପାଳନ୍ତି ନବରାତ୍ରୀ ବ୍ରତ

1/10/2022 at 7:20 PM

ନୂଆଦିଲ୍ଲୀ ୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦଶନ୍ଧୀରୁ ଅଧିକ କାଳ ହେଲା ନବରାତ୍ରି ଉପବାସ କରିଆସୁଛନ୍ତି। ୯ ଦିନର ଏହି ବ୍ରତ ସେ କେବଳ ଫଳାହାର କରିଥାନ୍ତି ଓ ଲେମ୍ବୁ ପାଣି ପିଅନ୍ତି। ନବରାତ୍ରି ଆରମ୍ଭରେ ପ୍ରଧାନମନ୍ତ୍ରୀ ସାରା ଦେଶବାସୀଙ୍କୁ ଉତ୍ସବର ଅଭିନନ୍ଦନ ଜଣାଇଥିଲେ। ଆସ୍ଥା ଓ ବିଶ୍ୱାସର ଏହି ପବିତ୍ର ଅବସରରେ ସମସ୍ତଙ୍କ ଜୀବନରେ ନୂଆ ଉର୍ଜା ଓ ନୂଆ ଶକ୍ତି ସଞ୍ଚାରର କାମନା କରିଥିଲେ ପ୍ରଧାନମନ୍ତ୍ରୀ।

ନବରାତ୍ରି ଏକ କଠିନ ବ୍ରତ। ୯ ଦିନ ପର୍ଯ୍ୟନ୍ତ ଲଗାତାର ପାଳିତ ହେଉଥିବା ଏବି ବ୍ରତଲାଗି ବ୍ରତି କେବଳ ଫଳାହାର କରିଥାନ୍ତି ତ କେହି କେହି ପୂର୍ଣ୍ଣ ଉପବାସ କରନ୍ତି। ଯଦିଓ ପ୍ରଧାନମନ୍ତ୍ରୀ ନବରାତ୍ର ପାଳନ କରନ୍ତି ତେବେ ତାଙ୍କ ଦୈନନ୍ଦିନ ରୁଟିନରେ ସେପରି କୌଣସି ପରିବର୍ତ୍ତନ ଦେଖାଯାଏନି। ତାଙ୍କ ରାଜନୈତିକ ଗତିବିଦ୍ଧି ମଧ୍ୟ ସାଧାରଣ ଦିନ ଭଳି ଜାରି ରହେ। ବ୍ରତ ଦିନମାନଙ୍କରେ ପ୍ରଧାନମନ୍ତ୍ରୀ କେବଳ ଲେମ୍ବୁ ପାଣି ପିଇଥାନ୍ତି, କେବଳ ସନ୍ଧ୍ୟାରେ ଥରେ ଫଳାହାର କରନ୍ତି। ବାକି ଦିନ ଏମିତିରେ କଟାଇ ଦିଅନ୍ତି।

ନବରାତ୍ରି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ସକାଳୁ ଉଠି ଯୋଗ କରିଥାନ୍ତି, ଧ୍ୟାନ ମଧ୍ୟ କରନ୍ତି। ସକାଳର ପୂଜା ମଧ୍ୟ ତାଙ୍କ ରୁଟିନରେ ଥାଏ। ସେ ତାଙ୍କର ନବରାତ୍ର ବ୍ରତ ସମ୍ପର୍କରେ ସାର୍ବଜନିକ ମଞ୍ଚରେ କେବେ କିଛି କହିନାହାନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ନିଜ ୱେବସାଇଟ୍ ନରେନ୍ଦ୍ର ମୋଦି ଡଟ୍ ଇନ୍‌ ବ୍ଲଗରେ ଥରଟିଏ ବିଷୟରେ ଉଲ୍ଲେଖ କରିଥିଲେ। ଯେଉଁଥିରେ ନବରାତ୍ରି ବ୍ରତ ତାଙ୍କ ବାର୍ଷିକ ଆତ୍ମଶୁଦ୍ଧିର ବ୍ୟାୟାମ ବୋଲି ଉଲ୍ଲେଖ କରିଥିଲେ।

ନବରାତ୍ର କାଳରେ ପ୍ରଧାନମନ୍ତ୍ରୀଙ୍କ ସକ୍ରିୟତାରେ ସାମାନ୍ୟତମ ହ୍ରାସ ଦେଖାଯାଏନା। ପ୍ରଧାନମନ୍ତ୍ରୀ ପଦର ଦାୟିତ୍ୱ ହେଉ ଅଥବା ନିର୍ବାଚନ ରାଲି ମୋଦି ପୁରା ସାମର୍ଥ୍ୟର ସହ କାମ କରୁଥାନ୍ତି। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଆମେରିକା ଯାତ୍ରାରେ ଯାଇଥିଲେ। ସେତେବେଳେ ଶାରଦୀୟ ନବରାତ୍ରି ଚାଲୁଥିଲା। ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ହ୍ୱାଇଟ୍ ହାଉସରେ ରାତ୍ର ଭୋଜ ଦେଇଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଉଷୁମ ପାଣି ପିଇଥିଲେ। ଆମେରିକା ମିଡିଆରେ ଏହି କଥାର ଖୁବ ଚର୍ଚ୍ଚା ହୋଇଥିଲା।

ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେତେବେଳେ ମଧ୍ୟ ନବରାତ୍ର କରୁଥିଲେ। ନବରାତ୍ରକାଳରେ ମୁଖ୍ୟମନ୍ତ୍ରୀ ରାତି ୧୦ଟା ସୁଦ୍ଧା ତାଙ୍କର ସମସ୍ତ କାମ ତୁଟାଇ ଦେଉଥିଲେ। ତେବେ ପ୍ରଧାନମନ୍ତ୍ରୀ ହେବା ପରେ ଏବେ ତାହାବି କରୁ ନାହାନ୍ତି। ଗୁଜରାଟରେ ମୋଦିଙ୍କ ନିକଟତମ ଲୋକେ କହନ୍ତି ନବରାତ୍ରିରେ ସାଗୁଦାନାରେ ତିଆରି ବ୍ୟଞ୍ଜନ ଖାଇବାରେ ରିହାତି ଥାଏ। ତେବେ ମୋଦି ତାହା ମଧ୍ୟ ଖାଆନ୍ତି ନାହିଁ। ବର୍ଷରେ ସାରଦୀୟ ଓ ଚୈତ୍ର ନବରାତ୍ରି ୨ ଥରରେ ୧୮ ଦିନ ଉପବାସ ବ୍ରତ ପାଳନ୍ତି ପ୍ରଧାନମନ୍ତ୍ରୀ।   

   Related Posts