ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ବଢୁଛି ଆଦାନୀଙ୍କ ସମସ୍ୟା, ଜାଣନ୍ତୁ ତାଙ୍କ କମ୍ପାନୀଙ୍କ ଉପରେ ଭାରତୀୟ ବ୍ୟାଙ୍କର ଋଣ କେତେ?

2/02/2023 at 7:59 PM

ମୁମ୍ବାଇ ୨।୨: ହିଣ୍ଡନବର୍ଗ ରିପୋର୍ଟ ଆସିବା ପରଠାରୁ ଆଦାନୀ ସମୂହଙ୍କ ସମସ୍ୟା ଥମିବାର ନାଁ ନେଉନି।  ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଦାନୀ ଗ୍ରୁପଙ୍କୁ ଋଣ ଦେଇଥିବା ଭାରତୀୟ ବ୍ୟାଙ୍କମାନଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆଦାନୀ ଗ୍ରୁପଙ୍କ ଉପରେ ଭାରତୀୟ ବ୍ୟାଙ୍କମାନଙ୍କର ଋଣ ଚାପ କେତେ ଓ କେଉଁ ପର୍ଯ୍ୟନ୍ତ ଦେୟ ତାହା ଜାଣିବାକୁ ଚାହିଁଛନ୍ତି ଆରବିଆଇ। ସୂଚନାରୁ ମିଳୁଥିବା ଭିନ୍ନ ଭିନ୍ନ ତଥ୍ୟ ଅନୁସାରେ ଆଦାନୀ ଗ୍ରୁପ ଉପରେ ଭାରତୀୟ ବ୍ୟାଙ୍କମାନଙ୍କର ପାଖାପାଖି ୮୦ ହଜାର କୋଟି ଟଙ୍କାର ଋଣ ରହିଛି। ଯାହ ସମୂହଙ୍କ ମୋଟ ଋଣର ୩୮ ପ୍ରତିଶତ ବୋଲି କୁହାଯାଉଛି।

କୁହାଯାଉଛି କିଛି ଅନ୍ତର୍ଜାତୀୟ ରେଟିଂ ଏଜେନ୍ସୀ ମଧ୍ୟ ଆଦାନୀଙ୍କ ବ୍ୟାଙ୍କ ଋଣର ସୂଚନା ସଂଗ୍ରହ କରିବା ଆରମ୍ଭ କରିଦେଇଛନ୍ତି। ଏହା ସତ୍ତ୍ୱେ ସବୁ ବ୍ୟାଙ୍କ ସେମାନଙ୍କ ନିବେଶକଙ୍କୁ ଚିନ୍ତିତ ନ ହେବାକୁ ଓ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଉଛନ୍ତି। ସେୟାର ବଜାରରେ ବୁଧବାର ଆଦାନୀ ଏଣ୍ଟରପ୍ରାଇଜର୍ସଙ୍କ ସେୟାର ମୂଲ୍ୟ ତୀବ୍ର ହ୍ରାସ ଯୋଗୁ କମ୍ପାନୀ ତାଙ୍କର ଏଫପିଓ ଫେରସ୍ତ ନେଇଛନ୍ତି। ଆଦାନୀ ଏଣ୍ଟରପ୍ରାଇଜର୍ସଙ୍କ ଅଧ୍ୟକ୍ଷ ଗୌତମ ଆଦାନୀ କମ୍ପାନୀର ବୋର୍ଡ ବୈଠକ ସମ୍ପର୍କରେ ସୂଚନା ଦେଇ ନିବେଶକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଇସ୍ୟୁ ଫେରସ୍ତ ନେବା ପାଇଁ ନିଷ୍ପତ୍ତି ହୋଇଥିବା ବୁଧବାର ଘୋଷଣା କରିଥିଲେ। ଇସ୍ୟୁ ପ୍ରତ୍ୟାହାର ହୋଇଥିବାରୁ ନିବେଶକଙ୍କ ଅର୍ଥ ଫେରାଇ ଦିଆଯିବ ବୋଲି ଆଦାନୀ କହିଥିଲେ।

ସେୟାର ବଜାରରେ କ୍ରେଡିଟ୍ ସୁଇସ୍ ସମୂହର ବଣ୍ଡ ଉପରେ ମାର୍ଜିନ ଲୋନକୁ ରୋକ ଲଗାଇଛନ୍ତି। ଫଳରେ ଆଦାନୀ ଏଣ୍ଟରପ୍ରାଜର୍ସଙ୍କ ଷ୍ଟକରେ ୩୫ ପ୍ରତିଶତ ହ୍ରାସ ଦେଖା ଦେଇଥିବା ବେଳେ ଏହା ୨୧୨୮ ସ୍ତରରେ ବନ୍ଦ ହୋଇଛି। ଏହି ସମୟରେ କମ୍ପାନୀର ଏଫପିଓ ପାଇଁ ପ୍ରତି ସେୟାର ଫ୍ଲୋର ମୂଲ୍ୟ ମଧ୍ୟ ୩୧୧୨ ଟଙ୍କା ଥିଲା। ଏହା ସହିତ ଆଦାନୀ ଗ୍ରୁପର ମାର୍କେଟ କ୍ୟାପ୍ ମଧ୍ୟ ହ୍ରାସ ହୋଇ ୨,୪୨,୬୭୨.୦୪କୋଟି ଟଙ୍କାକୁ ଖସି ଆସିଛି।

ଉଲ୍ଲେଖଯୋଗ୍ୟ ଯେ ଆଦାନୀ ଏଣ୍ଟରପ୍ରାଇଜର୍ସଙ୍କ ଏଫପିଓ ଜାନୁୟାରୀ ୨୭ ତାରିଖ ଦିନ ନିବେଶ ଲାଗି ଖୋଲିଥିଲା ଓ ୩୧ ଜାନୁୟାରୀରେ ବନ୍ଦ ହୋଇଛି। ଏହି ସମୟରେ ସମସ୍ତ ସେୟାର ସବସ୍କ୍ରାଇବ୍ ହେବା ସତ୍ତ୍ୱେ କମ୍ପାନୀ ଏଫପିଓ ପ୍ରତ୍ୟାହାର କରିଛନ୍ତି। ଏଥିରେ ନିବେଶକଙ୍କ ସ୍ୱାର୍ଥକୁ ସର୍ବୋପରି କୁହାଯାଇଥିବା ବେଳେ ବାକି ବିଷୟକୁ ଗୌଣ ଭାବେ ଦେଖାଯାଇଛି। ଏହି ଏଫପିଓରେ ସାରା ବିଶ୍ୱର ଦିଗ୍ଗଜ ନିବେଶକମାନେ ନିବେଶ କରିଥିଲେ।

   Related Posts