suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅଧିକ ଅଣ୍ଡା ସେବନ କଲେ ଯାଇପାରେ ଜୀବନ: ଦିନକୁ କେତେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ଜାଣନ୍ତୁ

4/11/2020 at 5:08 PM

ଭୁବନେଶ୍ୱର ୦୪/୧୧ : ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ହିତକର। ଅଣ୍ଡାରେ ବହୁ ମାତ୍ରାରେ ପ୍ରୋଟିନ ରହିଛି। ତେବେ ଦିନକୁ କେତେଟି ଅଣ୍ଡା ଖାଇବା ଉଚିତ ତାହା ଜାଣିବା ମଧ୍ୟ ଆବଶ୍ୟକ। କିଛି ଦିନ ପୂର୍ବରୁ ଉତ୍ତର ପ୍ରଦେଶର ଏକ ସହରରେ ମଜା ମଜାରେ ୫୦ଟି ଅଣ୍ଡା ଖାଇବା ପାଇଁ ସର୍ତ ଲାଗିଥିଲା। ଜଣେ ଯୁବକ ସର୍ତରେ ରାଜି ହୋଇ ଅଣ୍ଡା ଖାଇବା ଆରମ୍ଭ କରିଥିଲେ। ୪୨ଟି ଅଣ୍ଡା ଖାଇବା ପରେ ସେ ବେହୋସ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା।

ଅଣ୍ଡା ଖାଇବାରୁ ତାର ପ୍ରୋଟିନ ଶରୀରରେ ପହଞ୍ଚି ଏଲ୍ବୁମିନରେ ବଦଳି ଯାଇଥାଏ । ଏଲ୍ବୁମିନ ଶରୀରର ଅଧିକାଂଶ ଆବଶ୍ୟକତା ପୁରା କରିଥାଏ। ଜଣେ ବୟସ୍କଙ୍କ ଶରୀର ପାଇଁ ଗୋଟିଏରୁ ଦୁଇଟି ଅଣ୍ଡା ଆବଶ୍ୟକ। କିନ୍ତୁ କିଛି କାରଣବଶତଃ କିଛି ଲୋକଙ୍କ ଶରୀରରେ ପ୍ରୋଟିନ ଅଭାବ ଦେଖାଦେଇଥାଏ। ଯେପରିକି ଲିଭର, କିଡନୀ କିମ୍ବା ଅନ୍ତନଳୀ ଦୁର୍ବଳ ଥିଲେ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ତାହା ପରିସ୍ରା ଦେଇ ବାହାରି ଯାଇଥାଏ। ସେଥିପାଇଁ ଡାକ୍ତର ଅଧିକ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି। ଯେଉଁମାନେ ବଡି ବିଲଡିଂ କରନ୍ତି ସେମାନଙ୍କୁ ଅଧିକ ପ୍ରୋଟିନ ଆବଶ୍ୟକ ହୋଇଥାଏ କାରଣ ସେମାନଙ୍କୁ ମାଂସପେଶୀ ମଜବୁତ କରିଥାନ୍ତି। ତେବେ ଦୈନିକ ଦୁଇରୁ ଅଧିକ ଅଣ୍ଡା ଖାଇବା ଶରୀର ପାଇଁ ହାନିକାରକ ହୋଇଥାଏ। ଅଧିକ ଅଣ୍ଡା ଖାଇଲେ ପେଟ ଖରାପ ହୋଇଥାଏ, ଗ୍ୟାସ ଓ ଏସିଡ଼ିଟି ମଧ୍ୟ ହୋଇଥାଏ। ଲଗାତାର ଅଧିକ ଅଣ୍ଡା ଖାଇବା ଦ୍ୱାରା କିଡନୀ ଖରାପ ହେବା ଆଶଙ୍କା ମଧ୍ୟ ଥାଏ କାରଣ ଅଧିକ ପ୍ରୋଟିନ ହଜମ କରିବାକୁ କିଡନୀକୁ ଅଧିକ କାମ କରିବାକୁ ହୋଇଥାଏ।

୪୨ ଅଣ୍ଡା ଖାଇ ଯୁବକଙ୍କ ମୃତ୍ୟୁକୁ ନେଇ ଜଣେ ମେଡିସିନ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ଶର୍ମା କହିଛନ୍ତି ଯେ ଏକାଥରେ ଏତେ ଅଣ୍ଡା ଖାଇବାରୁ ପେଟରେ ଥିବା esophagus varices ଉପରେ ପ୍ରଭାବ ପଡ଼ିଥାଏ ଏବଂ ସେଥିରେ dilation ହୋଇଥାଏ, ଅର୍ଥାତ ଆନ୍ତରିକ ରକ୍ତସ୍ରାବ ହୋଇଥାଏ ଏବଂ ଏଥିପାଇଁ ମୃତ୍ୟୁ ମଧ୍ୟ ହୋଇପାରେ। ଏକାସଙ୍ଗେ ଅଣ୍ଡା ଓ ଆଲକହଲ ସେବନ କଲେ ପେଟରେ ଚାପ ସୃଷ୍ଟି କରି (acute dilation of stomach) ସ୍ଥିତି ସୃଷ୍ଟି କରିଥାଏ। ଫଳରେ ପେଟର ଭିତର ଅଙ୍ଗ ଫୁଲିଯାଇଥାଏ ଏବଂ ଫାଟିଯିବାରୁ ମୃତ୍ୟୁ ହୋଇଯାଇଥାଏ।

ଅଣ୍ଡାରେ ପ୍ରୋଟିନ ଥିବାରୁ ତାହା ସ୍ୱାସ୍ଥ୍ୟ ପାଇଁ ହିତକର। ଏହା ପୋଷଣ ତତ୍ତ୍ୱରେ ଭରପୁର। ଏହା ଶରୀରକୁ ଗରମ କରିଥାଏ। ସେଥିପାଇଁ ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଇଥାନ୍ତି। ଅଣ୍ଡାରେ ୯ ପ୍ରକାର ଅମିନୋ ଏସିଡ ରହିଛି। ଏଥିରେ ଭିଟାମିନ-ଏ, ବି, ବି୧୨, ଡି, ଇ, ସେଲେନିୟମ ଓ ଓମେଗା-୩ ରହିଛି। ଦିନକୁ ଦୁଇଟି ଅଣ୍ଡା ଖାଇବା ମସ୍ତିସ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। ଅଣ୍ଡାରେ କୋଲିନ ଅଛି ଯାହା ସ୍ମରଣ ଶକ୍ତି ବଢାଇବା ସହ ମସ୍ତିସ୍କର କାର୍ଯ୍ୟ ଦକ୍ଷତା ମଧ୍ୟ ବୃଦ୍ଧି କରାଇଥାଏ। ଅଣ୍ଡାରେ ଥିବା ଭିଟାମିନ ବି-୧୨ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ।

ଅଣ୍ଡାର ଧଳା ଅଂଶ ଫ୍ୟାଟ ଓ କୋଲେଷ୍ଟ୍ରୋଲ ଫ୍ରି। ଡାଏଟରେ ପ୍ରୋଟିନ ସାମିଲ କରିବାକୁ ଅଣ୍ଡା ଖାଇବା ବିକଳ୍ପ ସବୁଠାରୁ ଭଲ। ଅଣ୍ଡା କେଶରରେ ଧଳା ଅଂଶରୁ ଟିକେ କମ ପ୍ରୋଟିନ ରହିଛି। ୧୦୦ ଗ୍ରାମ ଅଣ୍ଡା କେଶରରେ ପାଖାପାଖି ୧୬ ଗ୍ରାମ ଓ ଧଳା ଅଂଶରେ ୧୧ ଗ୍ରାମ ପ୍ରୋଟିନ ରହିଛି। ହାବାର୍ଡ ସ୍କୁଲ ଅଫ ପବ୍ଲିକ ହେଲ୍ଥ ଅନୁସାରେ ନିୟମିତ ଗୋଟିଏ ଅଣ୍ଡା ଖାଇଲେ ଶରୀରକୁ ୫ ପ୍ରତିଶତ ପ୍ରୋଟିନ ମିଳିଥାଏ। ଶରୀରର ମାଂସପେଶୀକୁ ସବୁଠାରୁ ଅଧିକ ପ୍ରୋଟିନ ଆବଶ୍ୟକ ହୋଇଥାଏ। ପ୍ରୋଟିନ ଦ୍ୱାରା ମାଂସପେଶୀ ମଜବୁତ ହୋଇଥାଏ। ପ୍ରୋଟିନ ଟିସ୍ୟୁକୁ ମଜବୁତ କରି ପ୍ରତିରୋଧକ କ୍ଷମତାକୁ ମଧ୍ୟ ମଜବୁତ କରିଥାଏ। ପ୍ରୋଟିନ ଶରୀରରେ ଥିବା ଟିସୁ ଯାଏଁ ଅକ୍ସିଜେନ ପହଞ୍ଚାଇବାରେ ସାହାଯ୍ୟ କରିଥାଏ।

ପ୍ରୋଟିନରେ ଭରପୁର ଅଣ୍ଡା ନଖ ଓ କେଶ ପାଇଁ ମଧ୍ୟ ଲାଭଦାୟକ। ଏହାକୁ ନିୟମିତ ଡାଏଟରେ ସାମିଲ କଲେ କେଶ ମଜବୁତ ଓ ଚିକ୍କଣ ହେବାସହ ନଖ ମଧ୍ୟ ମଜବୁତ ହୋଇଥାଏ। ଓଜନ ନିୟନ୍ତ୍ରିତ ରଖିବାକୁ ଅଣ୍ଡାର ଧଳା ଅଂଶ ଖାଇବା ଆବଶ୍ୟକ। ଓଜନ ବଢାଇବା ପାଇଁ ଚାହୁଁଛନ୍ତି ତାହେଲେ ଅଣ୍ଡା କେଶର ଖାଇବା ଉଚିତ।

   Related Posts