ଦେଶରେ ବଢ଼ୁଛି କ୍ୟାନ୍ସର ରୋଗ: ଲୋକସଭାରେ ଉତ୍ତର ରଖିଲେ ସରକାର
28/07/2023 at 5:23 PM

ନୂଆଦିଲ୍ଲୀ: ଦୂରାରୋଗ୍ୟ କ୍ୟାନ୍ସର ନିରାକରଣ ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଏଥିପାଇଁ ନାନା ଗବେଷଣା ଜାରି ରହିଥିବା ବେଳେ କୌଣସି ସଠିକ ଔଷଧ ବାହାରିପାରି ନାହାିଁ। ଏହା ଏମିତି ଏକ ରୋଗ ଯେଉଁଥିରେ କେବଳ ରୋଗୀ ନୁହେଁ, ପରିବାର ଆର୍ଥିକ ଓ ମାନସିକ ଅବସ୍ଥା ବି ଶୋଚନୀୟ ହୋଇପଡ଼ୁଛି। ଚଳିତ ମୌସୁମୀ ଅଧିବେସନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କ୍ୟାନସର ସମ୍ପର୍କିତ ପ୍ରଶ୍ନ କରିବାରୁ ସେ ଏନେଇ ସବିଶେଷ ବିବରଣୀ ଦେଇଛନ୍ତି।
ଭାରତରେ କର୍କଟ ରୋଗୀଙ୍କ ସରକାରୀ ସଂଖ୍ୟା କେତେ?
ଦେଶରେ ମୋଟ କର୍କଟ ରୋଗୀଙ୍କ ସଂଖ୍ୟା ବିଷୟରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟ ମନ୍ତ୍ରୀ ପ୍ରଫେସର ଡ। ଏସ. ପି ସିଂହ ବଘେଲ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଜାତୀୟ କର୍କଟ ରେଜିଷ୍ଟ୍ରି ପ୍ରୋଗ୍ରାମ ଅର୍ଥାତ୍ ଆଇସିଏମ୍ଆର୍-ଏନସିଆରପିରୁ ତଥ୍ୟ ନେଇ ମନ୍ତ୍ରୀ କହିଛନ୍ତି ଯେ ୨୦୨୨ ମସିହାରେ ଦେଶରେ ମୋଟ କର୍କଟ ରୋଗ ସଂଖ୍ୟା ୧୪୫୧୪୨୭ ରହିଛି। ତା ପୂର୍ବରୁ ୨୦୨୧ ଏବି ସଂଖ୍ୟା ୧୪୨୬୪୪୭ ଥିଲା। ୨୦୨୦ ରେ ଏହି ସଂଖ୍ୟା ଥିଲା ୧୩୯୨୧୭୯।
ପଢ଼ନ୍ତୁ-କୋଭିଡ୍ ପରବର୍ତ୍ତୀ ସ୍ଥିତି ସଂଘାତିକ; ଯୁବପୀଢିଙ୍କୁ ଘାରିଛି କ୍ୟାରିୟର ଚିନ୍ତା, ସରକାରୀ ଚାକିରିକୁ ପ୍ରାଥମିକତା
କେଉଁ ରାଜ୍ୟରେ ସର୍ବାଧିକ କର୍କଟ ରୋଗୀ ଅଛନ୍ତି?
ରାଜ୍ୟ ଅନୁଯାୟୀ ହିସାବ କଲେ ଉତ୍ତରପ୍ରଦେଶରେ ସର୍ବାଧିକ କର୍କଟ ରୋଗୀ ଅଛନ୍ତି। ଏଠାରେ ୨୦୨୦ ରେ କର୍କଟ ରୋଗୀଙ୍କ ସଂଖ୍ୟା ୨୦୧୩୧୯ ଥିବା ବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ୨୦୬୦୮୮ ଥିଲା। ସେହିପରି ୨୦୨୨ ୟୁପିରେ କର୍କଟ ରୋଗୀଙ୍କ ସଂଖ୍ୟା ୨୧୦୯୫୮ ରହିଥିଲା। ତେବେ କେନ୍ଦ୍ର ଶାଶିତ ଅ଼ଞ୍ଚଳ ଲକ୍ଷାଦୀପରେ ସବୁଠାରୁ କମ୍ ସଂଖ୍ୟକ କର୍କଟ ରୋଗୀ ଅଛନ୍ତି। ୨୦୨୦ ମସିହାରେ ଏଠାରେ ରୋଗୀଙ୍କ ସଂଖ୍ୟା ୨୭ ଥିଲା। ୨୦୨୧ରେ ଏହି ସଂଖ୍ୟା ୨୮କୁ ବୃଦ୍ଧି ପାଇଥିଲା। ୨୦୨୨ ରେ ଏହି ସଂଖ୍ୟା ବୃଦ୍ଧି ହୋଇନଥିଲା ଏବଂ କେବଳ ୨୮ରେ ରହିଥିଲା।
ଗତ ତିନି ବର୍ଷରେ କେତେ କର୍କଟ ରୋଗ ମୃତ୍ୟୁ ଘଟିଛି?
ଲୋକସଭାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରଫେସର ଡ. ଏସ୍. ସି ସିଂ ବଘେଲଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟରେ କୁହାଯାଇଛି ଯେ ସମଗ୍ର ଭାରତରେ ୨୦୨୦ ମସିହାରେ କର୍କଟ ରୋଗରେ ମୃତ୍ୟୁ ହୋଇଥିବା ରୋଗୀଙ୍କ ସଂଖ୍ୟା ୭,୭୦,୨୩୦ ଥିଲା। ସେହିପରି ୨୦୨୧ରେ ଏହି ସଂଖ୍ୟା ୭,୮୯,୨୦୨ ଥିଲା। ୨୦୨୨ ଅର୍ଥାତ୍ ଗତ ବର୍ଷ, ଭାରତରେ କର୍କଟ ରୋଗରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟି ୮,୦୮,୫୫୮ କୁ ବୃଦ୍ଧି ପାଇଛି।
ପଢ଼ନ୍ତୁ-ଦେଶରେ ଲିଙ୍ଗାନୁପାତରେ ଆସିଛି ସୁଧାର, ୯୧୮ରୁ ବଢି ୨୦୨୨-୨୩ରେ ହେଲା ୯୩୩: କେନ୍ଦ୍ର ସରକାର
ଅନ୍ୟପକ୍ଷରେ, ରାଜ୍ୟ ଅନୁଯାୟୀ, ଉତ୍ତରପ୍ରଦେଶରେ କର୍କଟ ରୋଗ ହେତୁ ସର୍ବାଧିକ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଛି। ଏଠାରେ ୨୦୨୦ ମସିହାରେ, କର୍କଟ ରୋଗରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୧୧୪୯୧ ଥିଲା। ସେହିପରି ୨୦୨୧ରେ କର୍କଟ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୧୧୪୧୨୮ କୁ ବୃଦ୍ଧି ପାଇଛି। ଏଥିସହିତ, ୨୦୨୨ ମସିହାରେ, କର୍କଟ ରୋଗରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୟୁପିରେ ୧୧୬୮୧୮କୁ ବୃଦ୍ଧି ପାଇଲା। ଅର୍ଥାତ୍ ଏହା ପ୍ରତିବର୍ଷ ବୃଦ୍ଧି ପାଇଛି
ପଢ଼ନ୍ତୁ-ବର୍ଷା ଓ ବନ୍ୟା ପରେ ଦିଲ୍ଲୀରେ ଡେଙ୍ଗୁ ପ୍ରକୋପ, ୬ ବର୍ଷରେ ଭାଙ୍ଗିଛି ରେକର୍ଡ
କର୍କଟ ରୋଗରେ ପିଲାମାନଙ୍କର ସ୍ଥିତି କ’ଣ?
କର୍କଟ ରୋଗରେ ପୀଡିତ ପିଲାଙ୍କ ଅବସ୍ଥା ନେଇ ଲୋକସଭାରେ ପଚରାଯିବାରୁ ସେ କହିଛନ୍ତି ଯେ ୨୦୨୨ ମସିହାରେ, ୦ ରୁ ୧୪ ବର୍ଷ ବୟସର ସମୁଦାୟ ୩୫,୦୧୭ ପିଲା କର୍କଟ ରୋଗର ଶିକାର ହୋଇଥିଲେ।