ଏପରି ହୋଇଛି ଇରାନୀ ଆଣବିକ ବୈଜ୍ଞାନିକଙ୍କ ହତ୍ୟା, ଟ୍ରକ ଉପରେ ଥିଲା ବନ୍ଧୁକ, ଉପଗ୍ରହରୁ ଦବିଲା ଟ୍ରିଗର

Published By : Prameya-News7 Bureau | December 08, 2020 IST

ତେହେରାନ : ଇରାନ ବରିଷ୍ଠ ଆଣବିକ ବୈଜ୍ଞାନିକ ମୋହସିନ ଫଖରୀଜାଦେହଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ ଉପଗ୍ରହକୁ ଅସ୍ତ୍ର କରି ହତ୍ୟା କରାଯାଇଛି। ଇସ୍ଲାମିକ ରିଭଲ୍ୟୁସନ ଗାର୍ଡ ମୁଖପାତ୍ର ବ୍ରିଗେଡିୟର ଜେନେରାଲ ରମଜାନ ସରିଫ ଏହି ସୂଚନା ଦେଇଛନ୍ତି। ଏଣୁ ବୈଜ୍ଞାନିକ ଫଖରୀଜାଦେହଙ୍କ ହତ୍ୟା ଓ ହତ୍ୟାକାରୀଙ୍କୁ ନେଇ ଜାରି ଚର୍ଚ୍ଚାରେ ବିରାମ ଲାଗିଛି। ବିଶ୍ୱରେ ଏହା ପ୍ରଥମ ତଥା ବିରଳରୁ ବିରଳତମ ହତ୍ୟାକାଣ୍ଡ ବୋଲି କହିଛନ୍ତି ଜେନେରାଲ ରମଜାନ ସରିଫ।  

{"id":374762,"sizeSlug":"large"}

ରାଜରାସ୍ତାରେ ଫଖରୀଜାଦେହଙ୍କୁ ଯେତେବେଳେ ଟାର୍ଗେଟ୍‌ କରାଯାଉଥିଲା ବୁଲେଟପ୍ରୁଫ କାରର ପଛ ସିଟ୍‌ରେ ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ବସିଥିଲେ। ଫଖରୀଜାଦେହଙ୍କ ଉପରକୁ ମୋଟ ୧୩ ରାଉଣ୍ଡ ଗୁଳି ଚଳାଯାଇଥିଲା। ହେଲେ ଏଥିରୁ ଗୋଟିଏ ବି ଗୁଳି ତାଙ୍କଠାରୁ ମାତ୍ର କିଛି ଇଞ୍ଚ ଦୂରରେ ବସିଥିବା ପତ୍ନୀଙ୍କ ଦେହରେ ବାଜି ନାହିଁ। ଫଳରେ ସେ ଆକ୍ରମଣରୁ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ଫଖରୀଜାଦେହଙ୍କୁ ଟାର୍ଗେଟ୍ କରି ଚଳାଯାଇଥିବୋ ଗୁଳି ଗୋଟେ ସେଣ୍ଟିମିଟର ଏପଟସେପଟ ବି ହୋଇ ନାହିଁ। ଏଥିଲାଗି ସ୍ମାସ ହୋପର ରାଇଫଲର ଉପଯୋଗ କରାଯାଇଥିବାର ସନ୍ଦେହ କରାଯାଉଥିବା ବେଳେ ଇରାନ ଏଥିଲାଗି ସିଧା ଇସ୍ରାଏଲକୁ ଦାୟି କରୁଛି।

{"id":374765,"sizeSlug":"large"}

ଇସ୍ରାଏଲ ନିର୍ମିତ ସ୍ମାସ୍‌ ହୋପର ବନ୍ଧୁକକୁ ବିଶ୍ୱର ଏପର୍ଯ୍ୟନ୍ତ ସବୁଠୁ ଅତ୍ୟାଧୁନିକ ଆଗ୍ନେୟାସ୍ତ୍ର ବିଚାର କରାଯାଉଛି। ଏହାର ଟାର୍ଗେଟରୁ ବୁଲେଟ୍ ପ୍ରୁଫ ବାହାନ ମଧ୍ୟ ବର୍ତ୍ତି ପାରିବ ନାହିଁ। ଫଖରୀଜାଦେହ ଅତ୍ୟନ୍ତ ସୁରକ୍ଷିତ ବୁଲେଟପ୍ରୁଫ ବାହନରେ ଯାତାୟାତ କରୁଥିଲେ। ଏଣୁ ହତ୍ୟାକାରୀ ଏହି ରାଇଫଲ ବ୍ୟବହାର କରିଥିବାର ସନ୍ଦେହ କରାଯାଉଛି।  ଏହି ରାଇଫଲ ନିଜକୁ ନିଜେ ଟାର୍ଗେଟ ଲକ୍‌ କରିବା ସହ ଲକ୍ଷ୍ୟକୁ ଅଚୁକ ସନ୍ଧାନ କରିପାରେ। ଏଣୁ କାରରେ ଫଖରୀଜାଦେହଙ୍କ ସହ ତାଙ୍କ ପତ୍ନୀ ଥିଲେ ମଧ୍ୟ ତାଙ୍କଦେହରେ ଗୋଟେବି ଗୁଳି ବାଜି ନାହିଁ।

{"id":374767,"sizeSlug":"large"}

ଇସ୍ରାଏଲୀ କମ୍ପାନୀ ଏହି ବନ୍ଧୁକକୁ ବିକଶିତ କରିଛି। ଯାହାକୁ ରିମୋଟ କଣ୍ଟ୍ରୋଲ ୱିପନ୍‌ ଷ୍ଟେସନ(ଏଲଆରସିଡବ୍ଲୁଏସ୍)  ବି କୁହାଯାଉଛି।  ଏହି ୱିପନ ସିଷ୍ଟମ ସ୍ମାସ୍ ୨୦୦୦କମ୍ପ୍ୟୁଟରାଇଜ ଗନସାଇଟ୍‌ ଓ ଦୂରରୁ ନିୟନ୍ତ୍ରିତ କରାଯାଇପାରୁଥିବା ମାଉଣ୍ଟ ସହ ମିସାଇ ନିର୍ମାଣ କରାଯାଇଛି। ଏହି ଅସ୍ତ୍ରକୁ ଗନମାଉଣ୍ଟର ମଧ୍ୟ ଆବଶ୍ୟକ ପଡି ନଥାଏ। ନିଜକୁ ନିଜେ ଟାର୍ଗେଟ୍ ଖୋଜି ଲକ୍‌ କରିବା ସହ ଲକ୍ଷ ଅନୁସନ୍ଧାନ କରିପାରେ।

{"id":374768,"width":580,"height":585,"sizeSlug":"large"}

ଫଖରୀଜାଦେଙ୍କ ହତ୍ୟାକାଣ୍ଡ ସ୍ଥଳରୁ ମାତ୍ର ଦେଢମିଟର ଦୂରରେ ରାସ୍ତାକଡରେ ଛିଡା ହୋଇଥିବା ଟ୍ରକରେ ଏହି ଅସ୍ତ୍ର ଲଗାଇ ତାଙ୍କୁ ହତ୍ୟା କରାଯାଇଛି। ଏଣୁ ତାଙ୍କ ହତ୍ୟାକାଣ୍ଡ ସ୍ଥଳରେ କେହିବି ଉପସ୍ଥିତ ନଥିଲେ। ଏହି ହତ୍ୟାଲାଗି ଇରାନ ଏବେ ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ମୋସାଦକୁ ଦାୟି କରୁଛି। ଏଣୁ ଏହାର ପ୍ରତିଶୋଧ ଲାଗି ଇରାନ ଏବେ ଇସ୍ରାଏଲକୁ ଖୋଲା ଚେତାବନି ମଧ୍ୟ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.