Lockdown ବେଳେ ଘରେ ରହି ଭାରତୀୟ କରୁଛନ୍ତି କ’ଣ? ନିଷିଦ୍ଧ Porn ସାଇଟ୍‌ର ଡିମାଣ୍ଡ ଏବେ ରକେଟ୍..

Published By : Prameya-News7 Bureau | April 12, 2020 IST

କରୋନା ସଂକ୍ରମଣ ଯୋଗୁ ଭାରତରେ ୨୧ ଦିନିଆ ଲକଡାଉନ୍ ଘୋଷଣା ହେଇଛି। ଆଉ ମାତ୍ର କିଛି ଘଣ୍ଟା ପରେ ଅବଧି ସରିବାକୁ ଥିବା ବେଳେ ଏହି ସମୟର ଭାରତୀୟ କିପରି ଉପଯୋଗ କରିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଭାରତରେ ଲୋକେ ଏହି ଦୀର୍ଘ ଛୁଟିକୁ ଘରେ ରହି କେବଳ ପର୍ଣ୍ଣ ଦେଖିବାରେ କଟଉଥିବା ହୁଏତ ସହଜରେ କେହି ବିଶ୍ୱାସ ବି କରିବେ ନାହିଁ, ହେଲେ ଏହା ସତ୍ୟ। ପର୍ଣ୍ଣ ୱେବ୍‌ସାଇଟ୍ ‘ପର୍ଣ୍ଣ ହବ୍‌’ ପକ୍ଷରୁ ଜାରି ତଥ୍ୟରୁ ଏହା ଜଣାପଡିଥିବା ବେଳେ ଏହି ସମୟରେ ଭାରତୀୟ ପର୍ଣ୍ଣ ଦେଖିବାର ସର୍ବକାଳୀନ ରେକର୍ଡ ଭାଙ୍ଗିଛନ୍ତି। 

{"id":252925,"sizeSlug":"large"}

ପର୍ଣ୍ଣ ହବ ପକ୍ଷରୁ ଜାରି ତଥ୍ୟ ଅନୁସାରେ ୩ ସପ୍ତାହର ଲକଡାଉନ୍‌ରେ ଭାରତରେ ପର୍ଣ୍ଣ ୱେବ୍‌ସାଇଟ୍‌ରେ ସବୁଠୁ ଅଧିକ ଟ୍ରାଫିକ ରହିଛି। ଏଥିରୁ କୁହାଯାଇପାରେ ଯେ ଗତ ୩ ସପ୍ତାହରେ ପର୍ଣ୍ଣ ସାଇଟ୍ ମାନେ ମାଲାମାଲ ହୋଇଯାଇଛନ୍ତି। ଏହି ସାଇଟ୍‌ମାନଙ୍କରେ ଏବେ ୯୫ ପ୍ରତିଶତରୁ ବି ଅଧିକ ଲୋକେ ରହୁଥିବା ଦେଖାଯାଇଛି। ଡାଟାରୁ ଜାହା ଜଣାପଡେ ଭାରତରେ( ବିଶ୍ୱର ବିଶାଳ ସ୍ମାର୍ଟଫୋନ ବଜାର) ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ପର୍ଣ୍ଣ କଣ୍ଟେଣ୍ଟ ଦେଖୁଥିବା ଲୋକଙ୍କ ସଂଖ୍ୟାରେ ୨୦ ପ୍ରତିଶ ବୃଦ୍ଧି ହୋଇଥିବା ବେଳେ ଯାହାକୁ ଏବେବି ମିରର ଡୋମେନମାନଙ୍କରେ ଦେଖାଯାଇପାରେ।

{"id":252926,"sizeSlug":"large"}

ଭାରତରେ ଟେଲିକମ ଅପରେଟରମାନେ ଅଡଲ୍ଚଟ କଣ୍ଟେଣ୍ଟ ବ୍ଲକ୍ କରିଛନ୍ତି। ଏହା ସତ୍ତ୍ୱେ ପର୍ଣ୍ଣ ସାଇଟ୍‌ରେ ଜବରଦସ୍ତ ଟ୍ରାଫିକ ବଢିବାରେ ଲାଗିଛି। କେବଳ ଭାରତ ନୁହେଁ ଫ୍ରାନ୍ସ, ଜର୍ମାନ, ଇଟାଲୀ, ଋଷିଆ, ଦକ୍ଷିଣକୋରିଆ, ସ୍ପେନ୍ ଓ ସ୍ୱିଜରଲ୍ୟାଣ୍ଡରେ ବି ଲୋକେ କରୋନା ଯୋଗୁ ଲକଡାଉନରେ ଥିବା ବେଳେ ସମୟ ପର୍ଣ୍ଣ ଦେଖି କଟାଉଥିବାର ଜଣାପଡିଛି। ଏଥିରେ ବିଭିନ୍ନ ପର୍ଣ୍ଣ ସାଇଟ୍‌ଙ୍କ ଫ୍ରି ସବସ୍କ୍ରିପସନ ଅଫର ଏପରି ଲୋକଙ୍କୁ ବେଶ୍ ଉତ୍ସାହିତ କରୁଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.