ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଆଦିତ୍ୟରୁ କେମିତି ହେଲେ ଅବଦୁଲ: ୭ଟି ପ୍ରଶ୍ନର ଉତ୍ତର ନ ମିଳିବାରୁ ଆପଣେଇଲେ ମୁସଲିମ ଧର୍ମ

24/06/2021 at 6:48 PM

କାନପୁର ୨୪/୦୬ : ମୁକ ବଧିର ଆଦିତ୍ୟ ଗୁପ୍ତା ମଧ୍ୟ ଧର୍ମାନ୍ତରୀକରଣ ଗ୍ୟାଙ୍ଗର କଣ୍ଢେଇ ହୋଇଯାଇଥିଲା। କାନପୁରର ଆଦିତ୍ୟ ଗୁପ୍ତା ଅବଦୁଲ ହେବା ମାମଲାରେ ଅନେକ ଖୁଲାସା ହୋଇଛି। ଯାଞ୍ଚରେ ଜଣାପଡିଛି ଯେ ମୁକ ବଧିର ଆଦିତ୍ୟର ଧର୍ମ ପରିବର୍ତନ କରିବାକୁ ତାକୁ ୭-୮ ବର୍ଷ ପୂର୍ବରୁ ଟାର୍ଗେଟ କରାଯାଇଥିଲା। ଆଦିତ୍ୟ ମନରେ ହିନ୍ଦୁ ଧର୍ମ ପ୍ରତି ସନ୍ଦେହ ସୃଷ୍ଟି କରାଯାଇଥିଲା। ତାକୁ ହିନ୍ଦୁ ଧର୍ମ ସହ ଜଡିତ ଏମିତି ପ୍ରଶ୍ନ ପଚରା ଯାଇଥିଲା ଯାହାର ଉତ୍ତର ସରଳ ନଥିଲା। ଆଦିତ୍ୟ ଏହିସବୁ ପ୍ରଶ୍ନର ଉତ୍ତର ଖୋଜି ନ ପାରିବାରୁ ତାକୁ କୁହାଯାଇଥିଲା ଯେ ବିଶ୍ୱରେ ଇସଲାମ ସର୍ବଶ୍ରେଷ୍ଠ ଧର୍ମ। ତାକୁ ଏମିତି ପାଠ ପଢାଗଲା ଯେ ସେ ଇସଲାମକୁ ହିଁ ସବୁକିଛି ଭାବି ବସିଲା।

ମନ୍ଦିରରେ ପୂଜା କରୁଥିବା ଆଦିତ୍ୟ କେତେବେଳେ ଯେ ମସଜିଦରେ ନମାଜ ପଢ଼ୁଥିବା ଅବଦୁଲ ହୋଇଯାଇଥିଲା ତା ଘର ଲୋକ ବି ଜାଣିପାରିନଥିଲେ। ଆଦିତ୍ୟଙ୍କ ମା’ ପୁଅର ଧର୍ମ ପରିବର୍ତ୍ତନକୁ ନେଇ ଖୁବ ଚିନ୍ତିତ ଥିଲେ। ସେ କହିଛନ୍ତି ଷଡଯନ୍ତ୍ର କରି ମୁକ ବଧିର ଲୋକଙ୍କୁ ଧର୍ମାନ୍ତରୀକରଣ କରାଯାଉଛି। ଏହି ଗ୍ୟାଙ୍ଗ ଜାଣିଶୁଣି ଇସଲାମ ଧର୍ମର ଗୁଣ ଗାଇ ଏମିତି ଭିଡିଓ ତିଆରି କରିଥାନ୍ତି ଯାହା ଲୋକଙ୍କ ପଥଭ୍ରଷ୍ଟ କରିଥାଏ। ଏହି ଭିଡିଓରେ ଅନ୍ୟ ଧର୍ମଗୁଡିକୁ ଦ୍ୱିତୀୟ ଶ୍ରେଣୀର ଧର୍ମ ବୋଲି ଦର୍ଶାଯାଇଥାଏ। କିନ୍ତୁ ଧର୍ମ ଧର୍ମରେ ଏମିତି ଭିଡିଓ ନାହିଁ ଯାହା ଦେଖି ମୁକ ବଧିର ଶିଶୁ ହିନ୍ଦୁ ଧର୍ମ ବିଷୟରେ କିଛି ଶିଖି ପାରିବେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ୭ ବର୍ଷ ପୂର୍ବରୁ ଚମନଙ୍ଗଞ୍ଜ ଅଞ୍ଚଳରେ ଥିବା ହଲିମ ମୁସଲିମ କଲେଜରେ ସପ୍ତାହକୁ ଦିନେ ଇସଲାମ ଶିକ୍ଷା ଦେଉଥିବା ମହମ୍ମଦ ୱାସିଫଙ୍କ ସମ୍ପର୍କରେ ଆସିଥିଲା। ମହମ୍ମଦ ୱାସିଫ ଭିଡିଓ ଜରିଆରେ ଆଦିତ୍ୟର ବ୍ରେନ ୱାଶ କରି ତାକୁ ତାଙ୍କ ଗ୍ୟାଙ୍ଗକୁ ହସ୍ତାନ୍ତର କରିଥିଲା।

ଆଦିତ୍ୟର ମା’ ସେସବୁ ପ୍ରଶ୍ନର ତାଲିକା ତିଆରି କରିଛନ୍ତି ଯାହା ଆଦିତ୍ୟ ତାଙ୍କୁ ପଚାରିଥିଲେ।
୧. ହିନ୍ଦୁ ଧର୍ମରେ ତମାମ ଦେବାଦେବୀଙ୍କୁ ପୂଜା କରାଯାଏ କିନ୍ତୁ ଇସଲାମରେ କେବଳ ଆଲ୍ଲାଙ୍କୁ ?
୨. ସବୁଠାରୁ ପୁରୁଣା ଧର୍ମ ହିନ୍ଦୁ ନୁହେଁ ବରଂ ଇସଲାମ ?
୩. ହିନ୍ଦୁ ଧାର୍ମିକ ପୁସ୍ତକ ଓ ଗ୍ରନ୍ଥରେ ନିୟମ ସ୍ପଷ୍ଟ ନାହିଁ କିନ୍ତୁ କୁରାନରେ ସବୁ ଆଇନା ଭଳି ସ୍ପଷ୍ଟ
୪. ହିନ୍ଦୁ ଧର୍ମରେ ମାଂସାହାର ବର୍ଜିତ କାହିଁକି ? କିନ୍ତୁ ଆଲ୍ଲାଙ୍କ ଥରେ ମାଂସାହାର ଭଲ ।
୫. ହିନ୍ଦୁ ଧର୍ମରେ ଗୋଟିଏ ବିବାହ ପାଇଁ ହିଁ ଅନୁମତି କାହିଁକି ? କିନ୍ତୁ ଇସଲାମରେ ଅନେକ ବିବାହ ପାଇଁ ଅନୁମତି ଅଛି ।
୬. ହିନ୍ଦୁ ଧର୍ମରେ ଶବ ସତ୍କାର ଭୁଲ, ଶବକୁ କବର ଥିବା ଠିକ ଯାହା ଇସଲାମ ଧର୍ମରେ ହୋଇଥାଏ ଯେପରି କୌଣସି ଭୟ ନ ରହେ ।
୭. ହିନ୍ଦୁ ଧର୍ମରେ ପୁରୁଷ ଓ ମହିଳାଙ୍କ ପୋଷାକ ଭୁଲ ? କିନ୍ତୁ ଇସଲାମରେ ପୁରୁଷ ଓ ମହିଳାଙ୍କ ପୋଷାକ ସମ୍ପୂର୍ଣ୍ଣ ଠିକ ଓ ସମ୍ମାନର ସୂଚକ ମଧ୍ୟ।

   Related Posts