୨୦୧୪ରେ ନେଟୱର୍ଥ ଥିଲାମାତ୍ର ୫.୧୦ ବିଲିୟନ ଡଲାର, ଆଦାନୀଙ୍କ ପାଖକୁ ଅଚାନକ ଏତେ ସମ୍ପତ୍ତି ଆସିଲା କୁଆଡୁ ?

Published By : Prameya-News7 Bureau | August 30, 2022 IST

ମୁମ୍ବାଇ ୩୦।୮: ଗୌତମ ଆଦାନୀ ଏବେ କେବଳ ଭାରତର ନୁହନ୍ତି ଏସିଆୟର ସବୁଠୁ ଧନିକ ବ୍ୟକ୍ତି ପାଲଟିଛନ୍ତି। ତାଙ୍କୁ ଏବେ ବିଶ୍ୱର ୩ ନମ୍ବର ଧନିକ ଭାବେ ଗଣା ଯାଉଛି। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୧୩୭ ବିଲିୟନ ଡଲାରକୁ ପହଞ୍ଚିଛି। ବ୍ଲୁମବର୍ଗ ବିଲିୟୋନେୟର ଇଣ୍ଡେକ୍ସ ଅନୁସାରେ କେବଳ ଚଳିତବର୍ଷ ଏ ପର୍ଯ୍ୟନ୍ତ ସମୟ ମଧ୍ୟରେ ତାଙ୍କ ମୋଟ ସମ୍ପତ୍ତିରେ ୬୦.୯ ବିଲିୟନ ଡଲାର ବୃଦ୍ଧି ହୋଇଛି।  

ବ୍ଲୁମବର୍ଗ ଅନୁସାରେ ୩୦ ମାର୍ଚ୍ଚ ୨୦୧୪ ପର୍ଯ୍ୟନ୍ତ ଆଦାନୀଙ୍କ ମୋଟ ସମ୍ପତ୍ତିର ପରିମାଣ ଥିଲା ମାତ୍ର ୫.୧୦ ବିଲିୟନ ଡଲାର। ୧୬ ଜାନୁୟାରୀ ୨୦୨୦ରେ ୧୧ ବିଲିୟନ ଡଲାରକୁ ପହଞ୍ଚିଥିବା ଆଦାନୀ ଗ୍ରୁପ ଜୁନ ୨୦୨୦ରେ ଉଡାଣ କରିଥିଲା। ୯ ଜୁନ ୨୦୨୧ରେ ପହଞ୍ଚିବା ବେଳକୁ ତାଙ୍କ ମୋଟ ସମ୍ପତ୍ତି ୭ ଗୁଣା ଅଭିବୃଦ୍ଧି ହୋଇଥିବା ବେଳେ ୭୬.୭ ବିଲିୟନ ଡଲାରକୁ ପହଞ୍ଚିଥିଲା। ୨୯ ଏପ୍ରିଲ ୨୦୨୨ ବେଳକୁ ତାଙ୍କ ମୋଟ ସମ୍ପତ୍ତି ୧୨୨ ବିଲିୟନ ଡଲାରକୁ ପହଞ୍ଚିଥିବା ବେଳେ ଏବେ ୧୩୭ ବିଲିୟନ ଡଲାର ହୋଇଯାଇଛି।

{"id":678086,"sizeSlug":"full","linkDestination":"none"}

ସେୟାର ବଜାରର କମାଲ
ଏବେ ଏଠାରେ ସମସ୍ତଙ୍କ ମନରେ  ଗୋଟିଏ ପ୍ରଶ୍ନ ଉଠିବା ସ୍ୱଭାବିକ, ତାହା ହେଉଛି ଅଡାନୀଙ୍କ ପାଖକୁ ଅଚାନକ ଏତେ ସମ୍ପତ୍ତି ଆସିଲା କୁଆଡୁ? ତେବେ ଏହାର ଶରଳ ଜବାବ ହେଉଛି ସେୟାର ବଜାର। ଗୌତମ ଅଡାନୀ ୧୯୮୮ ମସିହାରୁ ବ୍ୟବସାୟ କଲେଣି। ଏବେ ସେୟାର ବଜାରରେ ତାଙ୍କର ୭ଟି କମ୍ପାନୀ ଲିଷ୍ଟେଡ ଅଛନ୍ତି।

ଘରୋଇ କ୍ଷେତ୍ରରେ ଆଡାନୀ ଦେଶର ସର୍ବ ବୃହତ୍ତ  ବନ୍ଦରର ପରିଚାଳନା କରୁଛନ୍ତି। କେବଳ ଏତିକି ନୁହେଁ ସେ ସରକାରଙ୍କଠାରୁ ୬ଟି ଏୟାରପୋର୍ଟ କିଣିଛନ୍ତି ଏଥିରେ ମୁମ୍ବାଇ ଏୟାରପୋର୍ଟ ମଧ୍ୟ ଏବେ ଆଦାନୀଙ୍କର। ଏହା ଛଡା ଘରୋଇ କ୍ଷେତ୍ରର ସବୁଠୁ ବଡ଼ ବିଦ୍ୟୁତ ଉତ୍ପାଦକ ମଧ୍ୟ ଆଦାନୀ। ବିଦ୍ୟୁତ ଉତ୍ପାଦନ ପାଇଁ ଅଧିକ କୋଇଲା ମଧ୍ୟ ଆଦାନୀ ଉତ୍ପାଦନ କରନ୍ତି। ସେହିପରି ଦେଶରେ ସବୁଠୁ ଅଧିକ ସିମେଣ୍ଟ ଉତ୍ପାଦନ ମଧ୍ୟ କରନ୍ତି ଆଦାନୀ। ଫର୍ଚ୍ୟୁନ ବ୍ରାଣ୍ଡରେ ତେଲ, ଅଟା, ଚାଉଳ, ବେସନ ଭଳି ଉପଭୋକ୍ତା ସାମଗ୍ରୀର ବିଶାଳ ବର୍ଗମାଳା ମଧ୍ୟ ଆଦାନୀଙ୍କର ରହିଛି।

{"id":678087,"sizeSlug":"full","linkDestination":"none"}

ତାଙ୍କ କମ୍ପାନୀମାନଙ୍କର ସେୟାର ମୂଲ୍ୟ ରକେଟ ଭଳି ବଢି ବଢି ଚାଲିଛି। ତାଙ୍କର ବଜାର ପୁଞ୍ଜିକରଣ ଅନୁନ୍ୟ ୧୯ଲକ୍ଷ କୋଟିରୁ ଅଧିକ ଟଙ୍କାର। ଏହି ସବୁ କମ୍ପାନୀଙ୍କ ସେୟାର ଯୋଗୁ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ମଧ୍ୟ ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ହାରରେ ବଢି ବଢି ଚାଲିଛି।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.