ତିନି ସନ୍ତାନର ପିତା ଧର୍ମେନ୍ଦ୍ରଙ୍କ ପ୍ରେମରେ ପଡିଯାଇଥିଲେ ହେମା ମାଳିନୀ, ସନ୍ନି ଦେଓଲ ଜାଣିବା ପରେ ପହଞ୍ଚିଥିଲେ ହେମାଙ୍କ ଘରେ, ଆଉ ତାପରେ…

Published By : Prameya-News7 Bureau | November 22, 2021 IST

ମୁମ୍ବାଇ ୨୨/୧୧: ବଲିଉଡରେ ଏପରି କିଛି କପଲ୍ ଅଛନ୍ତି, ଯେଉଁମାନଙ୍କୁ ଆଜି ବି ଏକାଠି ଦେଖିଲେ  ଲୋକମାନେ ଖୁସି ହୋଇଯାଅନ୍ତି। ଏହିପରି ଗୋଟିଏ ଯୋଡି ହେଉଛନ୍ତି ବଲିଉଡର ଜଣାଶୁଣା ଅଭିନେତ୍ରୀ ହେମା ମାଳିନୀ ଏବଂ ଧର୍ମେନ୍ଦ୍ର। ଉଭୟଙ୍କ ଲବ୍ ଷ୍ଟୋରୀ ଅତ୍ୟନ୍ତ ଆକର୍ଷଣୀୟ । ହେମା ପ୍ରଥମ ଦେଖାରେ ଧର୍ମେନ୍ଦ୍ରଙ୍କ ପ୍ରେମରେ ପଡିଥିଲେ। କିନ୍ତୁ ଯେତେବେଳେ ସେ ଧର୍ମେନ୍ଦ୍ରଙ୍କ ଜୀବନର ସତ୍ୟତା ବିଷୟରେ ଜାଣିଲେ ସେ ଅତ୍ୟନ୍ତ ନିରାଶ ହୋଇଯାଇଥିଲେ। ଶେଷରେ ଦୁହେଁ ବିବାହ କରିଥିଲେ ଏବଂ ଆଜିର ସମୟରେ ଉଭୟ ବହୁତ ଖୁସିର ଜୀବନ ବିତାଉଛନ୍ତି ।

{"width":697,"height":391}
When Dharmendra saw Hema Malini for the first time and told Shashi Kapoor:  'Kudi badi changi hai' | Bollywood - Hindustan Times

ଧର୍ମେନ୍ଦ୍ର ଏବଂ ହେମାଙ୍କର ପ୍ରେମ କାହାଣୀ ବହୁତ ପ୍ରସିଦ୍ଧ । ଯେତେବେଳେ ହେମା ବଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ, ସେତେବେଳେ ସେ ଧର୍ମେନ୍ଦ୍ରଙ୍କ ଆକ୍ଟିଂର ଦିୱାନୀ ଥିଲେ, ଯେଉଁଥିପାଇଁ ସେ ଧର୍ମେନ୍ଦ୍ରଙ୍କୁ ଥରେ ଦୁଇଥର ଭେଟିଥିଲେ। କିନ୍ତୁ ଏକାଠି ଫିଲ୍ମ କରିବା ପାଇଁ କୌଣସି ସୁଯୋଗ ପାଇନଥିଲେ । ପରେ ସେ ଧର୍ମେନ୍ଦ୍ରଙ୍କ ସହ ଏକ ଶୋଲେ ଫିଲ୍ମ କରିବାର ସୁଯୋଗ ପାଇଥିଲେ । ଏହି ଫିଲ୍ମରେ ଏକାଠି କାମ କରୁଥିବାବେଳେ ଉଭୟ ଅଭିନେତା ଏବଂ ଅଭିନେତ୍ରୀ ପରସ୍ପରକୁ ହୃଦୟ ଦେଇ ବସିଥିଲେ।

{"width":697,"height":478}
Hema Malini Birthday Special: The fairytale love story of Dream Girl and  He-Man Dharmendra

ହେମାଙ୍କୁ ଧର୍ମେନ୍ଦ୍ରଙ୍କ ଉପରେ ଅଧିକ କ୍ରସ ଥିଲା ଏବଂ ଧର୍ମେନ୍ଦ୍ର ମଧ୍ୟ ହେମାଙ୍କ ସୌନ୍ଦର୍ଯ୍ୟର ଦିୱାନା ଥିଲେ। ଏହାର କାରଣ ହେଉଛି ଦୁହେଁ ପରସ୍ପରକୁ ବହୁତ ପସନ୍ଦ କରିଥିଲେ କିନ୍ତୁ ହେମା ଧର୍ମେନ୍ଦ୍ରଙ୍କୁ ବିବାହ ପାଇଁ ପ୍ରପୋଜ କରିନଥିଲେ କାରଣ ସେ ଜାଣିଥିଲେ ଯେ ଧର୍ମେନ୍ଦ୍ର ବିବାହିତ ଏବଂ ତାଙ୍କର ମଧ୍ୟ ୨ ସନ୍ତାନ ଅଛନ୍ତି। କିଛି ସମୟ ପରେ ଧର୍ମେନ୍ଦ୍ର ହେମାଙ୍କୁ ବିବାହ ପାଇଁ ପ୍ରପୋଜ୍ ଦେଇଥିଲେ। ୧୯୮୦ ମସିହାରେ ଦୁହେଁ ସମସ୍ତ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ଏବଂ ଆଜି ଦୁହେଁ ଏକାଠି ବହୁତ ଖୁସି ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.