previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ହସ୍ତରେଖାରୁ ଜାଣନ୍ତୁ କେଉଁ ଦେବାଦେବୀଙ୍କୁ ପୂଜା କଲେ ମିଳିବ ସୁଫଳ

27/08/2020 at 11:39 AM

ଭୁବନେଶ୍ୱର ୨୭/୦୮ : ହସ୍ତରେଖାରେ କେବଳ ଭବିଷ୍ୟତ ସମ୍ପର୍କରେ ଜଣାପଡ଼ିନଥାଏ ବରଂ ଜୀବନ ସହ ଜଡିତ ଅନେକ ତଥ୍ୟ ଜାଣିବାକୁ ମିଳିଥାଏ | ହସ୍ତରେଖା ମାଧ୍ୟମରେ ଆମେ ଜାଣିପାରିବ ଯେ କେଉଁ ଦେବାଦେବୀଙ୍କୁ ପୂଜା କଲେ ସୁଫଳ ମିଳିବ | କୌଣସି ଦେବାଦେବୀଙ୍କୁ ଆରାଧନା କରିବା ଭୁଲ ନୁହେଁ | ସତ ମନରେ ଭଗବାନଙ୍କୁ ପ୍ରାର୍ଥନା କଲେ ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ସୁଫଳ ମିଳିଥାଏ | କିନ୍ତୁ ଯଦି ଜଣେ ନିଜ ଆରାଧ୍ୟ ଦେବାଦେବୀ କିମ୍ବା ଇଷ୍ଟ ଦେବାଦେବୀଙ୍କୁ ପୂଜା କରନ୍ତି ତାହେଲେ ସମ୍ପୂର୍ଣ ଫଳ ପ୍ରାପ୍ତ ହୋଇଥାଏ | ପ୍ରତ୍ୟେକ ବ୍ୟକ୍ତିଙ୍କ ଭାଗ୍ୟ ଭିନ୍ନ ଭିନ୍ନ ହୋଇଥାଏ | ପ୍ରତ୍ୟେକ ବ୍ୟକ୍ତିଙ୍କ ଆରାଧ୍ୟ ଦେବାଦେବୀ ମଧ୍ୟ ଭିନ୍ନ ଭିନ୍ନ ଥାଆନ୍ତି | ସେଥିପାଇଁ ଫଳ ମଧ୍ୟ ଅଲଗା ଅଲଗା ମିଳିଥାଏ | ତେବେ ଆମ ଆରାଧ୍ୟ ଦେବାଦେବୀ କିଏ ତାହା ଜାଣିବାରେ ହସ୍ତରେଖା ଆମର ସାହାଯ୍ୟ କରିପାରେ |

ହସ୍ତରେଖା ଶାସ୍ତ୍ର ଅନୁସାରେ ଆମେ ଜାଣିପାରିବା କେଉଁ ବ୍ୟକ୍ତିଙ୍କର ଆରାଧ୍ୟ ଦେବତା କିଏ:

  • ହାତରେ ଯଦି ହୃଦୟ ରେଖାର ଅନ୍ତରେ ଏକ ଶାଖା ବାହାରି ଗୁରୁ ପର୍ବତରେ ଯାଇ ସମାପ୍ତ ହୁଏ ତାହେଲେ ସେହି ବ୍ୟକ୍ତିଙ୍କୁ ହନୁମାନଙ୍କ ପୂଜା କରିବା ଉଚିତ |
  • ଯଦି ବ୍ୟକ୍ତିଙ୍କ ହାତରେ ହୃଦୟ ରେଖାରେ ତ୍ରିଶୂଳ ଆକାର ଚିହ୍ନ ଥାଏ ତାହେଲେ ସେହି ବ୍ୟକ୍ତିଙ୍କୁ ଭଗବାନ ଶିବଙ୍କୁ ପୂଜା କରିବା ଉଚିତ |
  • ଯଦି କୌଣସି ବ୍ୟକ୍ତିଙ୍କ ହାତରେ ସୂର୍ଯ୍ୟ ପର୍ବତ ଦବି ଯାଇଥିବ ତାହେଲେ ସୂର୍ଯ୍ୟଦେବଙ୍କ ପୂଜା କଲେ ସୁଫଳ ମିଳିବ | 
  • ଯଦି କୌଣସି ଜାତକର ହୃଦୟ ରେଖା ଓ ମସ୍ତିସ୍କ ରେଖା ମିଳିତଥିବ କିମ୍ବା ମସ୍ତିସ୍କ ରେଖା ହାତରେ ଥିବ ମଙ୍ଗଳ କ୍ଷେତ୍ର ଯାଏଁ ଯାଇଥିବ ତାହେଲେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ଉଚିତ |
  • ଯଦି କୌଣସି ବ୍ୟକ୍ତିଙ୍କର ହୃଦୟ ରେଖା ଭାଙ୍ଗିଯାଇଥାଏ ଏବଂ ହୃଦୟ ରେଖାରୁ ଅନେକ ରେଖା ବାହାରି ମସ୍ତିସ୍କ ରେଖା ଯାଏଁ ଆସିଥାଏ ତାହେଲେ ମା ଭଗବତୀଙ୍କ ପୂଜା କରିବା ଉଚିତ |
  • ଯଦି କୌଣସି ବ୍ୟକ୍ତିଙ୍କ ଭାଗ୍ୟ ରେଖାକୁ ଯଦି କୌଣସି ମୋଟା ରେଖା କାଟିଦେଇଥାଏ କିମ୍ବା ଭାଗ୍ୟ ରେଖା ଖଣ୍ଡିତ ହୋଇଥାଏ କିମ୍ବା ଭାଗ୍ୟ ରେଖାରେ କୌଣସି ପ୍ରକାର ଦୋଷ ଥାଏ ତାହେଲେ ସେହି ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ |

   Related Posts