ଡିସେମ୍ବରରେ ଗଣ ଦୁଷ୍କର୍ମ, ମାର୍ଚ୍ଚରେ FIR, ଏବେ ପୀଡିତାଙ୍କୁ ଜୀବନ୍ତ ଜଳାଇଲେ ଦୁର୍ବୃତ୍ତ, ଜାଣନ୍ତୁ ଉନ୍ନାଓ ପ୍ରକରଣର ପୁରା କାହାଣୀ

Published By : Prameya-News7 Bureau | December 05, 2019 IST

ଉନ୍ନାବ : ହାଇଦ୍ରାବାଦ ଗଣ ଦୁଷ୍କର୍ମ କଥା ଲୋକଙ୍କ ମନରୁ ପାଶୋର ନଯାଉଣୁ ଉତ୍ତରପ୍ରଦେଶରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜଳାଇବାକୁ ଉଦ୍ୟମ ଏବେ ଉନ୍ନାଓ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତମାନେ ପୀଡିତାଙ୍କୁ କେବଳ ଛୁରି ଭୂଷି ନାହାନ୍ତି ପେଟ୍ରୋଲ ଢାଳି ଜୀବନ୍ତ ପୋଡି ହତ୍ୟା କରିବାକୁ ବି ଉଦ୍ୟମ କରିଛନ୍ତି।

{"id":194301,"width":579,"height":386,"sizeSlug":"large"}

ଉନ୍ନାଓ ଜିଲ୍ଲା ବିହାର ଥାନା ଅଞ୍ଚଳରେ ହୋଇଥିବା ଏହି ଘଟଣାରେ ପୀଡିତା ଗତବର୍ଷ ଡିସେମ୍ବର ମାସରେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ଏ ନେଇ ମାର୍ଚ୍ଚ ୨୦୧୯ରେ ଥାନାରେ ଏତଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି ଲାଗି ପୀଡିତା କୋର୍ଟକୁ ଯାଉଥିବା ବେଳେ ଗାଁ ଦାଣ୍ଡରେ ଅଭିଯୁକ୍ତମାନେ ଏଭଳି ବର୍ବର କାଣ୍ଡ କରିଛନ୍ତି। ପୀଡିତା ନିଜେ ୧୧୨କୁ ଫୋନ କରି ପୋଲିସକୁ ଡକାଇବା ସହ ନିଜ ସହ ଘଟିଥିବା ସମସ୍ତ ଘଟଣା ବୟାନ କରିଛନ୍ତି। ଫୋନ ପାଇ ପୋଲିସ ପିଆରବି ଓ ଆମ୍ବୁଲାନ୍ସ ସହ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିବାବା ବେଳେ ହସ୍ପିଟାଲରେ ଭର୍ତ୍ତି କରିଛି।

{"id":194302,"width":578,"height":375,"sizeSlug":"large"}

ଘଟଣାର ପ୍ରତ୍ୟକ୍ଷଦର୍ଶି ଗ୍ରାମବାସୀଙ୍କ ଅନୁସାରେ ଯୁବତୀ ଦରପୋଡା ହୋଇ ମଧ୍ୟ ପ୍ରାୟ ୧ କିଲୋମିଟର ବାଟ ପାଦରେ ଚାଲିଚାଲିଯାଇଥିଲେ। ଏହି ସମୟରେ ଘର ବାହାରେ କାମ କରୁଥିବା ଜନୈକ ବ୍ୟକ୍ତିଙ୍କୁ ସହାୟତା ମଧ୍ୟ ମାଗିଥିଲେ। ତେବେ ପୋଲିସ ପହଞ୍ଚିଯାଇଥିବାରୁ ଯୁବତୀଙ୍କୁ ଉଦ୍ଧାର କରି ନିକଟସ୍ଥ ଜିଲ୍ଲା ହସ୍ପିଟାଲରେ ଭର୍ତି କରିଥିଲା। ସେଠାରୁ ତାଙ୍କୁ ଲକ୍ଷ୍ନୌ ସିଭିଲ ହସ୍ପିଟାଲ ରେଫର କରାଯାଇଥିବା ବେଳେ ତାଙ୍କୁ ଏବେ ପ୍ଲାଷ୍ଟିକ ସର୍ଜରୀ ବର୍ଣ୍ଣ ୟୁନିଟରେ ରଖି ଚିକିତ୍ସା କରାଯାଉଛି।

{"id":194303,"width":579,"height":376,"sizeSlug":"large"}

ପୀଡିତାଙ୍କ ଅବସ୍ଥା ଉଦବେଗଜନକ ଥିବାରୁ ହସ୍ପିଟାଲରେ ତାଙ୍କର ମାଜିଷ୍ଟ୍ରେଟ୍ ବୟାନ ରେକର୍ଡ କରାଯାଇଛି। ଏଥିରେ ପୀଡିତା ତାଙ୍କ ପ୍ରତି ଗଣ ଦୁଷ୍କର୍ମକାରୀମାନେ ହିଁ ଏଭଳି ହତ୍ୟା ଉଦ୍ୟମ କରିଥିବା କହିଛନ୍ତି। ଘଟଣାପରେ ପୋଲିସ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ନିକଟରେ ଜଣେ କୋର୍ଟରୁ ଜାମିନରେ ମୁକୁଳିଥିଲେ। ସେ ଜେଲରୁ ବାହାରିବା ପରେ ଅନ୍ୟ ୪ ଅଭିଯୁକ୍ତଙ୍କୁ ନେଇ  ଏହି କାଣ୍ଡ ଭିଆଇଛି।

wp:html /wp:html

ଗତ ମାର୍ଚ୍ଚ ମାସରେ ଯୁବତୀ ଥାନାରେ ଯେଉଁ ଲିଖିତ ଏତଲା ଦେଇଥିଲେ ଅଭିଯୁକ୍ତ ଓ ପୀଡିତା ଉଭୟ ଗୋଟିଏ ଗ୍ରାମର ବୋଲି ଉଲ୍ଲେଖ କରିଥିଲେ। ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅଭିଯୁକ୍ତ ରାୟବରେଲି ନେଇ ସେଠାରେ ଦୁଷ୍କର୍ମ କରିବା ସହ ଦୁଷ୍କର୍ମ ବେଳର ଭିଡିଓ ରେକର୍ଡିଂ କରିଥିଲା। ଏହା ପରେ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିବାର ପୀଡିତା ଅଭିଯୋଗ କରିଥିଲେ। ତେବେ ତାଙ୍କୁ ହତ୍ୟା ଉଦ୍ୟମ କରାଯିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଅପରାହ୍ଣ ସୁଦ୍ଧା ରିପୋର୍ଟ ମାଗିଥିବା ବେଳେ ପୀଡିତାଙ୍କୁ ଯଥା ସମ୍ଭବ ସରକାରୀ ସହାୟତା ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.