scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାଣନ୍ତୁ ରାଜନୀତିରେ ଚାଣକ୍ୟ ନୀତି- ଅମିତ୍ ଶାହଙ୍କ ଗୋଟି ଚାଳନା, ଭାଙ୍ଗିଗଲା ଉଦ୍ଧବଙ୍କ ସ୍ୱପ୍ନ ବିଜେପି ଗଢିଲା ସରକାର

23/11/2019 at 4:34 PM

ମହାରାଷ୍ଟ୍ର୨୩/୧୧: ଗୋଟିଏ ରାତିରେ ମହାରାଷ୍ଟ୍ର ରାଜନୀତିରେ ଓଲଟ ପାଲଟ । ଆଜି ଦେବେନ୍ଦ୍ର ଫଡ଼ନିଭିସ୍‌  ମହାରାଷ୍ଟ୍ର ରାଜଭବନରେ  ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ଏଥିସହ ଏନସିପି ନେତା ଅଜିତ୍‌ ପାଓ୍ବାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅନ୍ୟପଟେ୍‌ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଭାଙ୍ଗି ଚୁର୍‌ମାର୍ ହୋଇଯାଇଛି ।  ଦେବେନ୍ଦ୍ର ଫଡନିଭିସ୍‌ଙ୍କ ସରକାରକୁ ସଂଖ୍ୟାଗରିଷ୍ଠତା  ସାବ୍ୟସ୍ତ କରିବା ପାଇଁ ରାଜ୍ୟପାଳ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ​‌ଦେଇଛନ୍ତି।

ରାତାରାତି ପୁଣିଥରେ ଫଡ୍‌ନିଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିବା ଭାରତୀୟ ଜନତା ପାର୍ଟିର ଚାଣକ୍ୟ ବୋଲି କୁହଯାଉଥିବା ଅମିତ୍ ଶାହଙ୍କୁ ଦଳର କାର୍ଯ୍ୟକର୍ତ୍ତା ପ୍ରଂଶସା କରିଛନ୍ତି। ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ବିରୋଧୀଙ୍କୁ ଅମିତ୍‌ ଶାହା କଡା ଜବାବ ଦେଇଛନ୍ତି ।

ଅମିତ ଶାହଙ୍କୁ ଏବେ ଭାରତୀୟ ରାଜନୀତିର  ଚାଣକ୍ୟ  ବୋଲି କୁହାଯାଉଛି । ଆସନ୍ତୁ  ଜାଣିବା ରାଜନୀତି ଓ ସମାଜନୀତି ରେ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଚାରଧାରା କଣ ଥିଲା  । ବିରୋଧୀଙ୍କୁ  କିପରି ଜୟ କରି ହେବ ତାହା କୌଟଲ ଅର୍ଥଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି ।

୧- ମିତ୍ରତା ପଛରେ କୌଣସି ନା କୌଣସି ସ୍ବାର୍ଥ ରହିଥାଏ। ଏପରି କିଛି ବନ୍ଧୁ ନାହାନ୍ତି ଯାହାର ସ୍ବାର୍ଥ ଆପଣଙ୍କ ପାଖରେ ନାହିଁ।

୨- ଯଦି ସାପ ବିଷାକ୍ତ ହୋଇ ନଥିଲେ ବି ବିଷାକ୍ତ ଭଳି ଆଚରଣ କରି ଲୋକଙ୍କୁ ଭୟ ଦେଖାଇବା ଉଚିତ୍‌।

୩- କାର୍ଯ୍ୟସିଦ୍ଧି ନ ହେବା ପର୍ଯ୍ୟନ୍ତ ନିଜ ମନୋବଳ ଦୃଢ଼ ରଖିବା ସହ କାର୍ଯ୍ୟ ସଂପର୍କରେ କାହାକୁ ଜଣାଇବା ଉଚିତ୍ ନୁହେଁ।

୪-  ଯେତେବେଳେ ଆପଣଙ୍କ ନିକଟକୁ ଭୟ ମାଡି ଆସୁଛି ସେତେବେଳେ ଆକ୍ରମଣ କରି ତାକୁ ନଷ୍ଟ କରି ଦିଅ।

୪- କୌଣସି ମୁର୍ଖ ବ୍ୟକ୍ତି ପାଇଁ ବହି ଯେତିକି ଆବଶ୍ୟକ, ଜଣେ ଅନ୍ଧ ବ୍ୟକ୍ତିଙ୍କ ପାଇଁ ଆଇନା ସେତିକି ଆବଶ୍ୟକ।

୫- ଜଣେ ବ୍ୟକ୍ତି ନିଜ କାର୍ଯ୍ୟରେ ମହାନ ହୋଇଥାଏ। ଜନ୍ମରୁ ନୁହେଁ।

୬- ଯେପରିକି ଗୋଟିଏ ଶୁଖିଲା ଗଛରେ ନିଆଁ ଲଗାଇ ଦେଲେ ପୂରା ଜଙ୍ଗଲ ଜଳି ପାଉଁଶ ହୋଇଯାଏ। ସେହିଭଳି ଜଣେ ପାପୀ ପୁତ୍ର ପାଇଁ ପୂରା ପରିବାର ବର୍‌ବାଦ୍‌ ହୋଇଯାଇଥାଏ।

୭- ସେବକଙ୍କୁ ପରୀକ୍ଷା କରିବେ ଯେତେବେଳେ ସିଏ କାମ ନ କରିନ୍ତି। ସେହିପରି ସଙ୍କଟ ସମୟରେ ବନ୍ଧୁଙ୍କୁ ପରୀକ୍ଷା କରିବେ। ଘୋର ବିପତ୍ତିରେ ପତ୍ନୀଙ୍କୁ ପରୀକ୍ଷା କରିବେ।

   Related Posts