ଯଦି ଏହି ସବୁ ସଙ୍କେତକୁ ବୁଝି ପାରନ୍ତି ତେବେ ଜାଣନ୍ତୁ ଆପଣଙ୍କ ପ୍ରତି ମା ଲକ୍ଷ୍ମୀ ପ୍ରସନ୍ନ ଅଛନ୍ତି
13/07/2019 at 6:06 PM

ଜ୍ୟୋତିଷ ଶାସ୍ତ୍ରରେ କାହାର ବି ଭବିଷ୍ୟତ ସମ୍ପର୍କରେ ଆକଳନ କରାଯାଇପାରେ। କେବଳ ଏତିକି ନୁହେଁ ଭବିଷ୍ୟରେ ହେବାକୁ ଥିବା ଭଲ ଓ ମନ୍ଦ ସମ୍ପର୍କରେ ମଧ୍ୟ ଜାଣି ହୁଏ। ତେବେ ଏଠାରେ ଆମେ କିଛି ସଙ୍କେତ ସମ୍ପର୍କରେ ସୂଚନା ଦେଉଛୁ। ଯେଉଁଥିରୁ ଆପଣଙ୍କ ପ୍ରତି ମା ଲକ୍ଷ୍ମୀ ସଦୟ ଅଛନ୍ତି କି ନା ତା ସହଜରେ ଜାଣି ପାରିବେ।

ଆମେ ସମସ୍ତେ ଜାଣିଛେ ଆମ ଜୀବନରେ ଭଲ ହେଉ କି ମନ୍ଦ ଯାହାବି ପରିବର୍ତ୍ତନ ଆସିବାକୁ ଥାଏ ତା ପୂର୍ବରୁ ଆମକୁ ସଙ୍କେତ ମିଳି ସାରିଥାଏ। କିଛି ଲୋକ ଏହି ସବୁ ସଙ୍କେତକୁ ବୁଝି ପୂର୍ବରୁ ସେମାନଙ୍କ ରାସ୍ତା ନିର୍ଦ୍ଧାରଣ କରିନେଇଥାନ୍ତି। ତେବେ ଯେଉଁମାନେ ବୁଝି ପାରନ୍ତିନି ସେମାନେ ପୂର୍ବ ସଙ୍କେତ ପାଇ ମଧ୍ୟ ସତର୍କ ହୋଇ ପାରନ୍ତିନି। ଫଳରେ ଭଲ ହେଉ ବା ମନ୍ଦ ତାର ଉଚିତ ଲାଭ ଉଠାଇ ପାରିନଥାନ୍ତି।

ଏପରି ଏକ ‘ଗୁଡ ଲକ’ର ସଙ୍କେତ ହେଉଛି ସ୍ୱପ୍ନରେ ବାରମ୍ବାର ସବୁଜ କ୍ଷେତ ବା ପାଣି ଦେଖିବା। ଏହା ଦ୍ୱାରା ଆପଣଙ୍କ ଉପରେ ମା ଲକ୍ଷ୍ମୀ ବରଦ ହେବାକୁ ଯାଉଥିବା ଆପଣ ନିଶ୍ଚିତ ହୋଇ ଯାଆନ୍ତୁ। ଅଚିରେ ଆପଣଙ୍କର ଧନ ସମ୍ପର୍କିତ ସମସ୍ୟା ଦୂର ହେବ । ଏଣୁ ଧନର ସଦୁପଯୋଗ ନିମନ୍ତେ ଚିନ୍ତା କରନ୍ତୁ। ଧନ ସର୍ବଦା ଅସ୍ଥାୟୀ। ବନ୍ୟା ଭଳି ଆସେ ଓ ଚାଲି ଯାଏ। ଏଣୁ ତାର ଉପଯୋଗ କରି ନପାରିଲେ ବନ୍ୟା ପର ପରିସ୍ଥିତି ସବୁଦିନ ଭୋଗିବାକୁ ପଡେ।

ସେହିପରି ସ୍ୱପ୍ନରେ ଯଦି ଲକ୍ଷ୍ମୀଙ୍କ ବାହନ ପେଚା ଦେଖା ଦିଏ ତେବେ ଜାଣନ୍ତୁ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଧନ ସମ୍ପର୍କିତ ସମସ୍ୟା ଦୂର ହେବାକୁ ଯାଉଛି। ସେହିପରି ସ୍ୱପ୍ନରେ ଯଦି ସୁନାର ସାପ ବା ସ୍ୱେତ ନାଗ ଦେଖା ଯାଏ ତାହା ବି ଧନ ସମ୍ପର୍କିତ ବୋଲି ଜାଣି ନିଅନ୍ତୁ। ଏହା ଛଡା ସକାଳେ ନିଦରୁ ଉଠିବା ବେଳେ ଯଦି ଶଙ୍ଖ ଧ୍ୱନୀ ଓ ମନ୍ଦିରର ଘଣ୍ଟଘଣ୍ଟା ଶବଦ ଶୁଣା ଯାଏ ତେବେ ଜାଣନ୍ତୁ ଆପଣଙ୍କର ଭଲ ସମୟ ଆସୁଛି। ସେହିପରି ଘରୁ ବାହାରକୁ କୌଣସି କାମରେ ଯିବା ବେଳେ ଯଦି ଗାଈ ଦେଖା ଦିଏ ତେବେ କାମଟି ହୋଇ ଗଲା ବୋଲି ଜାଣନ୍ତୁ। ଝାଡୁଦାର, ଦୁଧ ଦହିରେ ଭରା ପାତ୍ର, ସାପ,ମାଙ୍କଡ, କୁକୁର ଓ ପକ୍ଷୀ ଆଦି ଜୀବନ ଜନ୍ତୁଙ୍କୁ ଦେଖି ଯାତ୍ରା ଅନୁକୁଳ ବି ଶୁଭଙ୍କର ବୋଲି କୁହାଯାଏ।