ବିମାନରେ ସହଯାତ୍ରୀ ଯୁବତୀଙ୍କୁ ଅନାଇବା ମହଙ୍ଗା ପଡିଲା ସ୍ୱାମୀଙ୍କୁ, ଚନ୍ଦାମୁଣ୍ଡରେ ଲାପଟପ୍ କଚାଡିଦେଲା ସ୍ତ୍ରୀ
27/07/2019 at 6:51 PM

ସୋସାଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓଟିରେ ବିମାନ ଭିତରର ଦୃଶ୍ୟ ଥିବା ବେଳେ ଜଣେ ମହିଳା ପୁରୁଷଙ୍କ ମୁଣ୍ଡରେ ଲାପଟପ୍ କଚାଡୁଥିବାରୁ ଦେଖାଯାଉଛି। ଯାହା ଏବେ ସମସ୍ତଙ୍କୁ ଆଚମ୍ଭିତ କରିଛି। ମିଡିଆ ରିପୋର୍ଟ ଅନୁସାରେ ଏହି ଭିଡିଓଟି ମିଆଁମି-ଲସଏଞ୍ଜେଲସ୍ ଆମେରିକାନ ଏୟାରଲାଇନ୍ସ ବିମାନରେ ଜୁଲାଇ ୨୧ ତାରିଖ ଦିନ ସୁଟିଂ ହୋଇଥିଲା। ଯେଉଁଥିରେ ପୁରୁଷଙ୍କ ମୁଣ୍ଡରେ ଲାପଟପ କଚାଡୁଥିବା ମହିଳା ହେଉଛନ୍ତି ସମ୍ପୃଙ୍କ ବ୍ୟକ୍ତିଙ୍କର ପତ୍ନୀ ଓ ତାଙ୍କ ନାମ ଟିଫନୀ ମେକମୋରେ ବୋଲି କୁହାଯାଉଛି।

ଚଳନ୍ତା ବିମାନରେ ଟିଫନୀଙ୍କ ସ୍ୱାମୀ ବିମାନରେ ଯାତ୍ରା କରୁଥିବା ସହଯାତ୍ରୀ ଯୁବତୀଙ୍କ ଆଡକୁ ବାରମ୍ବାର ଚାହୁଁଥିଲେ। ଯାହାକୁ ନେଇ ତାଙ୍କ ପତ୍ନୀ ଟିଫନୀ ରାଗିଯିବା ସହ ତାଙ୍କ ସ୍ୱାମୀଙ୍କ ସହ ଝଗଡା କରିଥିଲେ। ଚଳନ୍ତା ବିମାନରେ ଦମ୍ପତ୍ତିଙ୍କୁ ଝଗଡାରୁ ନିବୃତ୍ତ କରିବା ଲାଗିଫ୍ଲାଇଟ୍ ଆଟେଣ୍ଡାଣ୍ଟମାନେ ମଧ୍ୟ ଉଦ୍ୟମ କରିଥିଲେ। ହେଲେ ସମ୍ଭବ ନ ହେବାରୁ ତାଙ୍କ ସ୍ୱାମୀଙ୍କୁ ସେଠାରୁ ଡକାଇ ନେଇଥିଲେ। ଏଥିରେ ଉତକ୍ଷିପ୍ତ ଟିଫନୀ ପଛରେ ଯାଇ ତାଙ୍କୁ ଚାପୁଡା ମାରିବା ସହ ତାଙ୍କ ମୁଣ୍ଡରେ ଲାପଟପ୍ କଚାଡିଥିଲେ।

ଦମ୍ପତ୍ତିଙ୍କର ଏହି ଝଗଡାକୁ କେହି ଜଣେ ଯାତ୍ରୀ ତାଙ୍କ ମୋବାଇଲ ଫୋନରେ ରେକର୍ଡ କରିଥିଲେ। ଯାହାକୁ ସେ ଜୁଲାଇ ୨୨ ତାରିଖ ଦିନ ୟୁଟ୍ୟୁବରେ ପୋଷ୍ଟ କରିବା ପରେ ଭାଇରାଲ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଭିଡିଓକୁ ପ୍ରାୟ ୧୧ଲକ୍ଷରୁ ଅଧିକ ଥର ଦେଖାଗଲାଣି।