ଅଚଳPF ଆକାଉଣ୍ଟରୁ ଉଠାଇ ପାରିବେ ଟଙ୍କା,ଜାଣନ୍ତୁ କିପରି ?

Published By : Prameya-News7 Bureau | June 30, 2021 IST

ନୂଆଦିଲ୍ଲୀ ୩୦।୬: ବୃତ୍ତି ଜୀବିଙ୍କ ଜୀବନ ଜାକର ଆୟ ସେମାନଙ୍କ ଭବିଷ୍ୟନିଧି (ପିଏଫ) ଖାତାରେ ଜମାଥାଏ। ହେଲେ କେବେ କେବେ କେତେକ କାରଣରୁ ପିଏଫ ଆକାଉଣ୍ଟ ଅଚଳ ହୋଇଯାଇଥାଏ। ଏଣୁ ଖାତାଧାରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ କେଉଁ ପରିସ୍ଥିତିରେ ଭବିଷ୍ୟନିଧି ଖାତା ବନ୍ଦ ହୋଇଯାଏ ଓ ଏପରି ଅବସ୍ଥା ଉପୁଜିଲେ ଆପଣଙ୍କ ଜମା ଟଙ୍କାର କଣ ହେବ ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

କେବେ କେବେ କର୍ମଚାରୀ ଚାକିରୀ ଛାଡି ନୂଆ ଚାକିରୀରେ ଯୋଗଦେଇଥାନ୍ତି। ଏପରିସ୍ଥଳେ କର୍ମଚାରୀଙ୍କୁ ତାଙ୍କ ଭବିଷ୍ୟନିଧି ଖାତାକୁ ନୂଆ କମ୍ପାନୀକୁ ଟ୍ରାନ୍ସଫର କରିବାକୁ ପଡିଥାଏ। ଯଦି କର୍ମଚାରୀ ଏପରି କରି ନଥାନ୍ତି ଓ ପୁରୁଣା କମ୍ପାନୀ ବନ୍ଦ ହୋଇଯାଏ ତେବେ କର୍ମଚାରୀଙ୍କ ଭବିଷ୍ୟନିଧି ଆକାଉଣ୍ଟ ମଧ୍ୟ ବନ୍ଦ ହୋଇଯାଏ।  ପିଏଫ ଆକାଉଣ୍ଟରେ ଯଦି ୩୬ ମାସ ଧରି କୌଣସି ନେଣଦେଣ ନ ହୁଏ ତେବେ ଇପିଏଫ ଏପରି ଖାତାକୁ ଇନଅପରେଟିଭ ଅର୍ଥାତ ନିଷ୍କ୍ରିୟ କ୍ୟାଟେଗରୀରେ ପକାଇ ଦିଅନ୍ତି।

{"id":473491,"width":838,"height":551,"sizeSlug":"large","linkDestination":"none"}

ସେହିପରି ପିଏଫ ଖାତାଧାରୀ ଯଦି ବିଦେଶରେ ଯାଇ ସ୍ଥାୟୀ ବସବାସ କରନ୍ତି ଏଥିରେ ତାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଏ। ଏହା ଛଡା ସଦସ୍ୟଙ୍କ ମୃତ୍ୟୁ ହେଲେ ତାଙ୍କ ପକ୍ଷରୁ ରିଟାୟାରମେଣ୍ଟ ଫଣ୍ଡ ବାହାର କରାଗଲେ ତାହା ମଧ୍ୟ ଇନଅପରେଟିଭ ବିଚାର କରାଯାଏ। ତେବେ ନିଷ୍କ୍ରିୟ ହେଲେ ମଧ୍ୟ ଆପଣଙ୍କ ଭବିଷ୍ୟନିଧି ଜମା ଖାତାରେ ସୁଧ ପ୍ରଦାନ କରାଯାଇଥାଏ। ଜମା ଅର୍ଥ ଉଠାଣ ମଧ୍ୟ ହୋଇଥାଏ। ପିଏଫ ଖାତାରେ ସେ ପର୍ଯ୍ୟନ୍ତ ସୁଧ ପ୍ରଦାନ କରାଯାଏ ଯେ ପର୍ଯ୍ୟନ୍ତ ଆପଣଙ୍କ ବୟସ ୫୮ ବର୍ଷ ନ ହୋଇଛି।

ଖାତାରେ ଜମା ଅର୍ଥ ବାବଦେ ଯଦି ୭ ବର୍ଷ ପର୍ଯ୍ୟନ୍ତ କ୍ଲେମ  ନ କରାଯାଏ ତେବେ ଏହାକୁ ସିନିୟର ସିଟିଜେନ ୱେଲଫେୟାର ଫଣ୍ଡ(ଏସସିଡବ୍ଲୁଏଫ)କୁ ଟ୍ରାନ୍ସଫର କରିଦିଆଯାଏ। ଏହି ପାଣ୍ଠିରେ ଜମାକାରୀଙ୍କ ଟଙ୍କା ୨୫ ବର୍ଷ ପର୍ଯ୍ୟନ୍ତ ଥାଏ ଓ ସରକାର ଜମା ରାଶି ଉପରେ ନିୟମିତ ସୁଧ ମଧ୍ୟ ପ୍ରଦାନ କରିଥାନ୍ତି। ତେବେ ଏପରି ଇନଆକ୍ଟିଭ ଖାତାକୁ ଚାଲୁ କରିବା ଲାଗି ଇପିଏଫରେ କର୍ମଚାରୀଙ୍କୁ ଆବେଦନ କରିବାକୁ ପଡିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.