ଦୁନିଆର ୫ଟି ସବୁଠାରୁ ବଡ ଏବଂ ସୁନ୍ଦର ଆକ୍ୱାରିୟମ୍: ଜାଣନ୍ତୁ କ’ଣ ରହିଛି ଏହାର ମୁଖ୍ୟ ଆକର୍ଷଣ

Published By : Prameya-News7 Bureau | June 05, 2021 IST

ନୂଆଦିଲ୍ଲୀ ୦୫/୦୬: ଦୁନିଆରେ ଏପରି ଅନେକ ଜିନିଷ ଅଛି ଯାହା କାହାକୁ ବି ଆଶ୍ଚର୍ଯ୍ୟ କରିପାରେ । ଯଦି ଆମେ ଆକ୍ୱାରିୟମ୍ ବିଷୟରେ କଥା ଉଠିଥାଏ, ତେବେ ଏହାକୁ ଦେଖିବା ଲୋକଙ୍କ ମୁଖ୍ୟ ଆକର୍ଷଣ । ପ୍ରାୟତଃ ଲୋକମାନେ ବିଭିନ୍ନ ରଙ୍ଗର ମାଛ ଏବଂ ସମୁଦ୍ର ପ୍ରାଣୀମାନଙ୍କୁ ଦେଖିବାକୁ ଭଲପାଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ଦୁନିଆର ସବୁଠାରୁ ବଡ, ପ୍ରସିଦ୍ଧ ଏବଂ ସୁନ୍ଦର ୫ ଟି ଆକ୍ୱାରିୟମ୍ ବିଷୟରେ...

PunjabKesari
PunjabKesari

ଓସେନୋଗ୍ରାଫିକ୍ ଆକ୍ୱାରିୟମ୍:

ଓସେନୋଗ୍ରାଫିକ୍ ଆକ୍ୱାରିୟମ୍ ଦୁନିଆର ସବୁଠୁ ବଡ ଆକ୍ୱାରିୟମ୍ ଭାବରେ ପରିଗଣିତ । ଏହା ସ୍ପେନରେ ତିଆରି । ଏହି ଆକ୍ୱାରିୟମରେ ୪୫,୦୦୦ ରୁ ଅଧିକ ପ୍ରଜାତିର ସମୁଦ୍ର ପ୍ରାଣୀ ଦେଖିବାକୁ ମିଳିଥାଏ ।

PunjabKesari
PunjabKesari

ଦୁବାଇ ମଲ୍ ଆକ୍ୱାରିୟମ୍:

ଦୁବାଇ ମଲ୍ ଦୁନିଆର ସବୁଠୁ ବଡ ସପିଂ ମଲ୍ ଭାବରେ ପରିଗଣିତ।ଏଠାରେ ଥିବା ଆକ୍ୱାରିୟମରେ ୩୩,୦୦୦ ରୁ ଅଧିକ ସମୁଦ୍ର ପ୍ରାଣୀ ରହିଛନ୍ତି । ଏହା ଭିତରେ ୪୦୦ ଅଧିକ ସାର୍କ ଦେଖିବାକୁ ମିଳିଥାଏ ।  

PunjabKesari
PunjabKesari

ଜର୍ଜିଆ ଆକ୍ୱାରିୟମ୍:

ଆଟଲାଣ୍ଟାର ଜର୍ଜିଆ ଆକ୍ୱାରିୟମ୍ ହେଉଛି ବିଶ୍ୱର ସବୁଠୁ ବଡ ଆକ୍ୱାରିୟମ୍ । ଏଥିରେ ୧ ଲକ୍ଷରୁ ଅଧିକ ପ୍ରଜାତିର ସମୁଦ୍ର ପ୍ରାଣୀ ରହିଛନ୍ତି । ଏହି ବୃହତ ଆକ୍ୱାରିୟମରେ କାଲିଫର୍ନିଆର ସମୁଦ୍ର ସିଂହ, ହ୍ୱେଲ୍ ସାର୍କ, ବେଲୁଗା ହ୍ୱେଲ୍ ଏବଂ ବୋତଲନୋଜ୍ ଡଲଫିନ୍ ଦେଖିବାକୁ ମିଳିଥାଏ ।

PunjabKesari
PunjabKesari

ତୁର୍କୁଆଜୁ ଆକ୍ୱାରିୟମ୍:

ତୁର୍କୁଆଜୁ ଆକ୍ୱାରିୟମ୍ ତୁର୍କୀର ଫୋରମ୍ ଇସ୍ତାନବୁଲ୍ ସପିଂ ମଲ୍ ରେ ନିର୍ମିତ । ଏହା ତୁର୍କୀର ସବୁଠାରୁ ବଡ ଆକ୍ୱାରିୟମ୍ ବୋଲି ବିବେଚନା କରାଯାଏ । ଏଥିରେ ଆପଣ ପ୍ରାୟ ୧୦,୦୦୦ ସମୁଦ୍ର ପ୍ରାଣୀଙ୍କୁ ଦେଖିବାକୁ ମିଳିଥାଏ ।

PunjabKesari
PunjabKesari

ଓକିନାୱା ଚିରାମି ଆକ୍ୱାରିୟମ୍:

ଜାପାନର ଓସେନ ଏକ୍ସପୋ ପାର୍କରେ ଓକିନାୱା ଚିରାମି ଆକ୍ୱାରିୟମ୍ ନିର୍ମିତ । ଏହା ଜାପାନୀମାନଙ୍କ ପାଇଁ ଆକର୍ଷଣର ମୁଖ୍ୟ କେନ୍ଦ୍ର । ଏହି ଆକ୍ୱାରିୟମରେ ସାର୍କ, କୋରଲ୍ ଆଦି ସମୁଦ୍ର ଜୀବ ଦେଖିବାକୁ ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.