ଇଏ ହେଉଛନ୍ତି ବିଶ୍ବର ସବୁଠୁ ଧନୀ ମହିଳା, ନିଜ ବଳରେ ଛିଡାକରିଛନ୍ତି ୩.୭୨ଲକ୍ଷ କୋଟିର ବ୍ୟବସାୟିକ ସାମ୍ରାଜ୍ୟ

Published By : Prameya-News7 Bureau | March 08, 2020 IST

ନୂଆଦିଲ୍ଲୀ ୮।୩: ଦୁନିଆର ସବୁଠାରୁ ଧନୀ ମହିଳାଙ୍କୁ ଜାଣିଛନ୍ତି କି ? ଫ୍ରାଙ୍କୋଇସ୍ ବେଟନକୋର୍ଟ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ମହିଳା | ବିଶ୍ବର ଶ୍ରେଷ୍ଠ ବିଲିୟନେୟାର ତାଲିକାରେ ତାଙ୍କ ନାମ ୧୫ ତମ ସ୍ଥାନରେ ଅଛି | ଅନ୍ୟ ୧୪ ଜଣ ପୁରୁଷଙ୍କର ସମ୍ପତ୍ତି ବେଟନକୋର୍ଟ ଠାରୁ ଅଧିକ ରହିଛି | ମନି କଣ୍ଟ୍ରୋଲର ଖବର ଅନୁଯାୟୀ, ବିଲିୟନେୟାରଙ୍କ ତାଲିକାରେ ସୌନ୍ଦର୍ଯ୍ୟ ଉତ୍ପାଦ କମ୍ପାନୀ L'Orealର ଉତ୍ତରାଧିକାରୀ ଫ୍ରାଙ୍କୋଇସ୍ ବେଟନକୋର୍ଟ ନିଜ ବଳରେ ନିଜେ କୋଟିପତି ତାଲିକାରେ ସାମିଲ ହୋଇଛନ୍ତି ।

ତାଙ୍କର ମୋଟ୍ ସମ୍ପତ୍ତି ହେଉଛି ୫୨୫୦ କୋଟି ଡଲାର | ଭାରତୀୟ ଟଙ୍କା ଅନୁଯାୟୀ ତାଙ୍କ ସମ୍ପତ୍ତି ପ୍ରାୟ ୩.୭୨ ଲକ୍ଷ କୋଟି ଅଟେ । ବେଟନକୋର୍ଟ ହେଉଛନ୍ତି L'Oreal ପ୍ରତିଷ୍ଠାତା ୟୁଜିନ୍ ସ୍କ୍ୟୁଲରଙ୍କ ନାତୁଣୀ । ସେ ୧୯୯୭ମସିହାରୁ କମ୍ପାନୀର ବୋର୍ଡ ସଦସ୍ୟ ଅଛନ୍ତି | ବେଟନକୋର୍ଟ ମେୟର୍ସଙ୍କ ମା’ ଲିଲିୟନ୍ ବେଟନକୋର୍ଟଙ୍କର ୨୦୧୭ମସିହା ସେପ୍ଟେମ୍ବରରେ ଦେହାନ୍ତ ହୋଇଥିଲା । ଏହାପରେ ବେଟନକୋର୍ଟ ମେୟର ବିଲିୟନେୟାର ତାଲିକାରେ ପାଦ ଦେଇଥିଲେ । ତାଙ୍କର ସମ୍ପତ୍ତି ପ୍ରାୟ ୭.୧ ବିଲିୟନ ଡଲାରକୁ ବୃଦ୍ଧି ପାଇଛି।

{"id":234879,"sizeSlug":"large"}

ଗତ ବର୍ଷ ବେଟନକୋର୍ଟ ଏହି ତାଲିକାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ​​ଏବଂ ବିଶ୍ବର ଦ୍ବିତୀୟ ଧନୀ ମହିଳା ଥିଲେ | ଏହା ପୂର୍ବରୁ ତାଙ୍କ ମା’ ଅନେକ ବର୍ଷ ଧରି ଏହି ପଦବୀରେ ରହିଥିଲେ, ଅର୍ଥାତ୍ ସେ ଦୀର୍ଘ ବର୍ଷ ଧରି ବିଶ୍ବର ସବୁଠାରୁ ଧନୀ ମହିଳା ଥିଲେ।

ତାଙ୍କ ମା’ଙ୍କ ନାମ ଲିଲିୟାନ୍ ବେଟନକୋର୍ଟ । ୨୦୧୭ରେ ୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲେ। ସେ ଆମେନସିଆ, ଡିମେନ୍ସିଆ ଏବଂ ଆଲଜାଇମର ରୋଗରେ ପୀଡିତ ଥିଲେ । ଲିଲିୟାନ୍ ବେଟନକୋର୍ଟ L'Oreal କସମେଟିକ୍ସ ଆରମ୍ଭ କରିଥିବା ୟୁଜିନ୍ ସ୍କ୍ୟୁଲରଙ୍କର ଏକମାତ୍ର ସନ୍ତାନ ଥିଲେ । କମ୍ପାନୀର ଚେୟାରମ୍ୟାନ୍ ତଥା ସିଇଓ ଜିନ-ପଲ୍ ଏଗୋନ୍ କହିଛନ୍ତି ଯେ, ସେ କମ୍ପାନୀର ବ୍ୟବସାୟ ଉପରେ ସବୁବେଳେ ନଜର ରଖିଥାନ୍ତି । କମ୍ପାନୀର ସଫଳତା ପାଇଁ ତାଙ୍କର ମହତ୍ବପୂର୍ଣ୍ଣ ଭୂମିକା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.