ଧାରା ୩୭୦ ଉଚ୍ଛେଦ ହେବା ପରେ କ’ଣ କହିଲା ମିଳିତ ଜାତିସଂଘ : ଜାଣନ୍ତୁ

Published By : Prameya-News7 Bureau | August 07, 2019 IST

ନୂଆଦିଲ୍ଲୀ ୭/୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ସୋମବାର ଅଧିସୂଚନା ଜାରି କରି ଜାମ୍ମୁ କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରି ଦେଇଥିଲେ । ଏହି ନିଷ୍ପତ୍ତି ଉପରେ ପାକିସ୍ତାନ ତରଫରୁ ନକରାତ୍ମକ ବୟାନବାଜି ଆରମ୍ଭ ହୋଇଯାଇଛି।  ଏହି ପ୍ରସଂଗରେ ୟୁଏନ୍ ବର୍ତ୍ତମାନ କୌଣସି ହସ୍ତକ୍ଷେପ କରିନାହିଁ ବା  କୈାଣସି ପ୍ରତିକ୍ରିୟା ଦେଇନାହିଁ। ୟୁଏନ୍ ମହାସଚିବଙ୍କ ତରଫରୁ ଗତ ସୋମବାର ଜାରି କରାଯାଇଥିବା ବୟାନରେ କୁହାଯାଇଥିଲା ଯେ କାଶ୍ମୀରର ପରିବର୍ତ୍ତିତ ପରିସ୍ଥିତି ଉପରେ ନଜର ରଖାଯାଇଛି।  ଉଭୟ ପକ୍ଷ ସଂଯମ ରକ୍ଷା କରିବାକୁ ଅପିଲ କରାଯାଉଛି। ୟୁଏନ୍ ମହାସଚିବ ଗତ ସୋମବାର ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିଲେ ।  ଭାରତ-ପାକ୍  ମଧ୍ୟରେ କାଶ୍ମୀରକୁ ନେଇ ରହିଥିବା ବିବାଦ ସମାଧାନର ସୂତ୍ର ତାଙ୍କୁ ସାମ୍ବାଦିକମାନେ ପଚାରିଥିଲେ । ଉତ୍ତରରେ ଷ୍ଟିଭେନ୍ କହିଥିଲେ ଯେ ଯଦି ଦୁଇ ଦେଶ କହିବେ ତେବେ ତାଙ୍କ ତାଙ୍କ କାର୍ଯ୍ୟାଳୟ ସବୁବେଳେ ସହାୟତାର ହାତ ବଢ଼ାଇବ।

ଆମେରିକା ମଧ୍ୟ କହିଛି ଯେ କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ହେବାପରେ ଜାମ୍ମୁ-କାଶ୍ମୀରର ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି। ଆମେରିକୀୟ ବୈଦେଶିକ ମନ୍ତ୍ରାଳୟର ମୁଖ୍ୟ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ଶାନ୍ତି ବଜାୟ ରଖନ୍ତୁ। ସେମାନେ କାଶ୍ମୀରରୁ ବିଶେଷ ରାଜ୍ୟ ମାନ୍ୟତା ପ୍ରତ୍ୟାହାର, ଏହାକୁ କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ କରିବା ସହ ବିଭାଜିତ କରିବା ଘଟଣା ସଂକ୍ରାନ୍ତୀୟ ତଥ୍ୟ ରଖିଛନ୍ତି। ଭାରତ ଏହା ତା’ର ଆଭ୍ୟନ୍ତରୀଣ ପ୍ରସଙ୍ଗ କହୁଛି ବୋଲି ମଧ୍ୟ ଆମେରିକୀୟ ବୈଦେଶିକ ମନ୍ତ୍ରାଳୟ କହିଛି। ଆମେ ଉଭୟ ପକ୍ଷରୁ ଏଲଓସିରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାକୁ ଅପିଲ କରୁଛୁ ବୋଲି ମଧ୍ୟ ଆମେରିକା କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.