vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଏକ ଛୋଟ ଭୁଲ୍ ହୋଇପାରେ ଟମାଟୋ ଫ୍ଲୁର କାରଣ, ନିଜକୁ ଏହିପରି ନିଜକୁ ରଖନ୍ତୁ ସୁରକ୍ଷିତ

14/05/2022 at 9:36 PM

ନୂଆଦିଲ୍ଲୀ ୧୪।୫: ଭାରତର ଦକ୍ଷିଣ ରାଜ୍ୟ କେରଳର କୋଲ୍ଲମ ଜିଲ୍ଲାରେ ଟମାଟୋ ଫ୍ଲୁ ମାମଲା ବଢିବାରେ ଲାଗିଛି । ୫ ବର୍ଷରୁ କମ୍ ବୟସର ପିଲାମାନଙ୍କଠାରେ ଏହି ଫ୍ଲୁ ଦେଖାଦେଉଛି । ବର୍ତ୍ତମାନ ସୁଦ୍ଧା ଏହି ଫ୍ଲୁର ପ୍ରକୃତ କାରଣ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳିପାରିନାହିଁ । କିନ୍ତୁ ଏହାକୁ ବ୍ୟାପିବାରୁ ରୋକିବାକୁ ଚେଷ୍ଟା ଜାରି ଅଛି । ସ୍ବାସ୍ଥ୍ୟ ବିଭାଗ ଏହି ରୋଗରୁ ରକ୍ଷା ପାଇବା ପାଇଁ ସଚେତନତା ଅଭିଯାନ ଚଳାଇଛନ୍ତି । ତେବେ ଆସନ୍ତୁ ଜାଣିବା କଣ ଏହି ଟମାଟୋ ଫ୍ଲୁ ଏବଂ କିପରି ଏଥିରୁ ବର୍ତ୍ତିପାରିବା ।

ଟମାଟୋ ଫ୍ଲୁ ହେଉଛି ଏକ ପ୍ରକାର ଫ୍ଲୁ ଯାହା ଛୋଟ ପିଲାଙ୍କୁ ସଂକ୍ରମିତ କରୁଛି । ଏହାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ କିଛି ବିଶେଷଜ୍ଞ ଏହା ପଛର କାରଣ ଡେଙ୍ଗୁ କିମ୍ବା ଚିକନଗୁନିଆକୁ ଦର୍ଶାଉଛନ୍ତି । ଏହି ପ୍ରକାରର ଫ୍ଲୁରେ ପିଲାମାନଙ୍କ ଚର୍ମରେ ଲାଲ୍ ଫୁଲା ଦେଖାଯାଏ । ବେଳେବେଳେ ଏହା ଟମାଟୋ ଆକାରରେ ଦେଖାଯାଇଥାଏ । ଏହି କାରଣରୁ ଏହାକୁ ଟମାଟୋ ଫ୍ଲୁ ବୋଲି କୁହାଯାଏ । ଯଦିଓ ଏହି ଫ୍ଲୁ କେରଳରେ ଆତଙ୍କ ସୃଷ୍ଟି କିନ୍ତୁ ଅନ୍ୟ ରାଜ୍ୟଗୁଡିକୁ ମଧ୍ୟ ସତର୍କ ରହିବା ଆବଶ୍ୟକ ।

ଟମାଟୋ ଫ୍ଲୁ ଏକ ସଂକ୍ରାମକ ରୋଗ ଯାହା ଛୁଇଁବା ଦ୍ବାରା ବ୍ୟାପିଥାଏ । ଯଦି ଆପଣଙ୍କ ଚାରିପାଖରେ କୋହି ଏହି ରୋଗରେ ପୀଡିତ ତେବେ ତାଙ୍କଠାରୁ ଦୂରେଇ ରୁହନ୍ତୁ । ବିଶେଷ କରି ପିଲାମାନଙ୍କୁ ଏହି ଫ୍ଲୁ ରୋଗୀଙ୍କ ନିକଟକୁ ଆସିବାକୁ ଦିଅନ୍ତୁ ନାହିଁ ।

ଚର୍ମରେ ଲାଲ୍ ଫୁଲା, ଚର୍ମରେ ଉତ୍ତେଜନା, ଗଣ୍ଠି ଯନ୍ତ୍ରଣା, ନାକକୁ ପାଣି ବୋହିବା, ଅତ୍ୟଧିକ ଜ୍ବର, ପେଟ ଫୁଲିଯିବା, ବାନ୍ତି, କାଶ, ଶରୀର ଯନ୍ତ୍ରଣା, ଛିଙ୍କିବା, ଡାଇରିଆ, ଥକ୍କାପଣ ଆଦି ଏହି ଫ୍ଲୁର ଲକ୍ଷଣ ହୋଇଥାଏ ।

ଏହି ଟମାଟୋ ଫ୍ଲୁରୁ ରକ୍ଷା ପାଇବା ପାଇଁ ଆପଣଙ୍କ ଘର ଭିତର ଏବଂ ଚାରିପାଖକୁ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ । ଯଦି ଶିଶୁର ଶରୀରରେ ଲାଲ ରଙ୍ଗର ଦାଗ ହୋଇଯାଏ ତେବେ ତାଙ୍କୁ କୁଣ୍ଡେଇବାକୁ ଦିଅନ୍ତୁନାହିଁ । ଫ୍ଲୁ ସଂକ୍ରମିତଙ୍କଠାରୁ ନିଜ ପିଲାଙ୍କୁ ଦୂରେଇ ରଖନ୍ତୁ ଏବଂ ସେମାନଙ୍କ ଜିନିଷ ବ୍ୟବହାର କରନ୍ତୁନାହିଁ । ଗ୍ରୀଷ୍ମ ଋତୁରେ ପିଲାଙ୍କ ଶରୀରରେ ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ । ନିୟମିତ ବ୍ୟବଧାନରେ ଫଳ ରସ ପିଇବାକୁ ଦିଅନ୍ତୁ ।

ବି.ଦ୍ର.- ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ ।

   Related Posts