ରିଲାଏନ୍ସ ଜିଓ,ଏୟାରଟେଲ୍,ବିଏସଏନଏଲ୍ ଏବଂ ଭୋଡ଼ାଫୋନର ବାର୍ଷିକ ପ୍ଲାନ୍ ବିଷୟରେ ଜାଣନ୍ତୁ କିଛି ଖାସ କଥା

Published By : Prameya-News7 Bureau | January 21, 2019 IST

 ନୂଆଦିଲ୍ଲୀ ୨୧/୧: ରିଲାଏନ୍ସ ଜିଓ ଆସିବା ପରେ ଟେଲିକମ୍ ମାର୍କେଟରେ ହଇଚଇ ସୃଷ୍ଟି ହୋଇଛି। ଅନ୍ୟ ଟେଲିକମ୍ ସର୍ଭିସ୍ ପ୍ରୋଭାଇଡରଙ୍କୁ ବାରମ୍ବାର ନିଜ ପ୍ଲାନ୍ ପରିବର୍ତ୍ତନ କରିବାକୁ ପଡ଼ୁଛି। ଏହା ସହିତ ନୂଆ ପ୍ଲାନ୍ ମଧ୍ୟ ଲଞ୍ଚ କରିବାକୁ ପଡ଼ୁଛି ଯାହା ଦ୍ବାରା ଏହି କମ୍ପାନୀଗୁଡ଼ିକ ପ୍ରତିଯୋଗିତାରେ ଦୃଢ଼ ରହି ପାରିବେ। ସମସ୍ତ ଟେଲିକମ୍ କମ୍ପାନୀ ନିଜ ବାର୍ଷିକ ପ୍ଲାନରେ ପରିବର୍ତ୍ତନ କରିଛି।

ରିଲାଏନ୍ସ ଜିଓର ବାର୍ଷିକ ପ୍ଲାନ୍: ରିଲାଏନ୍ସ ଜିଓର ବାର୍ଷିକ ପ୍ଲାନ୍ ୧୬୯୯ଟଙ୍କା। ଏହାର ବୈଧତା ୩୬୫ଦିନ। ଏହି ପ୍ଲାନରେ ପ୍ରତିଦିନ ୧.୫ଜିବି ଡାଟା ମିଳିଥାଏ। ଏହା ବ୍ୟତୀତ ଅନଲିମିଟେଡ ଲୋକାଲ୍ ଏବଂ ଏସଟିଡି କଲର ସୁବିଧା ମଧ୍ୟ ରହିଛି। ପ୍ରତିଦିନ ୧୦୦ଟି ଏସଏମଏସ ମଧ୍ୟ ପଠାଯାଇପାରିବ। ୨୪ଘଣ୍ଟାରେ ୧.୫ଜିବି ଡାଟା ସରିବା ପରେ ଏହାର ସ୍ପିଡ୍ କମ୍ ହୋଇ ୬୪କେବିପିଏସ୍ ହୋଇଯାଇଥାଏ।

ଭୋଡ଼ାଫୋନର ବାର୍ଷିକ ପ୍ଲାନ୍: ଭୋଡ଼ାଫୋନର ବାର୍ଷିକ ପ୍ଲାନ୍ ୧୪୯୯ଟଙ୍କା। ଏଥିରେ ଅନଲିମିଟେଡ ଲୋକାଲ୍ ଏବଂ ଏସଟିଡି କଲ୍ ସମ୍ପୂର୍ଣ୍ଣ ମାଗଣା ରହିଛି। ଏହା ବ୍ୟତୀତ ପ୍ରତିଦିନ ୧୦୦ଟି ଏସଏମଏସ ମଧ୍ୟ ପଠାଯାଇପାରିବ। ପ୍ରତିଦିନ ୧ଜିବି ଡାଟା ମିଳିବ। ଏହା ବ୍ୟତୀତ ଭୋଡ଼ାଫୋନ୍ ପ୍ଲେ,ଲାଇଭ ଟିଭି,ମୁଭି ଏବଂ ମ୍ୟୁଜିକର ପରିପୂରକ ସୁବିଧା ମଧ୍ୟ ମିଳିବ।

ବିଏସଏନଏଲର ବାର୍ଷିକ ପ୍ଲାନ୍: ଭାରତୀୟ ସଞ୍ଚାର ନିଗମ ଲିମିଟେଡର ବାର୍ଷିକ ପ୍ଲାନ୍ ୧୬୯୯ଟଙ୍କା। ଏହାର ବୈଧତା ୩୬୫ଦିନ। ପ୍ରତିଦିନ ୧.୪ଜିବି ଡାଟା ମିଳିବ। ଏହା ବ୍ୟତୀତ ପ୍ରତିଦିନ ୧୦୦ଟି ଏସଏମଏସ ମଧ୍ୟ ପଠାଯାଇପାରିବ।

ଏୟାରଟେଲର କୈାଣସି ବାର୍ଷିକ ପ୍ଲାନ୍ ନାହିଁ। ୫୦୯ଟଙ୍କା ପ୍ଲାନର ବୈଧତା ୯୦ଦିନ। ପ୍ରତିଦିନ ୧.୪ଜିବି ଡାଟା ମିଳିବ। ଏଥିରେ ଅନଲିମିଟେଡ ଲୋକାଲ୍ ଏବଂ ଏସଟିଡି କଲ୍ ସମ୍ପୂର୍ଣ୍ଣ ମାଗଣା ରହିଛି। ପ୍ରତିଦିନ ୧୦୦ଟି ଏସଏମଏସ ମଧ୍ୟ ପଠାଯାଇପାରିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.