ବଚ୍ଚା ଜବ ରୋତା ହୈ ତୋ ମା କହେତି ହୈ…ଶୋ ଯା ନୈହିଁ ତୋ ଗବ୍ବର ଆଜାଏଗା: ଜାଣନ୍ତୁ ଦେଶର କିଛି କୁଖ୍ୟାତ ଡାକୁଙ୍କ ସମ୍ପର୍କରେ
19/01/2019 at 6:22 PM

ଫିଲ୍ମରେ ଆମେ ଗବ୍ବର ସିଂ ଓ ଡାକୁରାଣୀ ଫୁଲନ ଦେବୀ କଥା ଦେଖିଛେ, ଗବ୍ବର ସିଂ ଏକ କାଳ୍ପନିକ ଚରିତ୍ର ହୋଇଥିବା ବେଳେ ଡାକୁରାଣୀ ଫୁଲନ ଦେବୀଙ୍କ କାହାଣୀ ବାସ୍ତବତା ଉପରେ ଆଧାରିତ । ଡାକୁରାଣୀ ଫୁଲନ ଦେବୀ ଚମ୍ବଲ ଘାଟୀରେ ରାଜ କରୁଥିଲେ । ସେ ଯେତେବେଳେ ମୁଖ୍ୟ ସ୍ରୋତରେ ସାମଲ ହେଲେ ତାପରେ ସେ ରାଜନୀତିରେ ପ୍ରବେଶ କରି ସାଂସଦ ମଧ୍ୟ ହୋଇଥିଲେ । କେବଳ ଫିଲ୍ମରେ ଆମେ ଡାକୁଙ୍କ ସମ୍ପର୍କରେ ଜାଣିଛୁ ବୋଲି ଏମାନେ ସବୁ କାଳ୍ପନିକ ବୋଲି ଭାବିବା ଭୁଲ । ଅସଲରେ ଭାରତରେ ବହୁ କୁଖ୍ୟାତ ଡାକୁ ରହିଥିଲେ । ଏମାନଙ୍କର ବଡ ବଡ ଗ୍ୟାଙ୍ଗ ରହିଥିଲା । ମୁଖ୍ୟତଃ ଧନି ଲୋକଙ୍କଠାରୁ ବନ୍ଧୁକ ମୂନରେ ଏମାନେ ଧନ ସମ୍ପତ୍ତି ଲୁଟି ନେଉତିଲେ । ଅନେକ ସମୟରେ ପଥଚାରୀଙ୍କ ଉପରେ ଆକ୍ରମଣ କରି ମଧ୍ୟ ଏମାନେ ମୂଲ୍ୟବାନ ଜିନିଷ ଲୁଟ କରୁଥିଲେ । ବିଶେଷ କରି ଝିଅ ବାହାଘର ବେଳେ ଡାକୁମାନେ ଅଧିକ ସକ୍ରିୟ ହୋଇଉଠନ୍ତି । ଏମାନେ କନ୍ୟାଯାତ୍ରୀ ଏବଂ ବରଯାତ୍ରୀଙ୍କୁ ଲୁଟ କରିବାର ଅନେକ ନଜୀର ରହିଛି ।
ଡାକୁଙ୍କ ଏକଛତ୍ରବାଦ ଶାସନ ଚାଲିଥିଲା। ଯଦି ଇତିହାସ କଥା କହିବା ସେଥିରେ ମଧ୍ୟ ଅନେକ ଡାକୁଙ୍କ ବିଷୟରେ ଉଲ୍ଲେଖ ଥିବାର ଦେଖାଯିବ।
ଆଜି ଆମେ ଭାରତର କେତେକ କୁଖ୍ୟାତ ଡାକୁ ବିଷୟରେ ଜାଣିବା। ଏହି ଡାକୁଙ୍କ ଆତଙ୍କ ଏପରି ଥିଲା ଯେ ଲୋକେ ତାଙ୍କ ନାଁ ଶୁଣି ଭୟରେ ଥରୁଥିଲେ।

ଫୁଲନ୍ ଦେବୀ ଏପରି ଏକ ମହିଳା ଡାକୁ ଥିଲେ ଯାହାଙ୍କୁ ନେଇ ଏକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ସେ ଅତି ସରଳ ଓ ଦଳିତ ଝିଅ ଥିଲେ। ହେଲେ ସମାଜର ଉଚ୍ଚ ବର୍ଗ ଲୋକଙ୍କ ଶୋଷଣ ତାଙ୍କ ଡାକୁରାଣୀ ହେବା ପାଇଁ ସତେ ଯେମିତି ବାଧ୍ୟ କରିଥିଲା । ଏହି ଉଚ୍ଚ ବର୍ଗ ବିରୋଧରେ ସ୍ବର ଉଠାଇବା ପାଇଁ ସେ ଏପରି ପଦକ୍ଷେପ ନେଇଥିଲେ। । ଧାଡିରେ ଠିଆକରି ଏକାବେଳେ ବହୁ ଉଚ୍ଚବର୍ଗର ଲୋକଙ୍କୁ ଗୁଳିମାରି ହତ୍ୟା କରିଥିଲେ । ଚମ୍ବଲ ୁପତ୍ୟକାରେ ସେ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିଲେ ।

ସୁଲତାନ ମଧ୍ୟ ସେମିତି ଜଣେ କୁଖ୍ୟାତ ଡାକୁ ଥିଲେ । କୁହାଯାଉଥିଲା ଯେ ସୁଲତାନ ଡାକୁ ଲୋକମାନଙ୍କ ପାଇଁ ଦେବତା ସମାନ ଥିଲେ। ତାଙ୍କ ଆତଙ୍କ ଆଗରେ କାହାର କିଛି କରିବାକୁ ସାହସ ହେଉନଥିଲା। କେହି ମୁଣ୍ଡ ଉଠାଇ ପଦେ କଥା ମଧ୍ୟ କହି ପାରୁନଥିଲେ। ସୁଲତାନ ଡାକୁ ଧନୀ ଲୋକଙ୍କୁ ଲୁଟ୍ କରୁଥିଲା। ସେହି ଧନକୁ ଗରିବଙ୍କୁ ବାଣ୍ଟି ଦେଉଥିଲା। ସୁଲତାନ ଡାକୁଙ୍କୁ ବ୍ରିଟିଶ ସରକାର ନସିରାବାଦରେ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲା।

ଚମ୍ବଲର ଘାଟୀରେ ସବୁଠୁ ଭୟଙ୍କର ଡାକୁ ଥିଲେ ନିର୍ଭୟ ସିଂ ଗୁର୍ଜର। ତାଙ୍କ ନାଁ ଶୁଣି ଲୋକେ ବରଡ଼ା ପତ୍ର ପରି ଥରୁଥିଲେ। ସେ ଯୁଆଡ଼େ ଯାଉଥିଲେ ତାଙ୍କ ଦଳରେ ୭୦-୮୦ ଜଣ ଲୋକ ରହୁଥିଲେ। ପୋଲିସ୍ ସହ ମୁହାଁମୁହିଁରେ ୨୦୦୫ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା।