ଆମ ଭାରତୀୟ ପରମ୍ପରାରେ କଞ୍ଚା ଲଙ୍କାର ଛୁଙ୍କ ବିନା କୈାଣସି ଖାଦ୍ୟ କଳ୍ପନା କରାଯାଇପାରିବ ନାହିଁ। ଯେକୈାଣସି ଭାରତୀୟଙ୍କ ଖାଇବା କଞ୍ଚା ଲଙ୍କା ବିନା ପୂରା ହୋଇପାରେ ନାହିଁ।
ଲଙ୍କାର ସେବନ ଦୀର୍ଘଦିନରୁ ଚାଲିଆସୁଛି ଏବଂ ଭାରତରେ ଲଙ୍କାର ଆଚାର ପ୍ରସ୍ତୁତ କରି,ତରକାରିରେ ଏବଂ ଖାଇବା ସହ ଏହାକୁ ବ୍ୟବହାର କରାଯାଏ। କଞ୍ଚା ଲଙ୍କା ଏପରି ଏକ ଔଷଧ ଯାହା ବିଭିନ୍ନ ପ୍ରକାର ରୋଗକୁ ନାଶ କରିଥାଏ। ତେବେ ଆସନ୍ତୁ ଜାଣିବା କଞ୍ଚା ଲଙ୍କାର ଲାଭ ବିଷୟରେ
ଭିଟାମିନରେ ଭରପୂର ହୋଇଥିବା କଞ୍ଚା ଲଙ୍କା ସେବନ କରିବା ଦ୍ବାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ କାରଣ ଏଥିରେ ଭିଟାମିନ୍ ଏ,ଭିଟାମିନ୍ ବି୬ ଏବଂ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
କଞ୍ଚା ଲଙ୍କା ଖାଇବା ଦ୍ବାରା ପାଚନ ପ୍ରକ୍ରିୟା ଠିକଭାବେ ହୋଇଥାଏ । କଞ୍ଚା ଲଙ୍କାରେ ଫାଇବର ପ୍ରଚୁର ମାତ୍ରାରେ ଥିବା ଯୋଗୁଁ ପାଚନ ପ୍ରକ୍ରିୟା ସୁଚାରୁ ରୂପେ ସମ୍ପାଦିତ ହୋଇଥାଏ।
ଶରୀରରୁ ବ୍ୟାକ୍ଟେରିଆ ବାହାରି ଯାଇଥାଏ । କାରଣ କଞ୍ଚା ଲଙ୍କାରେ ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ଥାଏ ଯାହା ଶରୀରକୁ ବ୍ୟାକ୍ଟେରିଆ ରହିତ କରିଥାଏ। କଞ୍ଚା ଲଙ୍କା ଖାଇବା ଦ୍ବାରା ଆଖି ଏବଂ ତ୍ବଚାକୁ ମଧ୍ୟ ବିଭିନ୍ନ ପ୍ରକାର ଫାଇଦା ମିଳିଥାଏ।
କୈାଣସି ବ୍ୟକ୍ତିଙ୍କୁ ଯଦି ପେଟ ସମ୍ବନ୍ଧୀୟ ରୋଗ ହୋଇଥିବ ତେବେ ତାଙ୍କୁ ପ୍ରତିଦିନ ଶୋଇବାବେଳେ ୪/୫ଟି କଞ୍ଚା ଲଙ୍କା କାଟି ଏକ ଗ୍ଲାସ୍ ପାଣିରେ ବତୁରାଇ ରଖିବା ଉଚିତ୍ ଏବଂ ସକାଳୁ ଉଠି ଏହି ପାଣିକୁ ଛାଣି ପିଇ ନିଅନ୍ତୁ। ଏପରି କରିବା ଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଯିବ।