Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏବେ ସନ୍ତାନ ଚାହୁଁନାହାନ୍ତି କି : ତେବେ ପୁରୁଷମାନେ ସେବନ କରନ୍ତୁ ବେଲପତ୍ର

19/06/2019 at 1:55 PM

ଭାଗଲପୁର ୧୯/୬: ଯଦି ଆପଣ ଏବେ ସନ୍ତାନ ଚାହୁଁନାହାନ୍ତି ତେବେ ଆପଣଙ୍କୁ ବେଲ ପତ୍ର ନିୟମିତ ସେବନ କରିବାକୁ ପଡ଼ିବ। ଯେତେ ଦିନ ଯାଏଁ ଆପଣ ବେଲ ପତ୍ର ସେବନ କରିବେ,ସେତେ ଦିନ ଯାଏଁ ଆପଣଙ୍କ ସନ୍ତାନ ହେବନାହିଁ।

ପୁରୁଷ ଯେତେଦିନ ଯାଏଁ ବେଲ ପତ୍ର ଚୂର୍ଣ୍ଣ କରିଥାଆନ୍ତି ସେତେ ଦିନ ଯାଏଁ ସନ୍ତାନ ହେବ ନାହିଁ। ଯେତେବେଳେ ଆପଣ ସନ୍ତାନ ପାଇଁ ଇଚ୍ଛୁକ ହେବେ ସେତେବେଳେ ଆପଣ ଚୂର୍ଣ୍ଣ ସେବନ କରିବା ବନ୍ଦ କରିଦେବେ। ଏହି ଅନୁଧ୍ୟାନ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ଜର୍ଣ୍ଣଲରେ ପ୍ରକାଶିତ ହୋଇସାରିଛି। ଅନୁଧ୍ୟାନକୁ ସ୍ବୀକୃତି ମଧ୍ୟ ମିଳିଗଲାଣି। ଏବେ ଯାଏଁ ପୁରୁଷ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କଣ୍ଡୋମ୍ ଏବଂ ବନ୍ଧ୍ୟାକରଣର ସାହାଯ୍ୟ ନେଉଥିଲେ।

ବେଲ ପତ୍ରର ଚୂର୍ଣ୍ଣ ଗର୍ଭ ନିରୋଧକର ଉପଯୁକ୍ତ ମାଧ୍ୟମ ହୋଇଥାଏ। ଶରୀରର ପ୍ରତି କିଲୋ ଓଜନ ହିସାବରେ ପୁରୁଷ ୧୦ଗ୍ରାମ୍ ବେଲପତ୍ର ଚୂର୍ଣ୍ଣ ସେବନ କରିପାରିବେ। ବେଲପତ୍ର ଚୂର୍ଣ୍ଣ ସେବନ କରିବା ଦ୍ବାରା କ୍ୟାନସର ହେବାର ସମ୍ଭାବନା କମ୍ ଥାଏ। ଯେକୈାଣସି ଫୁଲା ରୋଗ ପାଇଁ ଏହା ଲାଭଦାୟକ ହୋଇଥାଏ। ଏହା ପେଟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏହା ଏକ ଆଣ୍ଟି ଅକ୍ସିଡାଣ୍ଟ। ଏହା ଆଲର୍ଜିକୁ ଠିକ୍ କରିଥାଏ। ଏହା ପେଟ ରୋଗକୁ ମଧ୍ୟ ଠିକ୍ କରିଥାଏ।

ବେଲ ପତ୍ର ଅଧିକାଂଶ ୩,୫ କିମ୍ବା ୭ଟି ପତ୍ରଗୁଚ୍ଛାରେ ରହିଥାଏ। ୩ଟି ପତ୍ର ସମୂହର ତୁଳନା ଭଗବାନ ଶିବଙ୍କ ତ୍ରିନେତ୍ର କିମ୍ବା ତ୍ରିଶୂଳ ସହ କରାଯାଇଥାଏ। ଏହା ବ୍ୟତୀତ ଏହାକୁ ତ୍ରିଦେବ ଅର୍ଥାତ୍ ବ୍ରହ୍ମା,ବିଷ୍ଣୁ ଏବଂ ମହେଶ୍ବର ବୋଲି ଗଣାଯାଇଥାଏ। ସ୍କନ୍ଦ ପୁରାଣ ଅନୁସାରେ ମନ୍ଦାର ପର୍ବତ ଉପରେ ମାତା ପାର୍ବତୀଙ୍କ ଝାଳର ବୁନ୍ଦା ପଡ଼ିବାରୁ ବେଲ ଗଛର ଉତ୍ପତ୍ତି ହୋଇଥିଲା। ଏହି ଗଛ ସକରାତ୍ମକ ଶକ୍ତି ଉତ୍ପନ୍ନ କରି ନକରାତ୍ମକ ଶକ୍ତିକୁ ଦୂର କରିଥାଏ।

– ଗ୍ରୀଷ୍ମଦିନେ ମିଳୁଥିବା ବେଲ ଖରାରୁ ମୁକ୍ତି ଦେବା ସହ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଯଦି ଆପଣ ପ୍ରତିଦିନ ବେଲପଣା ପିଇବେ ତେବେ ଆପଣ ସବୁଦିନ ନୀରୋଗ ରହିବେ।

– ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ। ବେଲପତ୍ର ପେଶି ଏହାର ରସ ଦିନରେ ଦୁଇ ଥର ପିଇବା ଦ୍ବାରା ଡାଏବେଟିସ୍ ରୋଗରୁ ମୁକ୍ତି ମିଳିଥାଏ। ଆପଣ କିଛି ଦିନ ଏହା ସେବନ କରିଲେ ଫରକ ନିଜେ ଜାଣି ପାରିବେ।

– ବେଲରେ ଥିବା ଟୈନିନ ଡାଇରିଆ ଏବଂ ହଇଜା ଭଳି ରୋଗର ଉପଚାରରେ କାମରେ ଆସିଥାଏ।

– କଞ୍ଚା ଫଳର ଚେର ଧଳା ଦାଗ ରୋଗ ପାଇଁ ଲାଭଦାୟକ ହୋଇଥାଏ।

– ଏଥରେ ଆନିମିଆ,ଆଖି ଏବଂ କାନର ରୋଗ ମଧ୍ୟ ଦୂର ହୋଇଥାଏ।

– ବେଲ ପତ୍ରର ଚୂର୍ଣ୍ଣ ସେବନ କରିବା ଦ୍ବାରା କ୍ୟାନସର ହେବାର ସମ୍ଭାବନା କମ୍ ଥାଏ।

– ଆଗକାଳରେ କଞ୍ଚ ବେଲର ଚେରକୁ ହଳଦୀ ଏବଂ ଘିଅରେ ମିଶାଇ ଭାଙ୍ଗିଯାଇଥିବା ହାଡ଼ରେ ଲଗାଯାଉଥିଲା।

– ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ପେଟଛାଲରେ ଆରାମ ମିଳିଥାଏ।

– ଭାଇରସ୍ ଏବଂ ଫଙ୍ଗଲରୋଧୀ ଗୁଣ ଥିବା ଯୋଗୁଁ ଶରୀରର ଅନେକ ସଂକ୍ରମଣକୁ ଦୂର କରିଥାଏ।

– ଭିଟାମିନ୍ ସି ଥିବାରୁ ସର୍ବି ନାମକ ରକ୍ତବାହିକାର ରୋଗରୁ ଆରାମ ମିଳିଥାଏ।

– ବେଲପତ୍ରର ସତ୍ତ୍ବ ରକ୍ତରେ କୋଲେଷ୍ଟୋଲର ସ୍ତରକୁ କମ୍ କରିବାରେ ଲାଭଦାୟକ ହୋଇଥାଏ।

– ବେଲ ଗଛରୁ ମିଳୁଥିବା ତେଲ ଶ୍ବାସରୋଗ ଏବଂ ଥଣ୍ଡାକାଶ ଆଦିରୁ ମୁକ୍ତି ଦେଇଥାଏ।

– ପାଚିଲା ଫଳରରସରେ ଘିଅ ମିଶାଇ ପିଇବା ଦ୍ବାରା ହୃଦରୋଗ ଭଲ ହୋଇଥାଏ।

– ଏହା କୋଷ୍ଠକାଠିନ୍ୟ ଦୂର କରିବାର ସବୁଠୁ ଭଲ ପ୍ରାକୃତିକ ଔଷଧ ଅଟେ। ଏହାର ଚେରରେ ଲୁଣ ଏବଂ ଗୋଲମରିଚ ମିଶାଇ ଖାଇବା ଦ୍ବାରା ଶରୀରରେ ଥିବା ବିଷାକ୍ତ ଜିନିଷ ବାହାରିଯାଇଥାଏ। ଏହାର ରକ୍ତର ଅଭାବକୁ ମଧ୍ୟ ପୂରଣ କରିଥାଏ।

– ଏହା ଭୋକ ବଢ଼ାଇଥାଏ।

   Related Posts