ଇଏ ହେଉଛନ୍ତି ଭାରତର ପ୍ରଥମ ମହିଳା ଯାହାକୁ ମିଳିଛି ଫାଶୀ ଦଣ୍ଡ: ଜାଣନ୍ତୁ ସେ କିଏ ଏବଂ କାହିଁକି ତାକୁ ମିଳିବ ଫାଶୀ

Published By : Prameya-News7 Bureau | January 26, 2019 IST

ହସନପୁର ୨୬/୧ : ଉତ୍ତରପ୍ରଦେଶରେ ରହିଛି ଏମିତି ଏକ ଗାଁ ଯେଉଁଠି ୧୦ ପୂର୍ବରୁ ଏମିତି ଏକ ଘଟଣା ଘଟିଥିଲା ଯାହାକୁ ନେଇ ଆଜି ମଧ୍ୟ ଲୋକେ ଭୟଭୀତ  ଅଛନ୍ତି | ୧୦ ବର୍ଷ ପୂର୍ବରୁ ଗୋଟିଏ ପରିବାରର ୭ଜଣଙ୍କର ଏକାଥରକେ ମୃତ୍ୟୁ ହୋଇଯାଇଥିଲା | ପରିବାରର ୭ଜଣଙ୍କର ମୃତ୍ୟୁ ସ୍ବଭାବିକ ନଥିଲା | ସେମାନଙ୍କୁ ହତ୍ୟା କରାଯାଇଥିଲା | ଆଉ ହତ୍ୟା କରିଥିଲା ସେହି ପରିବାର ଝିଅ ଶବନମ | ଯେଉଁଥିପାଇଁ ସେହି ଗାଁର ଲୋକେ ଆଜି ପର୍ଯ୍ୟନ୍ତ ମଧ୍ୟ ଝିଅମାନଙ୍କ ନାଁ ଶବନମ ରଖୁନାହାନ୍ତି | ଶବନମକୁ ଫାଶୀ ଦଣ୍ଡ ଦିଆଯିବ |

ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା ପରେ ଶବନମ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିଲା | ଶବନମ ଫେରାର ହେବ ଯୋଗୁଁ ପୋଲିସ ଶବନମ ଉପରେ ସନ୍ଦେହ କରିଥିଲା | ପୋଲିସ ଉଭୟ ଶବନମ ଏବଂ ତାର ପ୍ରେମିକକୁ ଖୋଜି ବାହାର କରିଥିଲା ଏବଂ ଶବନମକୁ ପଚରାଉଚୁରା କରିଥିଲା | ଶବନମ ନିଜ ଦୋଷ ସ୍ୱୀକାର କରିଥିଲା | ଶବନମର କଥା ଶୁଣି ପୋଲିସର ମଧ୍ୟ ହୋସ ଉଡିଯାଇଥିଲା |

{"id":78222}

ସୂଚନାଯୋଗ୍ୟ ଯେ, ହସନପୁର ଥାନା ଅନ୍ତର୍ଗତ ବାବନଖେଡି ଗାଁରେ ୨୦୦୮ ମସିହା ଏପ୍ରିଲ ୧୪  ତାରିଖରେ ଘଟିଥିଲା ଗଣହତ୍ୟା | ଯାହା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ଖେଳେଇ ଦେଇଥିଲା | ଏହି ଘଟଣାକୁ ଇତିମଧ୍ୟରେ ୧୦ ବର୍ଷ ୮ ମାସ ବିତିଯାଇଛି | ହେଲେ ସେହି ଦିନର ସେ ଭୟଙ୍କର ଘଟଣା ଲୋକଙ୍କ ମନରୁ ଦୂର ହୋଇନାହିଁ |

ଶବନମ କହିଥିଲା ଯେ, ସେ ନିଜେ ହିଁ ତା' ପରିବାର ୭ଜଣ ସଦସ୍ୟଙ୍କ ଗଳା କାଟି ହତ୍ୟା କରିଥିଲା | ୭ଜଣଙ୍କ ମଧ୍ୟରେ ଥିଲେ ବାପା, ମା, ଦୁଇ ବିବାହିତା ଭଉଣୀ, ଦୁଇ ଜ୍ୱାଇଁ ଏବଂ ୧୦ ମାସର ନିରୀହ ଶିଶୁ | ଗଳା କାଟିଦେବାରୁ ପରିବାରର ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା | ଘଟଣାର ଖୁଲାସା ପରେ ଅମରୋହା ଅଦାଲତରେ ସବନାମଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ | ଏହାପରେ ଆହ୍ଲାବାଦ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ମଧ୍ୟ ସବନାମର ଫାଶୀ ଦଣ୍ଡ ଉପରେ ମୋହର ମାରିଥିଲେ | ରାଷ୍ଟ୍ରପତି ମଧ୍ୟ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ ସମ୍ମତି ଜଣାଇଛନ୍ତି | ସବନମ ପୁଣିଥରେ ସୁପ୍ରିମକୋର୍ଟରେ ଆବେଦନ କରିଛି | ଚଳିତ ମାସରେ ସୁପ୍ରିମକୋର୍ଟ ଏହି ମାମଲାରେ ରାୟ ଶୁଣାଇବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.