ଏଠି ଚାଲେ ସାପଙ୍କ ରାଜୁତି: ପ୍ରତି ବର୍ଗ କିଲୋମିଟରରେ ସାପ ସାଲୁବାଲୁ

Published By : Prameya-News7 Bureau | November 28, 2022 IST

ଯଦି ଆପଣଙ୍କୁ ସାପ ବିଷୟରେ ଜାଣିବାକୁ ଭଲଲାଗେ। ତେବେ ଆପଣଙ୍କୁ ଏହି ସ୍ଥାନ ବିଷୟରେ ମଧ୍ୟ ଜାଣି ରଖନ୍ତୁ। ବ୍ରାଜିଲ୍ ଉପକୂଳରୁ କିଛି ଦୂରରେ ରହିଛି ସ୍ନେକ୍ ଆଇଲାଣ୍ଡ୍। ଏଠାରେ ଆପଣଙ୍କୁ ପାଦେ ପାଦେ ସାପ ହିଁ ସାପ ଦେଖାଯିବେ। ଦୁନିଆର ସବୁଠୁ ବିଷାକ୍ତ ସାପ ବିଷୟରେ ଯଦି କହିବା ତେବେ ସେମାନେ ଏଠାରେ ମିଳିଯିବେ। ଗୋଲ୍ଡେନ ଲାନ୍ସହେଡ୍ ସାପ, ଏହି ପ୍ରଜାତ ଖୁବ୍ ଘାତକ। ଏହି ସାପ ମଧ୍ୟ ଏଠାରେ ଦେଖାଯାଏ।

ତେବେ ଏହି ଆଇଲାଣ୍ଡର ପ୍ରକୃତ ନାମ ଇଲ୍ହା ଦା କ୍ୟୁଇମାଡା ଗ୍ରାଣ୍ଡେ । ଏହା ସାଓ ପାଓଲୋ ଠାରୁ ମାତ୍ର ୯୦ ମାଇଲ୍ ଦୂରରେ ରହିଛି। ଏହି ଦ୍ବୀପକୁ ଲୋକଙ୍କୁ ଯିବାପାଇଁ ଯାଇପାରିବେନାହିଁ। ଏଠାକୁ କେବଳ ବ୍ରାଜିଲ ନୌସେନା ହିଁ ଯିବାକୁ ଅନୁମତି ଦେଇଥାଏ। ଅବଶ୍ୟ ଏଠାକୁ କେବଳ କିଛି ବୈଜ୍ଞାନିକ ଏବଂ ନୌସେନା ଅଧିକାରୀ ହିଁ ଯାଇପାରିବେ।

କହିପାରିବା ଏହି ସ୍ଥାନ କେବଳ ସାପଙ୍କର। ଏହି ଆଇଲାଣ୍ଡରେ ଏକ ଲାଇଟ ହାଉସ ମଧ୍ୟ ରହିଛି। ଯାହା ପ୍ରମାଣିତ କରୁଛି ଯେ ଏକଦା ଏଠାରେ ଜନବସତି ଥିଲା। ୧୯୦୯ ଏବଂ ୧୯୨୦ ଦଶକ ମଧ୍ୟରେ ସ୍ନେକ୍ ଆଇଲାଣ୍ଡ ଲାଇଟହାଉସ କିପର ଏବଂ ତାଙ୍କ ପରିବାର ରହୁଥିଳା। କୁହାଯାଏ ଯେ ଏହି ସାପ କାରଣରୁ ତାଙ୍କ ବଂଶ ଲୋପ ପାଇଯାଇଥିଲା।

ତେ​‌ବେ ଏହି ଆଇଲାଣ୍ଡକୁ କେହି ଯାଇପାରୁନଥିଲେ ବି ଏଠାରେ ଥିବା ସାପଙ୍କ ପ୍ରତି ବିପଦ ରହିଛି। ତାହା ପୁଣି ଶିକାରୀଙ୍କ ଠାରୁ। ଶିକାରୀମାନେ ଗୋଲ୍ଡେନ ଲାନସେଟ୍ ଭଳି ସାପଙ୍କୁ ଧରି ଏହାକୁ ବିକ୍ରି କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.