Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେଉଁ ବୟସର ବ୍ୟକ୍ତିଙ୍କୁ କେତେ ଘଣ୍ଟାର ନିଦ ଆବଶ୍ୟକ ଜାଣନ୍ତୁ

19/06/2019 at 2:52 PM

ଶରୀରକୁ ଫିଟ୍ ରଖିବା ପାଇଁ ନିଦର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ଜଣେ ବ୍ୟକ୍ତିଙ୍କୁ ଅନ୍ତତଃ ୭-୯ଘଣ୍ଟାର ବିଶ୍ରାମ ନେବା ଅତ୍ୟନ୍ତ ଜରୁରୀ ହୋଇଥାଏ। ଯଦି ଆପଣ ରାତିରେ ବତଳମ୍ବରେ ଶୋଉଛନ୍ତି ଏବଂ ସକାଳେ ଶୀଘ୍ର ଉଠିଯାଉଛନ୍ତି ତେବେ ଏହା ମାନସିକ ଅବସାଦର ମୁଖ୍ୟ କାରଣ ହୋଇଥାଏ। ଏହା ଦ୍ବାରା ସ୍ବାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ। ଠିକ୍ ସମୟରେ ଶୋଇବା ଏବଂ ଠିକ୍ ସମୟରେ ଉଠିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଆବଶ୍ୟକତାଠାରୁ କମ୍ ଶୋଇବା ଏବଂ ଆବଶ୍ୟକତାଠାରୁ ଅଧିକ ଶୋଇବା ଦୁଇଟିଯାକ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏଥିପାଇଁ ସନ୍ତୁଳିତ ବିଶ୍ରାମ ନେବା ଆବଶ୍ୟକ। ଆସନ୍ତୁ ଜାଣିବା କେଉଁ ବୟସର ବ୍ୟକ୍ତିଙ୍କ ପାଇଁ କେତେ ଘଣ୍ଟାର ନିଦ ଆବଶ୍ୟକ ହୋଇଥାଏ।

  • ନବଜାତ(୩-୧୧ମାସ) : ଅତି କମରେ ୧୪-୧୫ଘଣ୍ଟାର ନିଦ ଜରୁରୀ ହୋଇଥାଏ।
  • (୧୨-୩୫ମାସ): ୧୨ରୁ ୧୪ଘଣ୍ଟାର ନିଦ
  • (୩-୬ବର୍ଷ): ୧୧ରୁ ୧୩ଘଣ୍ଟା ନିଦ ଜରୁରୀ।
  • ସ୍କୁଲ୍ ପିଲା (୬-୧୦ବର୍ଷ): ୧୦-୧୧ଘଣ୍ଟା
  • କିଶୋର(୧୧-୧୮ବର୍ଷ): ୯.୨୫ଘଣ୍ଟା
  • ବୟସ୍କ: ୮ଘଣ୍ଟାର ନିଦ ଜରୁରୀ ହୋଇଥାଏ।
  • ବୟସ୍କ ବ୍ୟକ୍ତିଙ୍କୁ ଏଥିରୁ କିଛି କମ୍ ସମୟର ନିଦ ଆବଶ୍ୟକ ହୋଇଥାଏ।

   Related Posts