ଏହି ଶାରୀରିକ ସମସ୍ୟାକୁ ବଢାଇପାରେ ଜାମୁ, ଦେଖା ଦେଇପାରେ ଭୟଙ୍କର ପାର୍ଶ୍ବ ପ୍ରତିକ୍ରିୟା

Published By : Prameya-News7 Bureau | May 18, 2022 IST

ଗରମ ଦିନେ ଜାମୁକୋଳି ସମସ୍ତଙ୍କର ବେଶ୍ ପସନ୍ଦ ଥାଏ । ଏହା ସ୍ବାଦିଷ୍ଟ ଏବଂ ଅତ୍ୟନ୍ତ ଲାଭଦାୟକ ଅଟେ । ଗରମ ଦିନେ ଏହା ଏପରି ଏକ ଫଳ ଯାହା ଖଟା ମିଠା ସ୍ବାଦର ହୋଇଥାଏ । ଏହା ମେ’ ଏବଂ ଜୁନ୍ ମାସରେ ଫଳିଥାଏ । ଜାମୁରେ ଅନେକ ଔଷଧୀୟ ଏବଂ ସ୍ବାସ୍ଥ୍ୟ ଉପକାରିତା ରହିଛି । ଏହା ପେଟ ଯନ୍ତ୍ରଣା, ମଧୁମେହ ଏବଂ ଗଣ୍ଠି ବାତ ପାଇଁ ସବୁଠୁ ଭଲ ଘରୋଇ ଉପଚାର । ଯଦିଓ ଏହି ଫଳରେ ଅନେକ ସ୍ବାସ୍ଥ୍ୟ ଉପକାରିତା ରହିଛି, ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ରହିଛି ।

ଅଧିକ ମାତ୍ରାରେ ଜାମୁ ଖାଇବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଆୟୁର୍ବେଦ ଅନୁସାରେ ସବୁ ଜିନିଷର ସେବନ ସୀମିତ ମାତ୍ରାରେ ଏବଂ ଔଷଧ ଆକାରରେ କରିବା ଉଚିତ ।

ଏକ ରିପୋର୍ଟ ଅନୁଯାୟୀ, ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଜାମୁ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଆପଣ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ସାମିଲ କରି ରକ୍ତଚାପକୁ ସହଜରେ ନିୟନ୍ତ୍ରଣ କରିପାରିବ । କିନ୍ତୁ ଏହାକୁ ଅଧିକ ପରିମାଣରେ ଖାଇବା ଦ୍ବାରା ନିମ୍ନ ରକ୍ତଚାପ ହୋଇପାରେ ।

ଯଦିଓ ଏହା କୁହାଯାଏ ଯେ ଜାମୁ ହଜମ ପ୍ରକ୍ରିୟା ଜନିତ ସମସ୍ୟାକୁ ଭଲ କରିପାରେ, କିନ୍ତୁ ଏହାର ଅତ୍ୟଧିକ ସେବନ କୋଷ୍ଠକାଠିନ୍ୟର କାରଣ ହୋଇପାରେ ।

ଯଦି ଆପଣଙ୍କୁ ବ୍ରଣ ହେବା ଭୟ ଥାଏ ତେବେ ଆପଣ ଅଧିକ ପରିମାଣରେ ଜାମୁ ଖାଇବା ଉଚିତ ନୁହେଁ । ଏହା ବ୍ରଣ ସହ ଚର୍ମ ସମସ୍ୟା ସୃଷ୍ଟି କରିପାରେ ।

ଜାମୁ ଅଧିକ ଖାଇବା ଦ୍ବାରା ଆପଣଙ୍କ ଶରୀରରେ ଅନେକ ସମସ୍ୟା ଦେଖାଦେଇପାରେ । କିଛି ଲୋକ ଏହାକୁ ଅଧିକ ଖାଇବା ଦ୍ବାରା ବାନ୍ତି ମଧ୍ୟ କରିଥାନ୍ତି ।

ବି.ଦ୍ର.- ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.