oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

୩ ମାସରେ ୧୦୦ କୋଟି ନଗଦ କ୍ୟାସ୍‌ ଜବତ କରିଛି ଇଡି, ଜାଣନ୍ତୁ କଣ ହେବ ଏତେ ଟଙ୍କା ?

11/09/2022 at 6:26 PM

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଗତ ୩ ମାସର ଚଢ଼ାଉ ସମୟରେ ୧୦୦ କୋଟି ଟଙ୍କାରୁ ଅଧିକ ନଗଦ କ୍ୟାସ୍‌ ଜବତ କରିଛି ବିଭାଗ । ଗତକାଲି ପଶ୍ଚିମବଙ୍ଗର ଜଣେ ବ୍ୟବସାୟୀଙ୍କ ଘରୁ ୧୭ କୋଟି ଟଙ୍କା ଜବତ କରାଯାଇଛି । ଏହି ବ୍ୟବସାୟୀଙ୍କ ବିରୋଧରେ ମୋବାଇଲ୍‌ ଗେମିଂ ଆପ୍ଲିକେସନ୍‌ ଦ୍ୱାରା ଠକେଇ ନେଇ ଅଭିଯୋଗ ପରେ ଚଢ଼ାଉ କରାଯାଇଥିଲା ।

କିଛି ଦିନ ତଳେ ଇଡିର ଇତିହାସରେ ଏକ ବଡ଼ ଘଟଣା ଘଟିଥିଲା । ପଶ୍ଚିମବଙ୍ଗର ନିଲମ୍ୱିତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଆପାର୍ଟମେଣ୍ଟରୁ ୫୦ କୋଟି ଟଙ୍କାର ନଗଦ କ୍ୟାସ୍‌ ଜବତ କରିଥିଲା ବିଭାଗ । ପରେ ଝାଡ଼ଖଣ୍ଡରେ ଖଣି ଦୁର୍ନୀତିକୁ ନେଇ ବିଭିନ୍ନ ସ୍ଥାନରେ ଛାପା ମାରିଥିଲା ଇଡି । ଏହି ଚଢ଼ାଉ ବେଳେ ୨୦ କୋଟି ନଗଦ କ୍ୟାସ୍‌ ମଧ୍ୟ ଜବତ କରାଯାଇଥିଲା ।

ତେବେ ଏତେ ଗୁଡ଼ିଏ ନଗଦ ଟଙ୍କା ଇଡି କଣ କରିବା ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଥିବ ନିଶ୍ଚୟ । ଏହି ଟଙ୍କା କଣ ଇଡି ନିଜ ପାଖରେ ରଖିବ ? ପ୍ରୋଟୋକଲ୍‌ ଅନୁସାରେ ଜବତ କରାଯାଇଥିବା କ୍ୟାସ୍‌ର ମାଲିକଙ୍କୁ ଏନେଇ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ । ଏହି ଟଙ୍କା କେଉଁଠୁ ଆସିଲା ସେ ନେଇ ସମସ୍ତ ତଥ୍ୟ ସେ ରଖିବେ । ଯଦି ତାଙ୍କ ତଥ୍ୟକୁ ନେଇ ତଦନ୍ତକାରୀ ଅଧିକାରୀ ସନ୍ତୁଷ୍ଟ ନୁହନ୍ତି ତେବେ ଏହି ଟଙ୍କା ଅର୍ଥ ହେରଫେର୍‌ ଧାରାରେ ଜବତ କରାଯିବ ।

ଇଡି ଷ୍ଟେଟ୍‌ ବ୍ୟାଙ୍କ୍‌କୁ ଜବତ ଟଙ୍କା ଗଣିବାକୁ କହିବ । ଟଙ୍କା ଗଣା ସରିବା ପରେ ବ୍ୟାଙ୍କ ଅଧିକାରୀଙ୍କ ସାମ୍ନାରେ ଇଡି ଏହି ଟଙ୍କାର ଜବତ ଲିଷ୍ଟ ପ୍ରସ୍ତୁତ କରିବ । ଏଥିରେ ଜବତ ଟଙ୍କାର ପରିମାଣ, କେଉଁ ନୋଟ୍‌ କେତେ ଟଙ୍କାର ଇତ୍ୟାଦି ରହିବ । ସାକ୍ଷୀଙ୍କ ସାମ୍ନାରେ ଏହି ଟଙ୍କାକୁ ଏକ ବାକ୍ସରେ ସିଲ୍‌ କରାଯିବ । ଏହି ବାକ୍ସକୁ ଏସ୍‌ବିଇର ଏକ ବ୍ରାଞ୍ଚକୁ ପଠାଯାଇ ଇଡିର ପର୍ସୋନାଲ୍‌ ଆକାଉଣ୍ଟରେ ଡିପୋଜିଟ୍‌ କରାଯିବ । ପରେ ଏହି ଟଙ୍କାକୁ କେନ୍ଦ୍ର ସରକାରଙ୍କ ଟ୍ରେଜେରୀରେ ଡିପୋଜିଟ୍‌ କରାଯିବ ।

ଏହି ଟଙ୍କା ଇଡି ବ୍ୟବହାର କରିପାରିବ ନାହିଁ । ବ୍ୟାଙ୍କ ଏବଂ ସରକାର ମଧ୍ୟ ବ୍ୟବହାର କରିପାରିବେ ନାହିଁ । ଏହି ଟଙ୍କା ମାମଲା କୋର୍ଟରେ ଚାଲିଥିବା ପର୍ଯ୍ୟନ୍ତ ବ୍ୟାଙ୍କରେ ରହିବ । ମାମଲା ଯଦି ବ୍ୟକ୍ତିଙ୍କ ସପକ୍ଷରେ ଯାଏ ତେବେ ତାଙ୍କୁ ଟଙ୍କା ଫେରସ୍ତ କରାଯିବ ନଚେତ୍‌ ଏହା କେନ୍ଦ୍ର ସରକାରଙ୍କ ସମ୍ପତ୍ତି ହୋଇଯିବ ।          

   Related Posts