ରୁଦ୍ରାକ୍ଷ ପିନ୍ଧିଛନ୍ତି କି ? ଜାଣନ୍ତୁ କଣ କରିବେ, କେଉଁ କାମରୁ ଦୂରେଇ ରହିବେ

Published By : Prameya-News7 Bureau | March 19, 2020 IST

ଭୁବନେଶ୍ୱର ୧୯/୦୩ : ଭଗବାନ ଶିବଙ୍କ କୃପା ପାଇଁ ରୁଦ୍ରାକ୍ଷ ଧାରଣ କରିବା ପରମ୍ପରା ପୁରୁଣା କାଳରୁ ଚାଲି ଆସୁଛି | ଉଜ୍ଜେନ ଜ୍ୟୋତିଷ ଓ ଶିବମହାପୁରାଣ କଥାକାର ପଣ୍ଡିତ ମନୀଷ ଶର୍ମାଙ୍କ କହିବାନୁଯାୟୀ, ରୁଦ୍ରାକ୍ଷ ଶିବଙ୍କ ଲୁହରୁ ଉତ୍ପନ୍ନ ହୋଇଥିଲା | ପୁରାଣ ଅନୁଯାୟୀ, ଥରେ ଭଗବାନ ଶିବ ଧ୍ୟାନରେ ବସିଥିବା ସମୟରେ ତାଙ୍କୁ ଆଖିରୁ ଲୁହ ଝରିଥିଲା | ଶିବଙ୍କ ଆଖିରୁ ଝରିଥିବା ଏହି ଲୁହ ରୁଦ୍ରାକ୍ଷ ବୃକ୍ଷରେ ପରିଣତ ହୋଇଥିଲା | ରୁଦ୍ରାକ୍ଷ ଏକମୁଖୀରୁ ୨୧ ମୁଖି ଥାଏ |

ରୁଦ୍ରାକ୍ଷ ଧାରଣ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ | ଯେଉଁମାନେ ରୁଦ୍ରାକ୍ଷ ଧାରଣ କରନ୍ତି, ସେମାନଙ୍କୁ ଅଧର୍ମ କର୍ମରୁ ଦୁରେଇ ରହିବ ଆବଶ୍ୟକ | ରୁଦ୍ରାକ୍ଷ ଧାରଣ କରୁଥିବା ସାକାହାରୀ ଭୋଜନ କରିବା ଉଚିତ | ମାଂସାହାରୀ ହେବା ଅନୁଚିତ | ଏମାନେ ସମସ୍ତଙ୍କୁ ସମ୍ମାନ କରିବା ଉଚିତ | ଭୁଲରେ ମଧ୍ୟ ମାତାପିତାଙ୍କୁ ଅନାଦର କିମ୍ବା ଅସମ୍ମାନ କରିବା ଅନୁଚିତ | ସର୍ବଦା ମାତାପିତାଙ୍କ ସେବା କରିବା ଉଚିତ | କୌଣସି ପ୍ରକାର ନିଶା ଦ୍ରବ୍ୟ ସେବନ କରିବା ଅନୁଚିତ | ଯେଉଁମାନେ ଏହିସବୁ ନିୟମ ପାଳନ କରିପାରିବେ ନାହିଁ ସେମାନେ ରୁଦ୍ରାକ୍ଷ ଧାରଣ କରିବା ଅନୁଚିତ |

ରୁଦ୍ରାକ୍ଷ ୩ ପ୍ରକାରର | କିଛି ରୁଦ୍ରାକ୍ଷର ଆକାର ଅଁଳା ଭଳି ଗୋଲ | ଏହି ରୁଦ୍ରାକ୍ଷ ସବୁଠାରୁ ଉତ୍ତମ ବୋଲି ବିଶ୍ୱାସ ରହିଛି | କିଛି ରୁଦ୍ରାକ୍ଷ ବରକୋଳି ଆକାରର ହୋଇଥାଏ | ଏହି ରୁଦ୍ରାକ୍ଷ ମଧ୍ୟମ ଫଳଦାୟୀ ବୋଲି ବିଶ୍ୱାସ ରହିଛି | ତୃତୀୟ ରୁଦ୍ରାକ୍ଷର ଆକାର ଚଣା ଭଳି, ଏହା ସବୁଠାରୁ କମ ଫଳଦାୟୀ |

ଯଦି ଆପଣ ରୁଦ୍ରାକ୍ଷ ଧାରଣ କରିବାକୁ ଚାହୁଁଛନ୍ତି ତାହେଲେ କିଛି ବିଶେଷ ଜିନିଷ ଉପରେ ଦୃଷ୍ଟି ଦିଅନ୍ତୁ | ଯଦି କୌଣସି ରୁଦ୍ରାକ୍ଷରେ ପୋକ ଲାଗି ଯାଇଥାନ୍ତି କିମ୍ବା ନଷ୍ଟ କରିଦେଇଥାନ୍ତି ତାହେଲେ ତାକୁ ଧାରଣ କରନ୍ତୁ ନାହିଁ | ଯଦି ରୁଦ୍ରାକ୍ଷର କୌଣସି ଅଂଶ ଭାଙ୍ଗି ଯାଇଥାଏ କିମ୍ବା ସମ୍ପୂର୍ଣ ଗୋଲ ନଥାଏ ତାହେଲେ ତାକୁ ମଧ୍ୟ ଧାରଣ କରନ୍ତୁନାହିଁ | ରୁଦ୍ରାକ୍ଷରେ ଛୋଟ ଛୋଟ ଦାନା ଫୁଟି ଉପରକୁ ବାହାରିଥିଲେ ତାହା ଅସଲି ବୋଲି ଜାଣିବେ | ଯେଉଁ ରୁଦ୍ରାକ୍ଷ ମଝିରେ ପୂର୍ବରୁ କଣା ଥାଏ ତାକୁ ଶ୍ରେଷ୍ଠ ବୋଲି ବିଶ୍ୱାସ କରାଯାଏ | 

ଜାଣନ୍ତୁ ରୁଦ୍ରାକ୍ଷ ଧାରଣ କରିବାର ସରଳ ବିଧି :

ଯଦି ଆପଣ ରୁଦ୍ରାକ୍ଷ ଧାରଣ କରିବାକୁ ଚାହୁଁଛନ୍ତି ତାହେଲେ ଏହି ବିଧି ଅନୁଯାୟୀ ଧାରଣ କରନ୍ତୁ | ରୁଦ୍ରାକ୍ଷ ସୋମବାର ଦିନ ଧାରଣ କରିବା ଉଚିତ | ରୁଦ୍ରାକ୍ଷ ସୋମବାର ଦିନ କିଣିବା ଉଚିତ | ସୋମବାର ଛଡା ଅନ୍ୟ ଶୁଭ ଲଗ୍ନରେ ମଧ୍ୟ ରୁଦ୍ରାକ୍ଷ ଧାରଣ କରାଯାଇପାରିବ | ରୁଦ୍ରାକ୍ଷ କିଣିବା ପରେ କୌଣସି ଶିବ ମନ୍ଦିର ଯାଇ ରୁଦ୍ରାକ୍ଷକୁ କଞ୍ଚା କ୍ଷୀର, ପଞ୍ଚାମୃତ, ପଞ୍ଚଗବ୍ୟ କିମ୍ବା ଗଙ୍ଗାଜଳରେ ପବିତ୍ର କରିବେ | ଅଷ୍ଟଗନ୍ଧ, କେଶର, ଚନ୍ଦନ, ଧୂପ-ଦୀପ, ଫୁଲ ଆଦିରେ ଶିବଲିଙ୍ଗ ଏବଂ ରୁଦ୍ରାକ୍ଷକୁ ପୂଜା କରନ୍ତୁ | ଶିବଙ୍କ ମନ୍ତ୍ର ଓଁ ନମଃ ଶିବାୟ ୧୦୮ ଥର ଜପ କରିବେ | ଏହାପରେ ନାଲି ସୁତା, ସୁନା କିମ୍ବା ରୁପାରେ ରୁଦ୍ରାକ୍ଷ ଧାରଣ କରିପାରିବେ | ରୁଦ୍ରାକ୍ଷ ଧାରଣ କରିବା ପରେ ପ୍ରତିଦିନ ସକାଳୁ ଭଗବାନ ଶିବଙ୍କୁ ନିଶ୍ଚୟ ଆରାଧନା କରିବେ | ଶିବଲିଙ୍ଗରେ ତମ୍ବା ଢାଳରେ ଜଳ ଅର୍ପଣ କରିବେ ଓ ଧର୍ମ ଅନୁସାରେ କର୍ମ କରିବା ଉଚିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.