ଜିଓକୁ ଟକ୍କର ଦେବ ବିଏସ୍‌ଏନଏଲ୍‌, ବାର୍ଷିକ ପ୍ଲାନ୍‌ ଦେବ ଅନ୍ୟ ସଂସ୍ଥା ଠାରୁ ଅଧିକ ଫାଇଦା, ଗ୍ରାହକଙ୍କ ପାଇଁ ୧୧ ଶହ ଟଙ୍କା ଶସ୍ତା

Published By : Prameya-News7 Bureau | September 25, 2021 IST

ନୂଆଦିଲ୍ଲୀ, ୨୫/୦୯: ସରକାରୀ ଟେଲିକମ୍‌ କମ୍ପାନୀ ବିଏସ୍‌ଏନଏଲ୍‌ର ପ୍ଲାନ୍‌ ବାସ୍ତବରେ ଲାଭ ପ୍ରଦାନ କରୁଛି । ଦ୍ରୁତ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଜିଓ ଏହାର ପ୍ଲାନ୍‌ ଜରିଆରେ ଲୋକଙ୍କ ପାଖରେ ଆଦୃତ ହେଉଛି । ଏହି ତୁଳନାରେ ବିଏସ୍‌ଏନଲ୍‌ ମଧ୍ୟ ପଛରେ ପଡ଼ିନାହିଁ । ଏହାର କିଛି ପ୍ଲାନ୍‌ ଜିଓକୁ ମଧ୍ୟ ଟକ୍କର ଦେବ । ବିଏସ୍‌ଏନଏଲ୍‌ ଦେଉଥିବା ବାର୍ଷିକ ପ୍ଲାନ୍‌ରେ ଗ୍ରାହାକଙ୍କୁ  ପାଖାପାଖି ୧୧ ଶହ ଟଙ୍କାର ଫାଇଦା ଦେବ ।

ବିଏସ୍‌ଏନଏଲ୍‌ ଦେଉଥିବା ୨,୩୯୯ ପ୍ଲାନ୍‌ ଏବଂ ଜିଓ ଦେଉଥିବା ୩,୪୯୯ ପ୍ଲାନ୍‌ ମଧ୍ୟରେ ଏହି ଟକ୍କର । ଏହି ପ୍ଲାନ୍‌ରେ ଦୁଇ କମ୍ପାନୀ ୩ ଜିବି ଡାଟା ଦେଇଥାନ୍ତି । କିନ୍ତୁ ଦାମ୍‌ରେ ଦୁଇ କମ୍ପାନୀ ମଧ୍ୟରେ ବଡ଼ ଅନ୍ତର ରହିଛି ।

ଜିଓ ୩,୪୯୯ ପ୍ଲାନ୍‌ରେ ୩୬୫ ଦିନ ପାଇଁ ୩ ଜିବି ଡାଟା ଦେଇଥାଏ । ଅର୍ଥାତ ବାର୍ଷିକ ଏହା ୧୦୯୫ ଜିବି ଡାଟା ଦେଇଥାଏ । ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ ଏବଂ ଅନ୍‌ଲିମିଟେଡ୍‌ କଲିଂର ସୁବିଧା ମିଳିଥାଏ । ଏଥି ସହିତ ବିଭିନ୍ନ ମନୋରଞ୍ଜନଧର୍ମୀ ପ୍ଲାଟଫର୍ମ ମଧ୍ୟ ଜିଓ ଦେଇଥାଏ ।

ହେଲେ ବିଏସ୍‌ଏନଏଲ୍‌ର ୨,୩୯୯ ପ୍ଲାନ୍‌ ୪୨୫ ଦିନ ପାଇଁ ଉପଲବ୍ଧ । ଏଥିରେ ପ୍ରତିଦିନ ୩ ଜିବି ଡାଟା ମିଳିଥାଏ । ଏହା ଜିଓ ଠାରୁ ଅଧିକ ୬୦ ଦିନ ସେବା ଯୋଗାଇଥାଏ । ଯାହାଫଳରେ ଏହା ଗ୍ରାହାକଙ୍କୁ ୧୨୭୫ ଜିବି ଡାଟା ଦେଇଥାଏ । ଏହା କେବଳ ଗୋଟିଏ ଓଟିଟି ପ୍ଲାଟ୍‌ଫର୍ମକୁ ଦେଖିବା ପାଇଁ ସେବା ଦେଇଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.