ଫୋନରେ ରଖଛନ୍ତି କି ATM ପିନ୍, ଆଧାର ଓ ପାନ୍ କାର୍ଡର ତଥ୍ୟ ? ତେବେ ହୋଇ ଯାଆନ୍ତୁ ସାବଧାନ !

Published By : Prameya-News7 Bureau | September 08, 2021 IST

ନୂଆଦିଲ୍ଲୀ, ୦୮/୦୯: ସାଇବର ଅପରାଧୀମାନେ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛନ୍ତି । ନୂଆନୂଆ କୌଶଳ ବ୍ୟବହାର କରି ଲୋକଙ୍କୁ ଠକୁଛନ୍ତି। ତେଣୁ ଅନଲାଇନରେ ତଥ୍ୟ ଦେବା ପୂର୍ବରୁ ଲୋକଙ୍କୁ ଭାବିବାକୁ ପଡ଼ୁଛି । ପ୍ରାୟତଃ ଲୋକେ ତାଙ୍କର କ୍ରେଡିଟ୍ ବାଡେବିଟ୍ କାର୍ଡର ପିନ୍, ଆଧାର୍ କାର୍ଡ ନମ୍ୱର ବା ଫଟୋ କପି, ପାନ୍ କାର୍ଡ ନମ୍ୱର ବା ଫଟୋ କପି ଫୋନ୍ କିମ୍ବା ଇ-ମେଲରେ ରଖିଥାନ୍ତି। ଯାହାଫଳରେ ଅପରାଧୀମାନଙ୍କୁ ଠକିବାରେ ସହଜ ହୋଇଯାଏ ।

ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ବହୁତ ଗୁରୁତ୍ବପୁର୍ଣ୍ଣ । କିନ୍ତୁ ଉଭୟ ଭାରତ ଓ ଅନ୍ୟ ଦେଶର ଲୋକ ଏହାକୁ ଅଣଦେଖା କରୁଛନ୍ତି । ସେଥିପାଇଁ ସାଇବର ଅପରାଧ ବଢ଼ି ଚାଲିଛି । ବିଶେଷଜ୍ଞଙ୍କ ମତକୁ ବି ଅଣଦେଖା କରୁଛନ୍ତି । ଯାହାର ଫଳ ପଛରେ ଭୋଗିବାକୁ ପଡ଼ୁଛି ।

{"id":508518,"sizeSlug":"full","linkDestination":"none"}

ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଲୋକାଲ୍ ସର୍କିଲ୍ କରିଥିବା ସର୍ଭେର ରିପୋର୍ଟ ଅନୁସାରେ, ଅଧିକାଂଶ ବ୍ୟବହାରକାରୀ ସାଇବର ସୁରକ୍ଷା ବିଶେଷଜ୍ଞ ପରାମର୍ଶ ମାନନ୍ତି ନାହିଁ । ଏଟିଏମ୍ ପିନ୍, ଆଧାର କାର୍ଡ, ପାନ୍ କାର୍ଡ ଓ ଅନ୍ୟାନ୍ୟ ଜରୁରୀ ଡକୋମେଣ୍ଟ ଅସୁରକ୍ଷିତ ଢଙ୍ଗରେ ରଖନ୍ତି। ଏହି ସର୍ଭେରେ ୩୯୩ଟି ଜିଲ୍ଲାର ଲୋକ ଭାଗ ନେଇଥିଲେ। ୬୩ % ପୁରୁଷ ୨୭% ମହିଳା ରଖାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ।   

ସର୍ଭେରେ ଭାଗନେଇଥିବା ୨୯ ଭାଗ ଲୋକ ନିଜର ATM ପିନ୍ ପରିବାର ଲୋକଙ୍କ ସହ ସେୟାର କରିଛନ୍ତି । ୪ ପ୍ରତିଶତ ଲୋକ କହିଛନ୍ତି, ସେମାନେ ତାଙ୍କ ATM ପିନକୁ ନିଜ କର୍ମଚାରୀ ମାନଙ୍କୁ ଦେଇଛନ୍ତି। ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ୬୫% ଲୋକ ନିଜ  ATM ପିନ୍ କାହାକୁ ବି ଦେଇନାହାନ୍ତି।

{"id":508519,"sizeSlug":"full","linkDestination":"none"}

୩୩% ଲୋକ ଡିଜିଟାଲ୍‌ରେ ନିଜ ତଥ୍ୟ ରଖନ୍ତି

ସର୍ଭେରେ ବ୍ୟକ୍ତିଗତ ସୂଚନା ସହ ଜଡିତ ପ୍ରଶ୍ନର ଉତ୍ତର ଚିନ୍ତାଜନକ ଆସିଛି। ପ୍ରଶ୍ନ ଥିଲା ବ୍ୟବହାରକାରୀମାନେ କିପରି ବ୍ୟାଙ୍କ ଆକାଉଣ୍ଟ ତଥ୍ୟ, ଏଟିଏମ୍ କାର୍ଡ, ଆଧାର କାର୍ଡ, ପାନ୍ କାର୍ଡକୁ ରଖନ୍ତି ? ୮,୨୬୦ ଜଣ ଏହାର ଉତ୍ତର ଦେଇଥିଲେ। ୨୧ ଭାଗ ଲୋକ କହିଥିଲେ ଯେ, ତାଙ୍କର ସବୁ ତଥ୍ୟ ମନେଅଛି । ୩୯% ଲୋକ ତାଙ୍କ ତଥ୍ୟ କାଗଜରେ ଲେଖି ରଖିଛନ୍ତି। କିନ୍ତୁ ୩୩% ଲୋକ ତାଙ୍କ ତଥ୍ୟ ଫୋନ୍ କିମ୍ବା ଇ-ମେଲରେ ରଖିଛନ୍ତି। ଏଭଳି ଫୋନ୍‌ରେ ତଥ୍ୟ ରଖିଲେ ଆପଣଙ୍କ ତଥ୍ୟ ଚୋରି ହେବାର ବହୁ ସମ୍ଭାବନା ଅଛି । କାରଣ ହ୍ୟାକରମାନେ ଯଦି ଆପଣଙ୍କ ଫୋନ କିମ୍ୱା ଇ-ମେଲକୁ କଣ୍ଟ୍ରୋଲ୍‌ କରିନିଅନ୍ତି, ତେବେ ସେମାନେ ଆପଣଙ୍କ ବ୍ୟାଙ୍କ ବିବରଣୀ, ଆଧାର କାର୍ଡ, ପ୍ୟାନ କାର୍ଡ ଓ ଅନ୍ଯାନ୍ଯ ଡକ୍ଯୁମେଣ୍ଟ ଜାଣିପାରିବେ ଯାହା ଆପଣଙ୍କପାଇଁ ସମସ୍ୟା ସୃଷ୍ଟି କରିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.