ଦିନେ ବଲିଉଡରେ ଦମ୍ଦାର ଏଣ୍ଟ୍ରି କରିଥିଲେ ଏହି ଅଭିନେତ୍ରୀ : ଏବେ ଚିହ୍ନିବା ବି ମୁସ୍କିଲ୍
1/12/2020 at 9:29 AM

ମୁମ୍ବାଇ ୧/୧୨: ବଲିଉଡରେ ସବୁ ଦିନ କଳାକାରଙ୍କ ଭାଗ୍ୟ ପରୀକ୍ଷା ହୋଇଥାଏ। ଗୋଟିଏ ଫିଲ୍ମ ରାତାରାତି ଷ୍ଟାର ବନାଇ ଦେଇଥାଏ ଏବଂ ସେହି ଫିଲ୍ମ ଯଦି ଫ୍ଲପ୍ ହୋଇଯାଏ ତେବେ କଳାକାରଙ୍କ ଭାଗ୍ୟ ସେଠି ଫେଲ୍ ମାରିଥାଏ। ୨୦୦୫ମସିହାରେ ‘ସରକାର’ ଫିଲ୍ମରୁ ବଲିଉଡ ଡେବ୍ୟୁ କରିଥିବା ନିଶା କୋଠାରୀଙ୍କ ଭାଗ୍ୟ ଏପରି ବଦଳି ଯାଇଥିଲା ଯେ ଗୋଟିଏ ସମୟ ପରେ ଲୋକେ କିଛି ପଚାରି ନଥିଲେ। ‘ଜେମ୍ସ’ ଏବଂ ‘ଦ କିଲର’ ଭଳି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ନିଶା ଆଜି ଫିଲ୍ମି ଦୁନିଆରୁ ଗାୟବ ହୋଇଯାଇଛନ୍ତି।

ନିଶା କୋଠାରୀଙ୍କ ଅସଲି ନାଁ ପ୍ରିୟଙ୍କା କୋଠାରୀ। ସେ ୧୯୮୩ମସିହା ନଭେମ୍ବର ୩୦ତାରିଖରେ ପଶ୍ଚିମ ବଙ୍ଗରେ ଜନ୍ମ ହୋଇଥିଲେ। ‘ଚଢ଼ତି ଜଓ୍ବାନି ମେରି ଚାଲ ମସ୍ତାନୀ’ର ରିମିକ୍ସ ଗୀତରୁ ନିଶାଙ୍କୁ ଖାସ୍ ପରିଚୟ ମିଳିଥିଲା। ଆର ମାଧବନଙ୍କ ଯୋଗୁଁ ତାଙ୍କୁ ୨୦୦୩ରେ ତାମିଲ ଫିଲ୍ମ ଜୟ ଜୟରେ ବ୍ରେକ୍ ମିଳିଥିଲା।

ହିନ୍ଦୀ ଫିଲ୍ମରେ ତାଙ୍କୁ ରାମ ଗୋପାଳ ବର୍ମା ପ୍ରଥମ ବ୍ରେକ୍ ଦେଇଥିଲେ। ସେ ‘ଶିବା’,‘ଡରନା ଜରୁରୀ ହେ’,‘ଗୋ’,‘ଡାର୍ଲିଂ’,‘ଆଗ’,‘ଅଜ୍ଞାତ’,‘ବିନ ବୁଲାଏ ବାରାତି’ ଭଳି ଫିଲ୍ମରେ ନଜର ଆସିଥିଲେ। ଏହା ବ୍ୟତୀତ ସେ ଅନେକ ତାମିଲ ଏବଂ ତେଲୁଗୁ ଭାଷାର ଫିଲ୍ମରେ କାମ କରିଛନ୍ତି କିନ୍ତୁ ଏହା ଦ୍ବାରା ତାଙ୍କୁ କୌଣସି ଖାସ୍ ପରିଚୟ ମିଳିନଥିଲା।

୨୦୧୬ମସିହାରେ ନିଶା ଦିଲ୍ଲୀର ଏକ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ନିଜ ନାଁ ପୁଣି ଥରେ ବଦଳାଇ ଅଞ୍ଜଳି ବର୍ମା କରି ଦେଇଥିଲେ। କିଛି ଦିନ ତଳେ ସେ ଯେତେବେଳେ ଦିଲ୍ଲୀରେ ହୋଇଥିବା ସେଲିବ୍ରିଟି ସକର ମ୍ୟାଚ୍ରେ ନଜର ଆସିଥିଲେ ସେତେବେଳେ ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦିନେ ସ୍ଲିମ୍ ଦେଖାଯାଉଥିବା ନିଶାଙ୍କ ଓଜନ ବହୁତ ବଢ଼ି ଯାଇଥିଲା।

ନିଶା ଶେଷ ଥର ୨୦୧୬ମସିହାରେ ଫିଲ୍ମ ବୁଲେଟ୍ ରାଜାରେ ନଜର ଆସିଥିଲେ। ଏହି ଫିଲ୍ମ କନ୍ନଡ଼ ଏବଂ ତେଲୁଗୁ ଭାଷାରେ ରିଲିଜ ହୋଇଥିଲା। ଏହା ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ। ଏବେ ତାଙ୍କୁ ବେଳେବେଳେ ବଡ଼ କାର୍ଯକ୍ରମରେ ଦେଖିବାକୁ ମିଳେ।

Related Posts
କ୍ୟାନସରରେ ପୀଡିତ ଏହି ଟିଭି ଷ୍ଟାର, ଚିକିତ୍ସା ପାଇଁ କଲେ ଗୁହାରି
8 February 2023