କଟକ ସିରିଜ ମର୍ଡର ଘଟଣାର ରହସ୍ୟଠୁ ନାରାୟଣକୁ ପୋଲିସର ୩ଦିନ ଅଟକ ଏବଂ ଗିରଫ ଘଟଣା ଅଧିକ ରହସ୍ୟପୂର୍ଣ୍ଣ…ପଢନ୍ତୁ ପୂରା ଖବର
1/08/2019 at 5:47 PM

କଟକ୧|୮: କଟକ ସିରିଜ୍ ମର୍ଡ଼ର ଘଟଣାରେ କମିଶନରେଟ୍ ପୋଲିସ ଗଲା ୪ଦିନ ଧରି ଅଟକ ରଖିଥିବା ନୟାଗଡ଼ର ନାରାୟଣ ସାହୁଙ୍କୁ ଆଜି ଗିରଫ କରିଛି । ନାରାୟଣଙ୍କୁ ଧରିବାର ୩ଦିନ ପରେ ପୋଲିସ ଆଜି ସକାଳେ ଓଏମପି ଅଂଚଳରେ ଯେଉଁଠି ନାରାୟଣ ପୂର୍ବରୁ ରହୁଥିଲା ବୋଲି କୁହାଯାଉଛି ସେଇ ସ୍ଥାନକୁ ଯାଇ ସାଇଣ୍ଟିଫିକ୍ ତଦନ୍ତ କରିବା ସହ ଏକ କୁରାଢ଼ୀ ଜବତ କରିଥିଲା । ଏହା ପରେ ଅଭିଯୁକ୍ତ ତିନୋଟି ନୁହେଁ ବରଂ ୨ଟି ହତ୍ୟାକାଣ୍ଡରେ ସଂପୃକ୍ତ ଦର୍ଶାଇ ନାରାୟଣକୁ ଗିରଫ କରିଛି ।…

କଟକ ସିରିଜ୍ ମର୍ଡ଼ର ଘଟଣାରେ ପୋଲିସର ସଂଦେହ ବଳୟକୁ ଆସିଥିବା ନାରାୟଣ ସାହୁକୁ ଶେଷରେ ଗିରଫ କରାଯାଇଛି । ନାରାୟଣଙ୍କୁ ଧରିବାର ୩ଦିନ ପରେ ପୋଲିସ ଆଜି ସକାଳେ ଓଏମପି ଅଂଚଳରେ ଯେଉଁଠି ନାରାୟଣ ପୂର୍ବରୁ ରହୁଥିଲା ବୋଲି କୁହାଯାଉଛି ସେଇ ସ୍ଥାନକୁ ଯାଇ ସାଇଣ୍ଟିଫିକ୍ ତଦନ୍ତ କରିବା ସହ ଏକ କୁରାଢ଼ୀ ଜବତ କରିଥିଲା । ଆଉ ପୂର୍ବ ଗଣ୍ଡଗୋଳକୁ ନେଇ ନାରାୟଣ ଓମପି ଅଂଚଳରେ ୨ଜଣଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ଏବଂ ରାଣିହାଟ୍ ମର୍ଡ଼ର କେସ୍ରେ ତା’ର ସମ୍ପୃକ୍ତି ନଥିବା କହିଛି ପୋଲିସ ।

ପ୍ରଥମେ କଟକରେ ଘଟିଥିବା ତିନୋଟି ଯାକ ହତ୍ୟା ଘଟଣାରେ ସମାନତା ଅଛି ଆଉ ଗୋଟିଏ ଲୋକଙ୍କ ହିଁ ଏଥିରେ ସଂପୃକ୍ତ ବୋଲି କହିଥିବା ପୋଲିସ ଏବେ ରାଣିହାଟ୍ ମର୍ଡ଼ର କେସ୍ରେ ନାରାୟଣର ସମ୍ପୃକ୍ତିକୁ ଏଡ଼ାଇ ଯାଇଛି । ଏଥି ସହ ନାରାୟଣକୁ କୋର୍ଟରେ ହାଜର ପରେ ତାକୁ ରିମାଣ୍ଡରେ ଆଣି ଅଧିକ ଛାନଭିନ୍ କରିବାକୁ ଯୋଜନା କରିଛି ପୋଲିସ ।

ତେବେ ଏହା ଭିତରେ ନାରାୟଣ ଜଣେ ମାନସିକରୋଗୀ କି ନାହିଁ ତାହା କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି ପୋଲିସ । ଏପରିକି ଏହି ହତ୍ୟାକାଣ୍ଡରେ ନାରାୟଣର ଶତ ପ୍ରତିଶତ ସଂପୃକ୍ତି ଅଛି କି ନାହିଁ ତାହାର ପ୍ରମାଣ ମଧ୍ୟ ପୋଲିସ ପାଖରେ ନାହିଁ । ନାରାୟଣଙ୍କୁ ରିମାଣ୍ଡରେ ଆଣି ପୋଲିସର ଅଧିକ ଛାନଭିନ୍ ପରେ ହିଁ ଏହା ସ୍ପଷ୍ଟ ହେବ । କଟକ ଡିସପିଙ୍କ ଫ୍ରେସ୍ ବୟାନରୁ ଏୟା ହିଁ ସାମ୍ନାକୁ ଆସୁଛି ।

ଏଠି ପ୍ରଶ୍ନ ଉଠୁଛି ଜୁଲାଇ ୨୯ ତାରିଖରୁ ନାରାୟଣକୁ କମିଶନରେଟ୍ ପୋଲିସ କଷ୍ଟୋଡିକୁ ନେଇଥିଲେ ମଧ୍ୟ କରୁଥିଲା କ’ଣ ? କାହିଁକି ଗଲା ୩ଦିନ ଭିତରେ ନାରାୟଣ ଜଣେ ମାନସିକ ରୋଗୀ କି ନାହିଁ ତା‘ର ପରୀକ୍ଷା କରାଯାଇନାହିଁ ? କାହିଁକ ନାରାୟଣକୁ ଧରିବାର ୪ଦିନ ପର୍ଯ୍ୟନ୍ତ ସେ ରହୁଥିବା ଓଏମପି ଅଂଚଳରେ ଛାନଭିନ୍ ହୋଇନଥିଲା ? ହଠାତ୍ ୩ଦିନ ପରେ ଗୁରୁବାର ସକାଳୁ ସାଇଣ୍ଟିଫିକ୍ ଟିମ୍ ନାରାୟଣ ରହୁଥିବା ସ୍ଥାନରେ ପହଞ୍ଚି ତଦନ୍ତ କରିବା ଆଉ ହଠାତ୍ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ମିଳିବା କାହିଁକି କେଜାଣି ପୂରା ଘଟଣାକୁ ଟିକେ ଗୋଳିଆ କରୁଛି ।